ETV Bharat / state

15 ଦିନ ବି ତିଷ୍ଠିଲାନି ଆପ୍ରୋଚ ରୋଡ୍‌, ବାହ୍ୟଜଗତରୁ ବିଚ୍ଛିନ୍ନ ଦୀପାଞ୍ଚଳବାସୀ - Padanipal Bridge Collapse - PADANIPAL BRIDGE COLLAPSE

Padanipal Bridge Collapse: କେନ୍ଦ୍ରାପଡା ଜିଲ୍ଲାର ଆଳି ପଦନିପାଳ ସେତୁର ସଂଯୋଗୀକରଣ ରାସ୍ତା ଉଦଘାଟନର ୧୫ ଦିନ ମଧ୍ୟରେ ସାମାନ୍ୟ ବର୍ଷାରେ ଧୋଇଯାଇଛି । ଫଳରେ ପଞ୍ଚାୟତବାସୀ ପୁନର୍ବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଅଧିକ ପଢନ୍ତୁ

Padanipal Bridge Collapse
Padanipal Bridge Collapse
author img

By ETV Bharat Odisha Team

Published : Mar 27, 2024, 9:37 AM IST

Updated : Mar 27, 2024, 1:39 PM IST

ବାହ୍ୟଜଗତରୁ ବିଚ୍ଛିନ୍ନ ଦୀପାଞ୍ଚଳବାସୀ

କେନ୍ଦ୍ରାପଡା: କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା ବହୁ ପ୍ରତୀକ୍ଷିତ ପଦନିପାଳ ସେତୁକୁ ଯିବା ପାଇଁ ସଂଯୋଗୀକରଣ ରାସ୍ତା । ହେଲେ ପୋଲ ଉଦଘାଟନର ୧୫ ଦିନ ମଧ୍ୟରେ ସଂଯୋଗୀକରଣ ରାସ୍ତା ସାମାନ୍ୟ ବର୍ଷାରେ ଧୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଆଳି ପଦନିପାଳ ସେତୁର ସଂଯୋଗୀକରଣ ରାସ୍ତାଟି ୪ ଦିନ ତଳେ ବର୍ଷା ପାଣିରେ ଧୋଇଯାଇଛି । ଫଳରେ ପଞ୍ଚାୟତବାସୀ ପୁନର୍ବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଦ୍ୱୀପାଞ୍ଚଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପଦନିପାଳ ପଞ୍ଚାୟତ ପଦନିପାଳ, ଦୈତାରୀପୁର ଓ କଳମଡ଼ାଶାସନ ଗ୍ରାମର ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠିତ । ଏହି ପଞ୍ଚାୟତକୁ ଚତୁଃପାର୍ଶ୍ୱରୁ ନଦୀ ଘେରି ରହିଥିବାରୁ ସେମାନେ ଚିର ଦିନ ପାଇଁ ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରିଥାନ୍ତି । ପଦନିପାଳବାସୀଙ୍କ ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ କୋଟି ଟଙ୍କା ବ୍ୟୟରେ ପଦନିପାଳ ସେତୁ ନିର୍ମାଣ କରାଯାଇଥିଲା । ସେତୁ ନିର୍ମାଣ କରାଯାଇ ରାଜକନିକା ବ୍ଲକ ନମତରା ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା କରାଯାଇଥିଲା । ମାର୍ଚ୍ଚ ୯ ତାରିଖରେ ଏହି ସେତୁଟି ଆଳି ବିଧାୟକ ତଥା ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ମାତ୍ର ବିଡ଼ମ୍ବନାର ବିଷୟ ୨ଦିନ ପୂର୍ବେ ହୋଇଥିବା ବର୍ଷାରେ ସେତୁକୁ ସଂଯୋଗୀକରଣ ରାସ୍ତାରୁ ଧୀରେ ଧୀରେ ମାଟି ଧସିବା ଆରମ୍ଭ କରିଥିଲା । ପୋଲ ନିକଟରେ ହୋଇଥିବା ବାଲିବନ୍ଧରୁ ବାଲି ଧସିବା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିବା ସହ ସାମାନ୍ୟ ବର୍ଷାରେ ଯଦି ବନ୍ଧ ଭୁଶୁଡି ପଡୁଛି ତେବେ ପୋଲର ସ୍ଥାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ପଞ୍ଚାୟତବାସୀ ଅଭିଯୋଗ କରିବା ପରେ ପୋଲ କାର୍ଯ୍ୟ କରୁଥିବା ଠିକାଦାର ପୋଲକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି । ଫଳରେ ପୋଲ ଉପର ଦେଇ ଯାତାୟାତ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ୨୦୧୯ରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ରାଜକନିକା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚ ୯ରେ ଉଦ୍‌ଘାଟନ ହୋଇଥିଲା । ସ୍ଥାନୀୟ ଲୋକମାନେ ସେତୁ ହେବା ପରେ ଯାତାୟାତ ଆରମ୍ଭ କରିବା ସହ ଖୁସିରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ସେତୁ ସଂଯୋଗୀକରଣ ରାସ୍ତା ଧସିଯିବା ପରେ ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ଏହା ମଧ୍ୟ ପଢନ୍ତୁ- ରାସ୍ତା କାମ ୧୫ଦିନ ନପୁରୁଣୁ ଉଠିଲାଣି ପିଚୁ; ମିଳିମିଶି ଲୁଟିନେଲେ ଅଧିକାରୀ ଓ ଠିକାଦାର !

ସେତୁ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ମନମୁଖି ନୀତିରେ କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଏହି ଗୋଟିଏ ଘଟଣା ହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ପୋଷଣ ନୀତିର ସ୍ପଷ୍ଟ ଚିତ୍ର। କାରଣ ଦୀର୍ଘ ଦଶନ୍ଧି ପରେ ପୋଲ ପାଇଁ ଖୁସି ହେଉଥିବା ପଦନିପାଳବାସୀ ରାସ୍ତା ଧସିବା ପରେ ଚିନ୍ତାରେ ରହିଛନ୍ତି । ଏ ସମ୍ପର୍କରେ ଆଳି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ଉଦ୍‌ଘାଟନ ପାଇଁ ଅସ୍ଥାୟୀ ଭାବେ ସଂଯୋଗ ରାସ୍ତା ନିର୍ମାଣ କରିଥିଲୁ । ଏବେ ଆମେ ସେତୁକୁ ସଂଯୋଗ ରାସ୍ତା ପାଇଁ ୱାଲ ତିଆରି କରିବା ପରେ ଦୃଢ଼ ଭାବେ ନିର୍ମାଣ କରିବୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 27, 2024, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.