ETV Bharat / state

ବିଧାୟକଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର, ସମାଧାନ ନହେଲେ ଭୋଟ ବର୍ଜନ - Harijan Slum boycott Vote - HARIJAN SLUM BOYCOTT VOTE

Problems in Harijan Slum Area: ମୌଳିକ ସୁବିଧାରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ । ରାଉରକେଲା ସହରର ରେଳବାଇ କଲୋନୀ ହରିଜନ ବସ୍ତିର ଲୋକ ପାନୀୟ ଜଳ, ଡ୍ରେନ ସୁବିଧା, ପକ୍କା ଘର ଭଳି ଅନେକ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ,

ସମସ୍ୟା ଘେରରେ ବସ୍ତି ବାସିନ୍ଦା
ସମସ୍ୟା ଘେରରେ ବସ୍ତି ବାସିନ୍ଦା
author img

By ETV Bharat Odisha Team

Published : Mar 22, 2024, 4:42 PM IST

ସମସ୍ୟା ଘେରରେ ବସ୍ତି ବାସିନ୍ଦା

ରାଉରକେଲା: ମୌଳିକ ସୁବିଧାରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ । ଜନପ୍ରତିନିଧୀଙ୍କ ପ୍ରତିଶ୍ରୁତି ସତେ ଯେପରି ପାଣିର ଗାର ପାଲଟିଛି । ଏହିଭଳି କିଛି ଅଭିଯୋଗ ଆଣିଛନ୍ତି ରାଉରକେଲା ସହରର ରେଳବାଇ କଲୋନୀ ହରିଜନ ବସ୍ତିର ଲୋକ । ସ୍ଥାନୀୟ ବିଧାୟକ ସାରଦା ନାୟକଙ୍କ ବିରୋଧରେ ସେମାନଙ୍କ ପାଖରୁ ଅଭିଯୋଗ ଶୁଣିବାକୁ ମିଳିଛି। ବିଜୁଳୀ ଠାରୁ ଆରମ୍ଭ କରି ପାନୀୟ ଜଳ, ଡ୍ରେନ ସୁବିଧା, ପକ୍କା ଘର ଭଳି ଅନେକ ସୁବିଧା ସୁଯୋଗରୁ ଦୁରରେ ଅଛନ୍ତି ଏହି ବସ୍ତିର ଲୋକ । ଯାହା ପାଇଁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ବାଜି ସାରିଛି ନିର୍ବାଚନର ବିଗୁଲ । ନିର୍ବାଚନ ସମୟରେ ଜନତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ପୁଣି ଆସିବେ ନେତା ଏବଂ ଦେବେ ପ୍ରତିଶ୍ରୁତି। ହେଲେ ଏବେ ଆଉ ସୁଖିଲା ପ୍ରତିଶ୍ରୁତି ଚାଳିବ ନାହିଁ ବୋଲି କହିଛନ୍ତି ବସ୍ତି ବାସିନ୍ଦା। ନିର୍ବାଚନ ପ୍ରଚାର ପାଇଁ ଜନପ୍ରତିନିଧୀ ଆସିଲେ ଭୋଟ ପୂର୍ବରୁ ଦେବାକୁ ପଡ଼ିବ ଜନତାଙ୍କ ଅନେକ ପ୍ରଶ୍ନର ଉତ୍ତର । ତେବେ ରାଉରକେଲାର ରେଳବାଇ କଲୋନୀ ହରିଜନ ବସ୍ତିର ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ପାରି ନଥିବା ଲେମାନେ ଅଭିଯୋଗ କରିଛନ୍ତି । ସେଠାରେ ଆଜି ପର୍ଯ୍ୟନ୍ତ ବିଜୁଳୀ ସୁବିଧା ନଥିବାରୁ ସେମାନେ ଅନ୍ଧାରରେ ଦିନ କାଟୁଛନ୍ତି । ସେପଟେ ପାଇପ ବିଛା ଯାଇଛି ସତ ହେଲେ ପାଣି ମୁନ୍ଦାଏ ପାଇଁ ସେମାନେ ଏକ ପୁରୁଣା ନଳକୂପ ଉପରେ ନିର୍ଭର କରୁଛନ୍ତି । ସେହିଭଳି ସେଠାରେ ଡ୍ରେନ ସୁବିଧା ନଥିବାରୁ ଅଳ୍ପ ବର୍ଷ ହେଲେ ମଧ୍ୟ ପାଣି ଆସି ତାଙ୍କ ଘରେ ପସୁଛି ।

ଏହା ମଧ୍ୟ ପଢ଼ନ୍ତୁ...... ଶୁଣିଲେନି ସରକାର, ଭୋଟ ଦେବନି ରାମଚନ୍ଦ୍ରପୁର ! - Ramchandrapur Sahi Boycott Vote

ରାଉରକେଲା ସହର କେବଳ ବାହାରୁ ଚକାଚକ ଏବଂ ସୁନ୍ଦର । ଦେଶରେ ଏହାର ସୁନ୍ଦରତା ଏବଂ ସୁବିଧାକୁ ନେଇ ପ୍ରଶଂସିତ ହେଉଥିବା ବେଳେ ଏହି ବସ୍ତିର ଦୃଶ୍ୟ କିଛି ଅଲଗା କଥା ବଖାଣୁଛି । ହରିଜନ ବସ୍ତିରେ ରହୁଛନ୍ତି ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପରିବାର । ବହୁବାର ଏଠାକୁ ନେତା ଆସନ୍ତି ଜନ ପ୍ରତିନିଧି ଆସନ୍ତି ଏବଂ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହା କେତେ ଦୂର ପୁରଣ ହୋଇଛି ଏଠାକାର ଚିତ୍ର ସେସବୁର ବାସ୍ତବତା କଥା କହୁଛି । ଏଠାକାର ଲୋକ ବାହାରକୁ ଶୌଚ ହେବାକୁ ଯାଉଥିବା ବେଳେ ଏହା ସ୍ମାର୍ଟ ସିଟିର ପରିମଳ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଆଜି ପର୍ଯ୍ୟନ୍ତ ନିଜର ବୋଲି ଜାଗା ଖଣ୍ଡିଏ ବା ଘର ଖଣ୍ଡିଏ ପାଇ ନାହାନ୍ତି ଏଠାକାର ଲୋକେ। ତେବେ ଏଠାରେ ଲୋକ ବିଭିନ୍ନ ସମସ୍ୟା କାରଣରୁ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସ୍ଥାନୀୟ ବିଧାୟକ ସାରଦା ନାୟକ କିଛି ବର୍ଷ ତଳେ ଆସିଥିଲେ ଏବଂ କହିଥିଲେ ସମସ୍ୟା ଦୂର କରିବାକୁ କିନ୍ତୁ ପୁଣି ଭୁଲିଗଲେ ଏବଂ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫେଲ ହୋଇଛି। ତେବେ ଏଥର ସମସ୍ତ ଅସୁବିଧାକୁ ଦୂର ନକଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.