ETV Bharat / state

ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବି ଡ଼ମ ସମାଜର ଗଣଧାରଣା

Dam Community Protest: 17 ଦଫା ଦାବି ନେଇ ରାୟଗଡ଼ାରେ ଡମ ସମାଜ ପକ୍ଷରୁ ଅନ୍ଦୋଳନ । ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବି ନେଇ ଗଣଧାରଣା ଦେଲା ଡ଼ମ ସମାଜ

author img

By ETV Bharat Odisha Team

Published : Mar 15, 2024, 9:06 AM IST

ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବି ନେଇ ଗଣଧାରଣା ଦେଲା ଡ଼ମ ସମାଜ

ରାୟଗଡ଼ା: ଜିଲ୍ଲାର ଡମ ସମାଜ ପକ୍ଷରୁ ପ୍ରତିବାଦ । ଗତକାଲି(ଗୁରୁବାର) ଦିନ ଡମ ସମାଜ ପକ୍ଷରୁ ରାୟଗଡ଼ା ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖ ଶତାଧିକ ନାରୀ ଓ ପୁରୁଷ ଏକତ୍ରିତ ହୋଇ 17 ଦଫା ଦାବି ପୂରଣ ନେଇ ଆନ୍ଦୋଳନ କରିଛନ୍ତି । ଏହାସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ବାରମ୍ବାର ଡମ ସମାଜ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ସେମାନଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରହିଛି । ଡମ ସମାଜର ପରମ୍ପରା ଓ ନିଜସ୍ବ ଭାଷା, କଳା, ପର୍ବପର୍ବାଣୀ ଓ ସଂସ୍କୃତିକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଉ । ଓଡିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ ପାଇଁ 10 ଶତକଡା ସିଟ୍ ସଂରକ୍ଷଣ ରହିଛି ତାହାକୁ ବୃଦ୍ଧି କରଯାଉ । ଜିଲ୍ଲାରେ ମୋଟ ଜନସଂଖ୍ୟା ଅନୁସାରେ ଏସି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତେଣୁ ସମସ୍ତ ପଦ ଗୁଡିକର ଦ୍ବିତୀୟ ପଦବୀ ଏସି ପାଇଁ ସଂରକ୍ଷିତ ରଖାଯାଉ । ପଞ୍ଚାୟତସ୍ତରର ପଦ ପଦବୀ ଗୁଡିକରେ 50 ଶତକଡା ସଂରକ୍ଷଣର ବ୍ୟବସ୍ଥା କରାଯାଉ କରିବା ପାଇଁ ଦାବି କରିଛି ଡମ ସମାଜ ।

ଏହା ମଧ୍ୟ ପଢନ୍ତୁ....କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ, ରୋଗୀ ସେବା ପ୍ରଭାବିତ

ସେହପରି ଚାକିରି କ୍ଷେତ୍ରର ବିଭିନ୍ନ ପଦପଦବୀ ଗୁଡିକରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି । ରାୟଗଡା ଜିଲ୍ଲାର ତିନୋଟି ବିଧାନସଭା ରହିଛି । ସେସବୁ ଅନୁସୂଚୀତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି । 3ଟି ବିଧାନସଭା କ୍ଷେତ୍ରରୁ 6ଟି ବିଧାନସଭା ଆସନ (କ୍ଷେତ୍ର)କୁ ବୃଦ୍ଧି କରାଯାଉ । ସେଥି ମଧ୍ୟରୁ ଦୁଇଟି ଆସନ ସାଧାରଣ ଜାତିଙ୍କ ପାଇଁ ଗୋଟିଏ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଉ । ତେବେ ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ଡମ ସମାଜ ସଭାପତି ଧନିରାମ ନାୟକ ।

ତେବେ ପୂର୍ବରୁ ଗତ ଦୁଇମାସ ତଳେ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର କିଛି ସମାଧାନ କରାଯାଇନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଯଦି ଦାବିଗୁଡିକ ପୂରଣ ନ କରାଯାଏ । ତାହାଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ଡମ ସମାଜ । ଏହା ସହ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.