ETV Bharat / state

ମାର୍ଚ୍ଚ 5ରୁ ମାଲକାନାଗିରିରୁ ଉଡ଼ିବ ବିମାନ !

author img

By ETV Bharat Odisha Team

Published : Mar 2, 2024, 10:14 AM IST

Passenger Flight Service: ଆସନ୍ତା 5ରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିପାରେ ଯାତ୍ରୀବାହୀ ବିମାନ । ଏୟାର ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ ହୋଇଯାଇଛି । ଅଧିକ ପଢନ୍ତୁ

Passenger Flight Service
Passenger Flight Service
Passenger Flight Service

ମାଲକାନଗିରି: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା 5 ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିପାରେ ଯାତ୍ରୀବାହୀ ବିମାନ । ଏନେଇ ଏୟାର ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି ।

ଗତକାଲି (ଶୁକ୍ରବାର) ପୁଣି ଥରେ ଏୟାର ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍‌ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିସନ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କାପଟେନ ସବାରିଷ ଏସ. କୁମାର, ଏୟାର୍‌ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର ଇଣ୍ଡିଆ ବିମାନର ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରିରୁ ଖୁବଶୀଘ୍ର ଉଡିବ ବିମାନ, ସଫଳ ହେଲା ବିମାନ ଟ୍ରାଏଲ ରନ୍

ଏହା ମଧ୍ୟ ପଢନ୍ତୁ- ଡିସେମ୍ବର ୨୬ରୁ ରାଉରକେଲାରୁ କଲିକତାକୁ ଉଡିବ ସିଧାସଳଖ ବିମାନ

ସେପଟେ ଆସନ୍ତା 5 ତାରିଖରୁ ବିମାନ ଚଳାଚଳ କରିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହାର କୌଣସି ଷ୍ପଷ୍ଟ ଉତ୍ତର ରଖିନଥିଲେ । ଏହାପୂର୍ବରୁ ଏହି ବିମାନ ବନ୍ଦରରେ ରନୱେ ଟ୍ରାଏଲ କରିବା ପରେ ଗତ ଜାନୁଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ବିମାନ ଉଡାଣ ଆରମ୍ଭ ହୋଇଛି । ତେବେ ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବା ପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦ୍‌ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.