ETV Bharat / state

ଠାର ବୁଝିଲା ହୃଦୟର କଥା, ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ - Disabled couple get married

author img

By ETV Bharat Odisha Team

Published : Jul 12, 2024, 4:50 PM IST

Disabled couple married in Bhadrak: ସାତ ଜନ୍ମ ସାଥି ହେଲେ ୨ ଦିବ୍ୟାଙ୍ଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁରେ ୨ ଦିବ୍ୟାଙ୍ଗ ବରକନ୍ୟାଙ୍କ ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । କଥା ନ କହି ପାରିଲେ ମଧ୍ୟ ମନର କଥା ବୁଝି ଉଭୟ ଉଭୟଙ୍କ ହାତ ଧରିଛନ୍ତି । ଅଧିକ ପଢନ୍ତୁ

Disabled couple get married in Bhadrak
Disabled couple get married in Bhadrak (ETV Bharat Odisha)

ଭଦ୍ରକ: ସ୍ୱପ୍ନ ଦେଖିବାର ଅଧିକାର ସମସ୍ତଙ୍କୁ ଥାଏ । ସେ ଦିବ୍ୟାଙ୍ଗ ହେଲେ ବି ମନରେ ଥାଏ ଅସୁମାରୀ ସ୍ୱପ୍ନ । ଦିବ୍ୟାଙ୍ଗ ହୋଇଥିଲେ ବି ଜୀବନରେ ସ୍ୱପ୍ନ ଏବଂ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁର ଦିବ୍ୟାଙ୍ଗ ନବ ଦମ୍ପତି । ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ଯ୍ୟ ଏବଂ ମନୋବଳ । ବୈଦିକ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁହେଁ ମୁକ ଏବଂ ବଧିର । ହେଲେ ଠରାଠରିରେ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି । ଏପରିକି ଉଭୟଙ୍କ ପରିବାର ଲୋକେ ମଧ୍ୟ ଏନେଇ ଅଭ୍ୟସ୍ଥ ହୋଇ ଯାଇଛନ୍ତି ।

ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ 22 ବର୍ଷୀୟା ଝିଅ ସୋନାଲୀ ମଳିକ ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ କରିଛନ୍ତି । ଏହି ଉତ୍ସବରେ ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ ଉଦ୍ଦୀପନା । ସମସ୍ତେ ଅପେକ୍ଷା କରିଥିଲେ ହାତଗଣ୍ଠିକୁ । କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁ ନାହାଁନ୍ତି । କଥା ସିନା କହି ପାରୁନାହାନ୍ତି ହେଲେ ବ୍ରାହ୍ମଣ ଏବଂ ବାରିକଙ୍କ କଥା ବୁଝି ପାରୁଛନ୍ତି । ପରସ୍ପର ବରଣ ମାଳା ଦେଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଗ୍ରାମବାସୀଙ୍କ ସହଯୋଗରେ ହାତକୁ ଦିହାତ ହେଲେ ଦୁଇ ଦିବ୍ୟାଙ୍ଗ

କନ୍ୟା ପିତା ନିଜର ସାମର୍ଥ ଅନୁସାରେ ବନ୍ଧୁବାନ୍ଧବ ସମେତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶତାଧିକ ଅତିଥିଙ୍କ ଗହଣରେ ନବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣଙ୍କ ମନ୍ତ୍ରାଧ୍ୱନୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁଇ ଦିବ୍ୟାଙ୍ଗ ବର କନ୍ୟା । ବେଦୀରେ ହାତ ଗଣ୍ଠି ପକାଇ ଜଣେ ଜଣଙ୍କର ହାତଧରି ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କରିଥିଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ପରସ୍ପରକୁ ଦେଇଥିଲେ ପ୍ରତିଶ୍ରୁତି । ଅନ୍ୟପଟେ ଏଭଳି ଏକ ନିଆରା ବିବାହକୁ ନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ନବବଧୂଙ୍କୁ ସାଙ୍ଗରେ ଧରି ନିଜ ଗାଁକୁ ଯାଇଛନ୍ତି ଦିବ୍ୟାଙ୍ଗ ସ୍ୱାମୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.