ETV Bharat / state

ପୁରୀ ଏସପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର, କହିଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ପାଇଛି ସେବାର ସୁଯୋଗ - Puri News

New SP Of Puri: ପୁରୀ ଜିଲ୍ଲାର ନୂଆ ଏସପି ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ ମିଶ୍ର । ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ପୁରୀବାସୀଙ୍କ ସେବା ପାଇଁ ଏଠାରେ ତାଙ୍କୁ ସୁଯୋଗ ମିଳିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

ପୁରୀର ନୂଆ ଏସପି ପିନାକ ମିଶ୍ର
ପୁରୀର ନୂଆ ଏସପି ପିନାକ ମିଶ୍ର
author img

By ETV Bharat Odisha Team

Published : Jan 31, 2024, 5:20 PM IST

ପୁରୀର ନୂଆ ଏସପି ପିନାକ ମିଶ୍ର

ପୁରୀ: ନୂତନ ଏସପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କଲେ ପିନାକ ମିଶ୍ର । ପୁରୀ ଜିଲ୍ଲାର ନୂଆ ଏସପି ଭାବେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ପିନାକ ମିଶ୍ର କହିଛନ୍ତି, ପୁରୀ ଭଳି ପବିତ୍ର ଜାଗାରେ ଅପରାଧର ସ୍ଥାନ ନାହିଁ । ଅପରାଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟନୁଷ୍ଠାନ ।" ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ ଏକ ବୈଠକରେ ସେ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପୁରୀ ଭଳି ସ୍ଥାନରେ ସେ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ଵ ନେଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ପୁରୀବାସୀଙ୍କ ସେବା ପାଇଁ ଏଠାରେ ତାଙ୍କୁ ସୁଯୋଗ ମିଳିଥିବା ସେ କହିଛନ୍ତି ।

ଏହି ଅବସରରେ ପୁରୀ ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ପିନାକ ମିଶ୍ର। ତେବେ ପୁରୀ ସହର ତଥା ଜିଲ୍ଲାରେ ଆଇନ ଶୃଙ୍ଖଳା ଯେଭଳି ବଜାୟ ରହିପାରିବ ସେଥିପାଇଁ ସବୁ ବର୍ଗର ଲୋକ, ଅନୁଷ୍ଠାନ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପିନାକ ମିଶ୍ର କହିଛନ୍ତି। ଆଗକୁ ନିର୍ବାଚନ ଥିବାରୁ କିଭଳି ଆଇନ ଶୃଙ୍ଖଳା ବିଗିଡିବ ନାହିଁ ସେ ଦିଗରେ ଗୁରୁତ୍ଵ ଦିଆଯିବ। ନିର୍ବାଚନ କମିଶନଙ୍କ ଗାଇଡ ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି, "ପୁରୀ ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ପ୍ରାଣର କେନ୍ଦ୍ର। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଆସିଥାନ୍ତି। ସେମାନେ କିଭଳି ଶୃଙ୍ଖଳିତ ଦର୍ଶନ ପାଇବେ, ଭକ୍ତଙ୍କ ସୁରକ୍ଷା ସହ ଶ୍ରୀ ମନ୍ଦିରର ସୁରକ୍ଷା ପୋଲିସର ଗୁରୁଦାୟିତ୍ଵ ରହିବ ।"

ଏହା ମଧ୍ୟ ପଢନ୍ତୁ...ପୁରୀ ଜିଲ୍ଲା ନୂଆ ଏସପି ଓ ଜିଲ୍ଲାପାଳ ହେଲେ ପିନାକ ମିଶ୍ର-ବିଜୟ କୁମାର ଦାସ

ସେହିପରି ରଥଯାତ୍ରା ପାଇଁ ସବୁ ବର୍ଗ ଲୋକଙ୍କ ସହାୟତା ନିଆଯାଇ ସବୁ କାର୍ଯ୍ୟ ହେବ ବୋଲି କହିଛନ୍ତି ଏସପି । ରଥଯାତ୍ରା ଭଳି ପବିତ୍ର ପର୍ବର ପରିଚାଳନା ଦାୟିତ୍ଵ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଲୋକଙ୍କ ଅଭିଯୋଗର କିଭଳି ତ୍ୱରିତ ସମାଧାନ ହୋଇପାରିବ, 5T ଜରିଆରେ ଲୋକଙ୍କୁ ସେବା ଯୋଗାଇ ହେବ ସେ ଦିଗରେ ପୁରୀ ପୋଲିସ ତତ୍ପର ହୋଇ କାର୍ଯ୍ୟ କରିବ । ପୁରୀ ସହରରେ ହୋଟେଲ ବୁକିଂରେ ବ୍ୟାପକ ସାଇବର କ୍ରାଇମ୍ ବଢ଼ି ଚାଲିଛି । ଏହାକୁ କିଭଳି ରୋକିହେବ ସେ ଦିଗରେ ପୋଲିସ କାର୍ଯ୍ୟ କରିବ।"ନୂତନ ଏସପି ଭାବେ ବିଧିବଦ୍ଧ ଭାବେ ଯୋଗଦେବା ପରେ ପିନାକ ମିଶ୍ରଙ୍କୁ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଓ ସାମ୍ୱାଦିକମାନେ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିଥଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.