ETV Bharat / state

ବଦଳିଲା ସରକାର ହେବ କି ସମ୍ବଲପୁର ମହାନଗର ନିର୍ବାଚନ ? - sambalpur municipal election

author img

By ETV Bharat Odisha Team

Published : Jun 20, 2024, 6:27 AM IST

DEMANDS MUNICIPAL ELECTION: ଜୋର ଧରିଲା ସମ୍ବଲପୁର ମହାନଗର ନିର୍ବାଚନ ଦାବି । ରାଜ୍ୟରେ ନୂଆ ସରକାର ଗଠନ ହୋଇଥିବାରୁ ମନରେ ଆଶା ବାନ୍ଧିଲେ ଲୋକେ । 2008 ମସିହାରେ ହୋଇଥିଲା ଶେଷ ନିର୍ବାଚନ । ଅଧିକ ପଢନ୍ତୁ

SAMBALPUR  MUNICIPAL ELECTION
SAMBALPUR MUNICIPAL ELECTION (ETV Bharat Odisha)

ସମ୍ବଲପୁର: ସରିଛି ସାଧରଣ ନିର୍ବାଚନ ଓ ଆସିଛି ନୂଆ ସରକାର । ହୋଇଛି ପରିବର୍ତ୍ତନ ଓ 25 ବର୍ଷ ପରେ ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପି ପ୍ରଥମ ଥର ପାଇଁ କ୍ଷମତାରେ ଆସିଛି । ଆଉ କ୍ଷମତାରେ ଆସିବା ପରେ ନିଜର ପ୍ରତିଶୃତି ମୁତାବକ ନୁଆଁ ସରକାର ଦୀର୍ଘ 11 ବର୍ଷରୁ ହୋଇ ନଥିବା ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରେଇବ ବୋଲି ଆଶା ରଖିଛନ୍ତି ସମ୍ବଲପୁରବାସୀ । ତେବେ କେତେ ଶୀଘ୍ର ଏହି ନିର୍ବାଚନ ହେଉଛି ତାକୁ ଅନେଇ ବସିଛନ୍ତି ସମ୍ବଲପୁରବାସୀ ।

ଦୀର୍ଘ 11 ବର୍ଷ ହେଲା ଅଟକି ରହିଛି ସମ୍ବଲପୁର ମହାନଗର ନିଗମର ପୌର ନିର୍ବାଚନ । ସମ୍ବଲପୁର ମ୍ୟୁନିସିପାଲିଟି ଥିବାବେଳେ 2008 ମସିହାରେ ଶେଷ ନିର୍ବାଚନ ହୋଇଥିଲା । ଏହାପରେ 2014 ମସିହାରେ ସମ୍ବଲପୁର ମହାନଗର ନିଗମର ମାନ୍ୟତା ପାଇଥିଲା । ଏଥିପାଇଁ ସମ୍ବଲପୁର ସହ ବୁର୍ଲା, ହୀରାକୁଦ ଓ ଧନକଉଡ଼ାର 7ଟି ଓ ମାନେଶ୍ବର 5ଟି ପଞ୍ଚାୟତକୁ ସମ୍ମିଳିତ କରାଯାଇ ମହାନଗରର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । ତେବେ ବୁର୍ଲା ସହରର ୱାର୍ଡ ନମ୍ବର 4ର ନିବାସୀ ତଥା କେନ୍ଦ୍ର ସରକାରଙ୍କ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଅଜୟ କୁମାର ମହାନ୍ତି ମହାନଗର ନିଗମର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା ନେଇ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ ଫଳରେ ନିର୍ବାଚନ ଉପରେ ହାଇକୋର୍ଟ ରୋକ ଲଗେଇ ଦେଇଥିଲେ । ଏହା ପରଠାରୁ ରାଜ୍ୟ ସରକାର ନେଇ କୌଣସି ଠୋସ ପଦକ୍ଷେପ ନେଇଥିଲେ । ଫଳରେ ନିର୍ବାଚନ ଝୁଲି ରହିଥିଲା ।

ଏହାକୁ ବିଜେପି ଏକ ରାଜନୈତିକ ପ୍ରସଙ୍ଗ କରି ଆସୁଥିବା ବେଳେ ତତ୍କାଳୀନ ବିଜେଡି ସରକାର ମାମଲା ବିଚାରାଧୀନ ଅଛି କହି ଚାଲିଥିଲା । ତେବେ ବର୍ତ୍ତମାନ ସରକାରରେ ପରିବର୍ତ୍ତନ ହୋଇଛି ଓ ରାଜ୍ୟରେ ବିଜେପି ସରକାର ଆସିଛି । ଆଉ ଗତ ନିର୍ବାଚନରେ ବିଜେପି ଏହାକୁ ଏକ ପ୍ରମୁଖ ମୁଦ୍ଦା କରି ବିଜେଡିକୁ ଟାର୍ଗେଟ କରି ଆସୁଥିଲେ । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁରର ସାଧରଣ ଜନତା ସମ୍ବଲପୁରରେ ଯଥା ଶୀଘ୍ର ନିର୍ବାଚନ ହେବ ବୋଲି ଆଶା ରଖିଛନ୍ତି । ମୁଖ୍ୟତଃ 2014 ମସିହାରେ ଯେତେବେଳେ ସମ୍ବଲପୁର ମହାନଗର ନିଗମ ଘୋଷଣା ହେଲା ସେତେବେଳେ ରେଙ୍ଗାଲି ବିଧାନସଭା ସିଟର ଧନକଉଡା ବ୍ଲକର 7ଟି ପଞ୍ଚାୟତ ଓ ମାନେଶ୍ବର ବ୍ଲକର 5ଟି ପଞ୍ଚାୟତକୁ ସମ୍ବଲପୁରରେ ମିଶ୍ରଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .....ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର - Ratnabhandar Key Missing Case

ସେତେବେଳେ 11ଟି ସରପଞ୍ଚ ନିଜର ପଦ ହରେଇ ଥିଲେ । ତେବେ ମହାନଗରରେ ମିଶିବା ପରେ ମଧ୍ୟ 11 ବର୍ଷ ହେଲା ମହାନଗର ନିର୍ବାଚନ ନହେବାରୁ ଏହି ଅଞ୍ଚଳବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ତେବେ ଗତ ରବିବାର ଜୁନ 16 ତରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସିଥିବା ସମୟରେ ଏମସିଏଲରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ନେଇ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ।

ଇଟିିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.