ETV Bharat / state

ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 2ଘଣ୍ଟା ପର ଉଦ୍ଧାର ହେଲେ ଯାତ୍ରୀ - Passenger Boat Stuck in Chilika - PASSENGER BOAT STUCK IN CHILIKA

Passenger Boat Stuck: ମେସିନ ଖରାପ ହେବା ଯୋଗୁ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ଚିଲିକା ଜଳରାଶିରେ ଫସି ରହିଲା ଡଙ୍ଗା । ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହୀ ଡଙ୍ଗା । ଅଧିକ ପଢନ୍ତୁ

Passenger Boat Stuck
Passenger Boat Stuck (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:24 PM IST

ପୁରୀ: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ସାତପଡ଼ାରୁ ଜହ୍ନିକୁଦା ଯାତ୍ରୀ ବାହି ଡଙ୍ଗା ଯାଉଥିବା ବେଳେ ଡ଼ଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଡଙ୍ଗାକୁ ଅଟକାଇ ଦେଇଥିଲେ। ଫଳରେ ଦୀର୍ଘ ଦୁଇ ଘଣ୍ଟାକାଳ ଡଙ୍ଗାଟି ସେଠାରେ ଫସି ରହିଥିଲା। ତେବେ ଦୀର୍ଘ 2 ଘଣ୍ଟା କାଳ ଡଙ୍ଗାଟି ଫସି ରହିବା ପରେ ଖବର ପାଇ ଅନ୍ୟ ଏକ ଡଙ୍ଗା ଯିବାରୁ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଫସି ରହିଥିବା ଡଙ୍ଗାରେ 20 ଜଣ ଲୋକ ଓ କିଛି ବାଇକ୍ ଥିବା ଜଣାପଡ଼ିଛି।

Passengers Boat Stuck (ETV Bharat Odisha)

ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଆଗକୁ ଯାଇ ପାରି ନଥିଲା। ଫଳରେ ଗଭୀର ଜଳରାଶି ମଧ୍ୟରେ ଫସିରହିଥିଲା। ଗଭୀର ଜଳ କାରଣରୁ ଡଙ୍ଗାରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଦୁର୍ଭାଗ୍ୟର ବିଷୟ ଏହିଭଳି ଘଟଣା ଚିଲିକାରେ ବାରମ୍ବାର ଘଟୁଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ କରାଯାଉନଥିବା ଅଭିଯୋଗ ହୋଇ ଆସୁଛି। ଏପରିକି ଲୋକଙ୍କୁ ବିନା ଲାଇଫ ଜ୍ୟାକେଟରେ ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବେ ନିଆଯାଉଥିବା ବେଳେ ପ୍ରଶାସନ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇ ଆସୁଛି।

ଏହା ମଧ୍ୟ ପଢ଼ନ୍ତୁ.. ମହାନଦୀ ଡଙ୍ଗା ଟ୍ରାଜେଡି: ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି, ରାଷ୍ଟ୍ରପତିଙ୍କ ଶୋକ - MAHANADI BOAT CAPSIZES

ଏହା ମଧ୍ୟ ପଢ଼ନ୍ତୁ.. ସରକାରଙ୍କ ବିକାଶକୁ ଆଇନା ଦେଖାଉଛି ଲେଞ୍ଜିଗୁଡା, ଆଜିବି ଏଠି ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗା ଭରସା

ଯଦି ଆଗାମୀ ଦିନରେ ଚିଲିକା ଜଳରାଶିରେ କୌଣସି ଅଘଟଣ ଘଟେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ତେବେ ସାତପଡ଼ାରୁ ଜହ୍ନିକୁଦାକୁ ଦୀର୍ଘ 5 କିଲୋମିଟର ଜଳ ପଥର ରହିଛି। ଯେଉଁ ଜଳପଥ ଦେଇ ଦୈନିକ ଡଙ୍ଗା ଯାତାୟାତ କରନ୍ତି ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଳକର 14ଟି ପଞ୍ଚାୟତର ବାସିନ୍ଦା। ତେବେ ଏଥି ପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରାଯାଇଛି। ତେବେ ଚିଲିକାର ସାତପଡ଼ାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି। ହେଲେ ଏଠାରେ ଲୋକଙ୍କ ସୁରକ୍ଷା ବିଷୟରେ ସତେ ଯେମତି ସରକାର ଭୁଲିଯାଇଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଅନେକ ଥର ଯାତ୍ରୀ ବାହି ଡଙ୍ଗା ଫସିଥିବାର ମଧ୍ୟ ନଜରେ ରହିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.