ETV Bharat / state

ପୁଣି ଶିଶୁକନ୍ୟା ଅଲୋଡା, ହସ୍ପିଟାଲରେ ନବଜାତକୁ ଛାଡ଼ି ବାପା ଫେରାର

author img

By ETV Bharat Odisha Team

Published : Jan 27, 2024, 8:21 PM IST

Parents leave newborn child in Hospital: କ୍ୟାପିଟାଲ ହସ୍ପିଟାଲରେ ୨୨ ଦିନର ନବଜାତନ ଶିଶୁକନ୍ୟାକୁ ଛାଡ଼ି ବାପା ମାଆ ଫେରାର । ଶିଶୁଟି ନୟାଗଡ଼ ଜିଲ୍ଲାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୁଣି ଶିଶୁକନ୍ୟା ଅଲୋଡା, ହସ୍ପିଟାଲରେ ନବଜାତକୁ ଛାଡ଼ି ବାପା ଫେରାର
ପୁଣି ଶିଶୁକନ୍ୟା ଅଲୋଡା, ହସ୍ପିଟାଲରେ ନବଜାତକୁ ଛାଡ଼ି ବାପା ଫେରାର
ପୁଣି ଶିଶୁକନ୍ୟା ଅଲୋଡା, ହସ୍ପିଟାଲରେ ନବଜାତକୁ ଛାଡ଼ି ବାପା ଫେରାର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା । ନବଜାତକୁ ଛାଡ଼ି ବାପା ମାଆ ଫେରାର । ହସ୍ପିଟାଲରେ ଛାଡି ଚାଲିଗଲେ ବାପା ମାଆ । ନୟାଗଡ଼ରୁ ଏହି ନବଜାତ ଶିଶୁକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିବା ଜଣାପଡ଼ିଛି । ଶିଶୁଟିର ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଅଣାଯାଇଥଲା । ଏବେ ଶିଶୁକୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ହସ୍ପିଟାଲ ପକ୍ଷରୁ ପରିବାରକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ବନ୍ଦ ଆସୁଛି ଏବଂ ଠିକଣା ମଧ୍ୟ ଭୁଲ ଦିଆଯାଇଥିବା ସୂଚନା ମିଳିଛି । ପୋଲିସ ଓ ଚାଇଲ୍ଡ କେୟାରକୁ ଦିଆଯାଇଛି ସୂଚନା । ତେବେ ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ଅଧିକ୍ଷକ ଦିଲୀପ ପଣ୍ଡା ।

ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ । ଏକ ୨୨ ଦିନର ନବଜାତ ଛୁଆକୁ ଛାଡ଼ି ବାପା ମାଆ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ଶିଶୁଟିର ସ୍ପେସିଆଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚାଲିଛି ଚିକିତ୍ସା । ଏପଟେ କ୍ୟାପିଟାଲ ହସ୍ପିଟାଲର ଶିଶୁ ରୋଗ ବିଭାଗର ଡ଼ାକ୍ତର ଲିଙ୍ଗରାଜ ପ୍ରଧାନ କହିଛନ୍ତି ଯେ, ମାଆ ମମତା ନାୟକ ଓ ବାପା ପ୍ରଶାନ୍ତ ନାୟକ ନୟାଗଡ଼ ହସ୍ପିଟାଲରୁ ୧୮ ତାରିଖରୁ ଛୁଆକୁ ଧରିକି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ରହିଥିବାରୁ ଶିଶୁଟିକୁ ହସ୍ପିଟାଲରେ ଆଡ଼ମିଶନ କରାଯାଇଥିଲା । ହେଲେ କୌଣସି କାରଣରୁ ପରିବାର ଲୋକେ ନବଜାତ ଶିଶୁଟିକୁ ହସ୍ପିଟାଲରେ ଛାଡ଼ି ଚାଲିଯାଇଛନ୍ତି ।

ଏହାସ ମଧ୍ୟ ପଢନ୍ତୁ .....ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ

ବର୍ତ୍ତମାନ ଶିଶୁଟି ଚିକିତ୍ସିତ ଅବସ୍ଥାରେ ରହିଛି । ଗତକାଲି ଗୋଟିଏ ରକ୍ତ ଦିଆଯାଇଥିବା ବେଳେ ଆଜି ମଧ୍ୟ ଆଉ ଗୋଟିଏ ରକ୍ତ ମଧ୍ୟ ଦିଆଯାଇଛି । ଏପଟେ ଶିଶୁ କନ୍ୟାଟି ସମ୍ପୂର୍ଣ ଭାବରେ ପରିପକ୍ୱ ନଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଶିଶୁଟର ବାପାଙ୍କୁ ଖୋଜିବା ବେଳେ ବାପା ନମିଳିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । କିଭଳି ଭାବରେ ଶିଶୁଟିର ବାପା ମିଳିବେ ସେନେଇ ଆଲୋଚନା କରାଯାଇଛି ।

ଏପରିକି ହସ୍ପିଟାଲରେ ଦିଆଯାଇଛି ଭୁଲ ଫୋନ ନମ୍ବର ଏବଂ ଭୁଲ ଆଡ୍ରେସ । ହସ୍ପିଟାଲକୁ ୧୮ ଦିନ ତଳେ ଆସିଥିଲା । ହସ୍ପିଟାଲକୁ ଯେତେବେଳେ ଶିଶୁଟିକୁ ୧୭ ଦିନ ହୋଇଥିଲା ସେହି ସମୟରେ ଆସିଥିଲା । ଏପଟେ ଶିଶୁର ପରିବାରଙ୍କୁ ଖୋଜିବାକୁ ଚାଇଲଡ ଚାଇଲ୍ଡ ଏବଂ ପୋଲିସକୁ ଖବର ଦିଆଯାଇଛି ବୋଲି କହିଛନ୍ତି କହିଛନ୍ତି ଶିଶୁ ରୋଗ ବିଭାଗର ଡାକ୍ତର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.