ETV Bharat / state

ଦିବ୍ୟାଙ୍ଗ ବୋଲି ଅଲୋଡା... ଜନ୍ମିତକୁ ଜଙ୍ଗଲରେ ଛାଡିଦେଲେ ଜନ୍ମଦାତ୍ରୀ ! - Disabled girl rescued from forest - DISABLED GIRL RESCUED FROM FOREST

Disabled girl rescued from forest in Malkangiri: ଦିବ୍ୟାଙ୍ଗ ଶିଶୁକନ୍ୟା ବୋଲି ପିତାମାତାଙ୍କ ପାଇଁ ପାଲଟିଲା ବୋଝ । ନିଜ ଜନ୍ମିତ ଶିଶୁକୁ ଜଙ୍ଗଲରେ ଛାଡିଦେଲେ ଜନ୍ମଦାତ୍ରୀ ! ମାଲକାନଗିରିରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଅଧିକ ପଢନ୍ତୁ

Disabled girl rescued from forest in Malkangiri
Disabled girl rescued from forest in Malkangiri (Etv Bharat Odisha)
author img

By ETV Bharat Odisha Team

Published : Jul 2, 2024, 10:14 AM IST

Updated : Jul 5, 2024, 12:33 PM IST

Disabled girl rescued from forest in Malkangiri (ETV Bharat Odisha)

ମାଲକାନଗିରି: ଦିବ୍ୟାଙ୍ଗ ବୋଲି ଅଲୋଡା ! ପିତାମାତାଙ୍କ ପାଇଁ ବୋଧେ ବୋଝ ପାଲଟିଗଲା ଦିବ୍ୟାଙ୍ଗ ଶିଶୁକନ୍ୟା ! ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଜନ୍ମିତ ଶିଶୁକୁ ଛାଡିଦେଇ ଚାଲିଗଲେ ନିଷ୍ଠୁର ଜନ୍ମଦାତା ଓ ଜନ୍ମଦାତ୍ରୀ ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ୨ ଜଣ ମହିଳା ଶିଶୁଟିକୁ ଦେଖିବା ପରେ ତାକୁ ଉଦ୍ଧାର କରି ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ସନ୍ତାନଟିଏ ପାଇଁ ପିତାମାତା ୧୬ ସୋମବାର କରିବା ସହ ୩୩ କୋଟି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଜଣେ ସୁସ୍ଥ ସନ୍ତାନ ବଦଳରେ ଯଦି ଦିବ୍ୟାଙ୍ଗ ସନ୍ତାନଟିଏ ଜନ୍ମ ହୁଏ ତେବେ ତାକୁ ହତାଦାର କରନ୍ତି ପିତାମାତା । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦିବ୍ୟାଙ୍ଗ ଶିଶୁ କନ୍ୟା ବୋଲି ବୋଧେ ପିତାମାତାଙ୍କ ପାଇଁ ବୋଝ ପାଲଟିଯାଇଥିଲା । ପିତାମାତା ତାର ସେବା ଯତ୍ନ କରି ଥକି ଯାଇଥିଲେ ବୋଧେ । ତେଣୁ ତାକୁ ମରିବା ପାଇଁ ଜଙ୍ଗଲର ଏକ ଗଛ ତଳେ ଛାଡି ଚାଲିଯାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଅଲୋଡା ଶିଶୁ, ଖଜୁରୀ ବୁଦାରୁ ମିଳିଲା କ୍ଷତବିକ୍ଷତ ମୃତଦେହ - Body Of New Born Found

ଯାହାକୁ ରଖେ ଅନନ୍ତ, ତାକୁ କି କରିପାରେ ବଳବନ୍ତ ସଦୃଶ୍ୟ ଏହି ଝିଅକୁ ଦୁଇ ମହିଳା ମାଛ ଧରିବାକୁ ଯାଉଥିବା ସମୟରେ ଦେଖିବାକୁ ପାଇଥିଲେ । ମାନବିକତା ଦେଖାଇ ଶିଶୁଟିକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ ଡାଇକ-୩ ଗ୍ରାମର ସୁକଳଦେଇ ହନ୍ତାଳ ଓ ମଙ୍ଗୁଳି ମାଝି । ଶିଶୁ କନ୍ୟାଟି କେବଳ ଶୋଇ ରହୁଛି । ନା ଚାଲି ପାରୁଛି, ନା କଥା କହି ପାରୁଛି ।କେବଳ ଚାତକ ପକ୍ଷୀ ଭଳି ଚାହିଁ ରହୁଛି ।

ଅନ୍ୟପଟେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଦୁଇ ମହିଳା ଦିବ୍ୟାଙ୍ଗ ଶିଶୁକନ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ସଚିନ ପାଓ୍ବାର ସିଡିଏମଓଙ୍କୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦିବ୍ୟାଙ୍ଗ ଶିଶୁ କନ୍ୟାର ରକ୍ଷଣାବେକ୍ଷଣ ସହ ସମସ୍ତ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଭଳି ଅସହାୟ ଅବସ୍ଥାରେ ମରିବା ଛାଡିଥିବା ପିତାମାତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ପୁଲିସ ମାମଲାର ତଦନ୍ତ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 5, 2024, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.