ETV Bharat / state

ହାଜତରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ - Custodial Suicide Attempt

author img

By ETV Bharat Odisha Team

Published : Apr 20, 2024, 9:30 PM IST

Custodial Suicide Attempt: ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ଥାନାରେ ଅଟକ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ହାଜତରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ଢେଙ୍କାନାଳ: ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ଅଟକ ବ୍ୟକ୍ତିଙ୍କ ଥାନାରେ ଆତ୍ମହତ୍ୟା ଉଦ୍ୟମ । ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆତ୍ମହତ୍ୟାର ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ ମହେନ୍ଦ୍ର ନାଏକ । ତାଙ୍କ ଘର ସ୍ଥାନୀୟ ବାରିହାପୁର ଗ୍ରାମର ଦଳିତ ବସ୍ତିରେ ବୋଲି ଜଣାପଡିଛି ।

ଗତ ଶୁକ୍ରବାର ରାତିରେ ମହେନ୍ଦ୍ରର ପତ୍ନୀ ମିନୁ ନାଏକର ଝୁଲନ୍ତା ମୃତଦେହ ଘର ଭିତରେ ଝୁଲୁଥିଲା । ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରିଥିଲା । ଫଳରେ ପତ୍ନୀର ଏହି ଆତ୍ମହତ୍ୟା ମାମଲାକୁ ହତ୍ୟା ସନ୍ଦେହ କରି ମହେନ୍ଦ୍ର ନାଏକକୁ ଥାନା ହାଜତରେ ପୋଲିସ ଅଟକ ରଖିଥିଲେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ... ପେନସନ ଟଙ୍କା ପାଇଁ ପୁଅ ଓ ନାତିଙ୍କ କଳି, ସହି ନପାରି ଜୀବନ ହାରିଲେ ବୃଦ୍ଧ - Elderly Man Dies By Suicide

ମୃତ ମିନୁଙ୍କ ବାପା ପାଣୁ ନାୟକର ପରିବାର ଲୋକ ତାଙ୍କ ଝିଅକୁ ମାରିଦିଆଯାଇଛି ବୋଲି ହତ୍ୟା ଅଭିଯୋଗ ଆଣିଥିଲେ l ଏ ସଂକ୍ରାନ୍ତରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ମିନୁଙ୍କ ସ୍ବାମୀ ମହେନ୍ଦ୍ରଙ୍କୁ ପରଜଙ୍ଗ ଥାନା ହାଜତରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିଲା । ତେବେ ମହେନ୍ଦ୍ର ଥାନା ହାଜତ ଭିତରେ ଆତ୍ମହତ୍ୟା ଉଦ୍ୟମ କରୁଥିଲା । ମାତ୍ର ସେହି ସମୟରେ ଜଣେ ପୋଲିସ ଦେଖି ତୁରନ୍ତ ତାକୁ ଉଦ୍ଧାର କରିଥିଲେ । ତାକୁ ପୋଲିସ ତତକ୍ଷଣାତ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ସେହିପରି ୨ ସପ୍ତାହ ପୂର୍ବରୁ ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ପ୍ରସନ୍ନ ସେଠୀ ନାମକ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ପାରିବାରିକ କଳହ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପେନସନ ଟଙ୍କାକୁ ନେଇ ପ୍ରସନ୍ନଙ୍କ ସହ ତାଙ୍କ ପୁଅ ଓ ନାତିଙ୍କର ଝଗଡା ହୋଇଥିଲା । ପେନସନ ଟଙ୍କାକୁ ନେଇ କଳହ ଉଗ୍ରରୂପ ନେଇଥିଲା । ଶେଷରେ ପ୍ରସନ୍ନ ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ପ୍ରସନ୍ନଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ମେଡିକାଲରେ ଭୁବନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଲାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.