ETV Bharat / state

ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ, ଉଜାଗର ରହି ଜାଗର ଜାଳିବେ ଭକ୍ତ

Mahashivratri 2024: ଆଜି ପ୍ରଭୁ ଭୋଳାନାଥଙ୍କ ଜାଗର ଯାତ୍ରା । ସକାଳୁ ସକାଳୁ ଶୈବ ପୀଠରେ ଭକ୍ତଙ୍କ ଭିଡ଼ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 8, 2024, 6:58 AM IST

Mahashivratri
Mahashivratri

ଭୁବନେଶ୍ୱର: ଓଁ ନମଃ ଶିବାୟ... ଆଜି ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ । ବାବା ଭୋଳାନାଥଙ୍କୁ ଉପାସନା କରି ଜାଗର ଜାଳିବେ ଶ୍ରଦ୍ଧାଳୁ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । କିଏ ତାଙ୍କୁ ମହାଦେବ ତ ଆଉ କିଏ ଶିବ ଶମ୍ଭୁ, ଭୋଳାବାବା ଏବଂ ପରମେଶ୍ବର ବୋଲି ଡାକେ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।

ଶିବରାତ୍ରୀ ଅବସରରେ ଆଜି ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶିବ ମନ୍ଦିର । ସକାଳୁ ସକାଳୁ ମନ୍ଦିରକୁ ଶୈବ ଭକ୍ତଙ୍କ ସମାଗମ ହୋଇଛି । ସାଙ୍ଗରେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ ପ୍ରିୟ ଦୁଦୁରା ଫୁଲ ନେଇ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । କଡ଼ା ସୁରକ୍ଷାବଳ ମଧ୍ୟରେ ସକାଳୁ ଆରମ୍ଭ ହୋଇଛି ଦର୍ଶନ । ଆଖଣ୍ଡଳମଣି ମନ୍ଦିର, ଭଦ୍ରକ ଆରଡ଼ି, କପିଳାସ ଶିବ ମନ୍ଦିର, ସୁନ୍ଦରଗଡର ବେଦବ୍ୟାସ, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ଗଜପତିର ମହେନ୍ଦ୍ରଗିରି, କଟକର ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ମାତ୍ରାରେ ସମାଗମ ହୋଇଛି । ପରମ୍ପରା ଏବଂ ରୀତିନୀତି ମୁତାବକ ପୂଜାର୍ଚ୍ଚନା ଜାରି ରହିଛି । ରାତ୍ରି ସମୟରେ ମନ୍ଦିରରେ ଉଜାଗର ରହି ଜାଗର ଜାଳିବେ ଭକ୍ତ ।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ବର ଶୈବ ପୀଠରେ ଜମୁଛି ଭିଡ, ବକ୍ରେଶ୍ୱର ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ପୌରାଣିକ କଥାବସ୍ତୁ ଅନୁଯାୟୀ, ଆଜିର ଦିନରେ ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହି ବିଷକୁ ପାନ କରିବା ପରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ଚେତା ନଫେରିବା ଯାଏ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଆଜି ଜାଗର: ମହାଶିବରାତ୍ରୀକୁ ଜାଗର ମଧ୍ୟ କୁହାଯାଇଥାଏ । ଆଜିର ଦିନରେ ଉପବାସ ରହି ବ୍ରତ କରିବା ସହ ଉଜାଗର ରହି ରାତିରେ ଦୀପ ଜାଳିବେ ଶ୍ରଦ୍ଧାଳୁ । ଶୈବ ଭକ୍ତମାନେ ନିଷ୍ଠା ଏବଂ ଭକ୍ତିର ସହ ଏହି ଦିନକୁ ପାଳନ କରିଥାନ୍ତି । ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.