ETV Bharat / state

INS ଚିଲିକାରେ ପାସିଂ ଆଉଟ ପରେଡ; ନୌସେନାରେ ଯୋଗଦେଲେ ୨୬୩୦ ଅଗ୍ନିବୀର

author img

By ETV Bharat Odisha Team

Published : Mar 16, 2024, 10:23 AM IST

Agniveer Passing Out Parade in INS Chilka : ଆଇଏନ୍‌ଏସ୍ ଚିଲିକାରେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ପାସିଂ ଆଉଟ୍ ପରେଡ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ପରେ ନୌସେନାରେ ଯୋଗ ଦେଇଛନ୍ତି ୨୬୩୦ ଅଗ୍ନିବୀର । ଅଧିକ ପଢନ୍ତୁ

Etv Bharat
Etv Bharat
Passing out parade of third batch of Agniveer held at INS Chilka

ଖୋର୍ଦ୍ଧା: ଆଇଏନ୍‌ଏସ୍ ଚିଲିକା ପରେଡ୍ ଗ୍ରାଉଣ୍ଡରେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ପାସିଙ୍ଗ୍ ଆଉଟ୍ ପରେଡ ଅନୁଷ୍ଠିତ ହୋଇଛି । ଏହି ବ୍ୟାଚରେ ସମୁଦାୟ ୨୬୩୦ ଅଗ୍ନିବୀରଙ୍କ ମଧ୍ୟରେ ୩୯୬ ଜଣ ମହିଳା ଅଗ୍ନିବୀର ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ସେମାନଙ୍କ ଅବଦାନକୁ ସ୍ଵୀକାର କରାଯାଇଥିଲା । ଅଗ୍ନିବୀରଙ୍କ ପିତାମାତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ପରେଡ ନିରୀକ୍ଷଣ କରିଥିଲେ । ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ ଭାଇସ ଆଡମିରାଲ ଭି ଶ୍ରୀନିବାସ ପରେଡ୍ ପରିଚାଳନା କରିଥିଲେ । ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମଭୂଷଣ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

ପରେଡରେ ଭାଇସ ଆଡମିରାଲ ଭି ଶ୍ରୀନିବାସ, ବରିଷ୍ଠ ନୌସେନା ଅଧିକାରୀ, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଏମ. ସୁରଞ୍ଜୟ ସିଂ, ଅଧିକାରୀ ଖୁସି ରାମ ଓ ନରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଆଇଏନ୍‌ଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ କରି ଅଗ୍ନିବୀରମାନେ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ କଲେ ବୋଲି ଅତିଥିମାନେ କହିଥିଲେ । ନିଜର ଦକ୍ଷତା ବୃଦ୍ଧି କରିବା, ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ଶିଖିବାକୁ ଇଚ୍ଛା ରଖିବା, ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପାଇଁ ଆହ୍ବାନ ଦେଇଥିଲେ । ସେହିପରି ନୌସେନାର ମୂଳ ଉଦ୍ଦେଶ୍ୟ ଡ୍ୟୁଟି, ସମ୍ମାନ ଏବଂ ସାହସକୁ ସେମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପାରାମିଲେଟେରୀ ନିଯୁକ୍ତି ପାଇଲେ ଅଗ୍ନିବୀର, ଯବାନ ଓ ତାଙ୍କ ପରିବାରକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

କୃତୀ ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ । ପୁରୁଷମାନଙ୍କ ମଧ୍ୟରେ ପ୍ରଥମେଶ ଅମିତ ଦେରକର ଓ ସାଇନି କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମୃଦ୍ଧି ଖାଣ୍ଡବେଙ୍କୁ ଶ୍ରେଷ୍ଠ ମହିଳା ଅଗ୍ନିବୀର ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା । ଅଙ୍ଗଦ ଡିଭିଜନକୁ ଚାମ୍ପିଅନ ଟ୍ରଫି ଓ ଶିବାଜୀ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ଅଙ୍କୁରର ଗ୍ରୀଷ୍ମ ସଂସ୍କରଣ, ଆଇଏନଏସ ଚିଲିକା ଦ୍ଵିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଅତିଥି ଉନ୍ମୋଚନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ବ୍ୟାଚରେ ୨୫୮୫ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ଥିଲେ । ଦ୍ବିତୀୟ ବ୍ୟାଚରେ ୨୮୯୫ ଅଗ୍ନିବୀରଙ୍କ ମଧ୍ୟରେ ୪୪୮ ଜଣ ମହିଳା ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ନିୟୋଜିତ ଅଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.