ETV Bharat / state

ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS - 89TH UTKAL DIVAS

Photo Exhibition on Utkal Divas: ରାଜ୍ୟ ପାଳୁଛି ୮୯ ତମ ଉତ୍କଳ ଦିବସ ବା ଓଡ଼ିଶା ଦିବସ । ଏହି ଅବସରରେ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି ଫଟୋଚିତ୍ର ପ୍ରଦର୍ଶନୀ । ଅଧିକ ପଢନ୍ତୁ

Photo Exhibition AT JAYDEV BHAWAN
Photo Exhibition AT JAYDEV BHAWAN
author img

By ETV Bharat Odisha Team

Published : Apr 1, 2024, 5:45 PM IST

Updated : Apr 1, 2024, 5:58 PM IST

ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି

ଭୁବନେଶ୍ବର: ଆଜି ଏପ୍ରିଲ 1 ତାରିଖ ବା ଉତ୍କଳ ଦିବସ । ପ୍ରତିଟି ଓଡ଼ିଆ ଏହି ଦିନ ଉତ୍କଳର ସନ୍ତାନ ଭାବେ ଗର୍ବ କରେ । ଏହି ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନାୟକଙ୍କୁ ରାଜ୍ୟ ମନେ ପକାଏ । ତେବେ ଏହି ଅବସରରେ ରାଜଧାନୀ ସ୍ଥିତ ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ଅବସରରେ ଓଡିଶା ବିନ୍ଧାଣିଙ୍କ ତ୍ୟାଗ, ସମର୍ପଣକୁ ମନେ ପକାଇ ଏହି ଫଟୋଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନରେ ପ୍ରଦର୍ଶିତ ହୋଇଛି । ସ୍ବତନ୍ତ୍ର ଓଡ଼ିଶା ଗଠନରେ ସାରଥୀ ସାଜିଥିବା ମହାନାୟକ ସ୍ମୃତିକୁ ଉଜ୍ଜୀବିତ କରାଇବା ସହ ତାଙ୍କୁ ସମ୍ମାନ ଜଣାଇ ଏହି ଆୟୋଜନ କାରାଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ତେବେ ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬ ଏବଂ ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ଏଥିରେ ସ୍ଥାନ ପାଇଥିଲା ।

ଏହା ବି ପଢନ୍ତୁ- ଓଡ଼ିଆଙ୍କ ଅସ୍ମିତା ଉତ୍କଳ ଦିବସ: ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଏଥି ସହିତ ଉତ୍କଳ ସମ୍ମିଳନୀ ବିଭିନ୍ନ ଅଧିବେଶନ ଓ ଏ ସମ୍ପର୍କିତ ବିଭିନ୍ନ ଫଟୋଚିତ୍ର ଏଥିରେ ସ୍ଥାନ ପାଇଥିଲା । ଆଜିର ଫଟୋ ପ୍ରଦର୍ଶନୀ ଉଦଘାଟନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ ସରୋଜ କୁମାର ସାମଲ, ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଫଟୋଚିତ୍ର ପ୍ରଦର୍ଶନୀ ଦୁଇଦିନ ଖୋଲା ରହିବ । ରାଜ୍ୟବାସୀ ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଫଟୋଚିତ୍ର ଦେଖି ଉତ୍କଳର ଅତୀତକୁ ଜାଣିପାରିବେ । ଓଡ଼ିଆ ଜନନାୟକଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.