ETV Bharat / state

ଧର୍ମଶାଳା ଟିକେଟ୍‌କୁ ନେଇ କେଁ, ବିଜେପି କାର୍ଯ୍ୟାଳୟ ଆଗରେ ହିମାଂଶୁ ସମର୍ଥକଙ୍କ ହୋ ହଲ୍ଲା - ODISHA ASSEMBLY ELECTION

author img

By ETV Bharat Odisha Team

Published : Apr 3, 2024, 10:26 AM IST

Protest over candidates Selection: ପ୍ରାର୍ଥିତ୍ବକୁ ନେଇ ବିବାଦ । ଧର୍ମଶାଳା ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥକ ବିଜେପି କାର୍ଯ୍ୟାଳୟରେ ସମ୍ମୁଖରେ କରିଛନ୍ତି ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Protest over selection of candidates
Protest over selection of candidates
Protest over selection of candidates

ଭୁବନେଶ୍ବର: ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ବିଧାନସଭା ଆସନ ପାଇଁ ପ୍ରାର୍ଥିତ୍ବକୁ ନେଇ ବିବାଦ ଦେଖାଦେଇଛି । ଧର୍ମଶାଳା ଯୁବ ବିଜେପି ନେତା ହିଂମାଶୁ ଶେଖର ସାହୁ ଓ ତାଙ୍କ ସମର୍ଥକ ବିଜେପି କାର୍ଯ୍ୟାଳୟରେ ବିରୋଧ କରିଛନ୍ତି । ଏଥିସହ ଧର୍ମଶାଳା ବିଧାନସଭା ଆସନରୁ ହିମାଂଶୁ ସାହୁଙ୍କୁ ଟିକେଟ ନ ଦିଆଯିବା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନେଇ ଚେତାବନୀ ଦେଇଛନ୍ତି ସମର୍ଥକ ।

ସୂଚନା ମୁତାବକ, ଧର୍ମଶାଳାରୁ ସ୍ମୃତିରେଖା ପାହିଙ୍କୁ ପ୍ରାର୍ଥୀ କରିଛି ଦଳ । ଯାହାକୁ ବିରୋଧ କରି ବିଜେପି କାର୍ଯ୍ୟାଳୟ ଆଗରେ ତୁମୁଳକାଣ୍ଡ କରିଛନ୍ତି ହିଂମାଶୁ ଶେଖରଙ୍କ ସମର୍ଥକ । ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଲୋଚନା ମଧ୍ୟ ବିଫଳ ହୋଇଛି ।ଏନେଇ ମନମୋହନ ସାମଲ କହିଛନ୍ତି, ‘ଶୀର୍ଷ ନେତୃତ୍ବଙ୍କ ଆଗରେ କଥା ରଖିବି । ଏଥିସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରାଯିବ । ଏ ବାବଦରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଫୋନ ମାଧ୍ୟମରେ ଅବଗତ କରାଯାଇଛି । ଦଳର କେନ୍ଦ୍ରୀୟ ନେତୃତ୍ବ ଯେଉଁ ନିଷ୍ପତ୍ତି ନେବେ । ସେ ବାବଦରେ ଆପଣଙ୍କୁ ଅବଗତ କରାଯିବ’’ ।

ଏହା ମଧ୍ୟ ପଢନ୍ତୁ-ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍

ହେଲେ ଏହାକୁ ଗ୍ରହଣ କରିନାହାଁନ୍ତି ହିମାଂଶୁଙ୍କ ସମର୍ଥକ । ଯେଉଁ ପର୍ଯ୍ୟନ୍ତ ଏହି ଆସନ ପାଇଁ ସ୍ଥଗିତାଦେଶ ଜାରି ହୋଇନି ତଥା ଟିକେଟ ପାଇଁ ଫାଇନାଲ ହୋଇନି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଶଂସକ କହିଛନ୍ତି । ତେବେ ମନମୋହନଙ୍କ ଆଶ୍ଵସନା ପରେ ମଧ୍ୟ ହିମାଂଶୁଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ।

ପ୍ରକାଶ ଥାଉକି, ଗତକାଲି(ମଙ୍ଗଳବାର) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । 112 ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦଳ ପୁଣିଥରେ ଚାନ୍ଦବାଲିରୁ ପ୍ରାର୍ଥୀ କରିଛି । 147 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୧୨ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଆଉ 35 ଆସନରେ ନାମ ଘୋଷଣା ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.