ETV Bharat / state

ବିଧାୟକ ସୁବ୍ରତ ତରାଇଙ୍କ 5ବର୍ଷର ରିପୋର୍ଟ କାର୍ଡ ଦେଲେ ସାଧାରଣ ଲୋକ, କହିଲେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି - raghunathpali assembly constituency

Raghunathpali Assembly Constituency: ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ବିଧାୟକ ସୁବ୍ରତ ତରାଇଙ୍କ 5 ବର୍ଷର ରିପୋର୍ଟ କାର୍ଡ ଦେଲେ ସାଧାରଣ ଲୋକ, କହିଲେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 6, 2024, 9:40 PM IST

ବିଧାୟକ ସୁବ୍ରତ ତରାଇ
ବିଧାୟକ ସୁବ୍ରତ ତରାଇ
ବିଧାୟକ ସୁବ୍ରତ ତରାଇ

ରାଉରକେଲା: ରାଜ୍ୟରେ ବୋହିବାରେ ଲାଗିଛି ନିର୍ବାଚନୀ ଲହର । ନିର୍ବାଚନ ପାଇଁ ହେଲାଣି ପାଗ ଭିଡା । ଏହାରି ଭିତରେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପାଣିପାଗ ସରଗରମ ହୋଇ ଉଠିଛି । ତେବେ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇଙ୍କୁ ବିରୋଧ କରାଯାଉଛି । ଗୋଟିଏ ପକ୍ଷରେ ରଘୁନାଥପାଲ୍ଲୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ନିର୍ବାଚନ ମଣ୍ଡଳୀର ବିକାଶ ନେଇ ସୁବ୍ରତ ତରାଇଙ୍କ 5 ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଲୋକେ ।

ତେବେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅଭିଯୋଗ ଯେ, ପାଞ୍ଚ ବର୍ଷରେ କେବେ ହେଲେ ଲୋକଙ୍କ ସମସ୍ୟା ବୁଝିବାକୁ ଆସୁନାହାନ୍ତି ବିଧାୟକ । ବସ୍ତି ଅଞ୍ଚଳରେ ଖରା, ବର୍ଷା, ଶୀତ ସବୁବେଳେ ପାଣି ସମସ୍ୟା । ପରିମଳ ସମସ୍ୟା ସହ ରାସ୍ତଘାଟ ସମସ୍ୟା ଦେଇ ଗତି କରୁଛନ୍ତି ଅଞ୍ଚଳବାସୀ । ରଘୁନାଥପାଲ୍ଲୀରେ ଚିକିତ୍ସା ଠାରୁ ନେଇ ଶୌଚାଳୟ, ବସ ଷ୍ଟାଣ୍ଡ, ବ୍ରିଜ, ରାସ୍ତାଘାଟ ଏବଂ ଘରଦ୍ୱାର ସହ ପାନୀୟ ଜଳର ଘୋର ସମସ୍ୟା ରହିଛି । ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଖରେ କୌଣସି ସରକାରୀ ମୌଳିକ ସୁବିଧା ପହଞ୍ଚି ପରିନାହିଁ । କେବଳ ଷ୍ଟିଲ ଟାଉନଶିପକୁ ଛାଡି ଦେଲେ ଗ୍ରାମାଞ୍ଚଳରେ ଜନ ସାଧାରଣ ବହୁ ସମସ୍ଯା ଭିତରେ ରହିଛନ୍ତି । ଆଜି ବି ବେରୋଜଗାର ସମସ୍ୟା ରହିଛି । ସେପଟେ ବିଧାୟକ ଆଜି ପର୍ଯ୍ୟନ୍ତ କେବେ ବେରୋଜଗାର କିମ୍ବା ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ଅଞ୍ଚଳରେ କେବେ କେଉଁଠି ମୁହଁ ଖୋଲି ନାହାନ୍ତି । ବିଧାୟକ ଲୋକଙ୍କୁ ମୌଳିକ ଅସୁବିଧା ଯୋଗାଇ ଦେବାଠାରୁ ବହୁ ଦୂରରେ ରହିଛନ୍ତି । ବିଧାୟକଙ୍କ ନିଜ ଅଞ୍ଚଳ ପ୍ରତି ଘୋର ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବୀରମିତ୍ରପୁରରେ ଜୁନିୟର ତିର୍କୀଙ୍କୁ ବିଜେଡି ଟିକଟ, ରୋହିତ କହିଲେ ଲକ୍ଷେରୁ ଊର୍ଦ୍ଧ୍ବ ଭୋଟରେ ଜିତିବି - Odisha Assembly Election

ତେବେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ସୁବ୍ରତ ତରାଇ 2009, 2014, 2019 କ୍ରମାଗତ ଭାବରେ ତିନି ଥର ବିଜୟୀ ହୋଇ ବିଧାୟକ ଭାବରେ ନିଜର ପତିଆରା ଜାହିର କରିଛି । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଏକ ଏଭଳି ନିର୍ବାଚନ ମଣ୍ଡଳୀ ଯେଉଁଥିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଅନେକ ସ୍ଥାନ ରହିଛି । ରାଉରକେଲା ଷ୍ଟିଲ ଟାଉନଶିପ୍‌ ସହ ୨୨ ଟି ସେକ୍ଟର ଏବଂ ଏହାର ବସ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ରହିଛି । କେବଳ ଲାଠିକଟା ବ୍ଲକର 6ଟି ପଞ୍ଚାୟତ ରାମଜୋଡୀ, ସୁଇଡ଼ିହି, ହାତିବନ୍ଧ, ମୁଣ୍ଡାଜୋର, ଜଳଦା ଏବଂ ଲାଠିକଟା ଏହି ନିର୍ବାଚନ ମଣ୍ଡଳୀରେ ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.