ETV Bharat / state

25% ମାଗଣା ସିଟରେ ମିଳୁନି ଆଡ଼ମିସନ ! ବିଇଓ ଅଫିସ ଘେରିଲା ଅଭିଭାବକ ମହାସଂଘ - EWS admissions In Private School

author img

By ETV Bharat Odisha Team

Published : Apr 4, 2024, 10:41 PM IST

Protest Over Refusal Of EWS Kids Admission: ରାଜ୍ୟ ସରକାରଙ୍କ ଗରିବ ପିଲାଙ୍କୁ ୨୫% ସିଟରେ ମାଗଣା ଆଡମିଶନ କରେଇବା ନିୟମକୁ ପାଳୁନାହାନ୍ତି ପ୍ରାଇଭେଟ ସ୍କୁଲ। ନବୀନ ନିବାସ ଠୁ ଆରମ୍ଭ କରି ଭୁବନେଶ୍ବର ବିଇଓ ଅଫିସ୍ ଯାଏଁ ଉତ୍ତର ପାଉନାହାନ୍ତି ଅଭିଭାବକ ସଂଘ । ଅଧିକ ପଢନ୍ତୁ

ସରକାରୀ ନିୟମକୁ ଘରୋଇ ସ୍କୁଲର ଫୁ! ,ଗରିବ ପିଲାଙ୍କୁ ୨୫% ସିଟରେ ଭର୍ତ୍ତି ନ କରେଇବା ଅଭିଯୋଗ ଆଣିଲା ଅଭିଭାବକ ସଂଘ

ସରକାରୀ ନିୟମକୁ ଘରୋଇ ସ୍କୁଲର ଫୁ! ଗରିବ ପିଲାଙ୍କୁ ୨୫% ସିଟରେ ଭର୍ତ୍ତି ନ କରେଇବା ଅଭିଯୋଗ ଆଣିଲା ଅଭିଭାବକ ସଂଘ

ଭୁବନେଶ୍ବର: ସରକାରୀ ଆଦେଶକୁ ବେଖାତିର କରୁଛନ୍ତି ବିଭିନ୍ନ ପ୍ରାଇଭେଟ ସ୍କୁଲ । ନିର୍ଦେଶାବଳୀରେ ଥିବା ୨୫ % ମାଗଣା ସିଟରେ ଆର୍ଥିକ ଅନଗ୍ରସର ପିଲାଙ୍କୁ ମିଳୁନି ଆଡମିସନ । ଯାହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସୂଚନା ଅନୁଯାୟୀ ଆରଟିଇରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ୨୫ ପ୍ରତିଶତ ସିଟରେ ମାଗଣା ପାଠ ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାପରେ ସେମାନଙ୍କୁ ବିଭିନ୍ନ ପ୍ରାଇଭେଟ ସ୍କୁଲରେ ଆଲୋଟମେଣ୍ଟ କରି ଆଡ଼ମିସନ ପାଇଁ ପୋର୍ଟାଲରେ ଜାରି ହୋଇଥିଲା ।

ଯେଉଁ ସ୍କୁଲରେ ଆଡ଼ମିସନ ପାଇଁ ପୋର୍ଟାଲରେ ଦୃଶ୍ୟ ମାନ ହୋଇଥିଲା ଅଭିଭାବକମାନେ ସେହି ସମସ୍ତ ପ୍ରାଇଭେଟ ସ୍କୁଲରେ ନାମଲେଖା ପାଇଁ ସ୍କୁଲକୁ ଯାଇଥିଲେ ମଧ୍ୟ ସିଟ ନାହିଁ କହି ଫେରାଇଦେଇଛନ୍ତି ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲ । ଏନେଇ ୫୦୦ ରୁ ଅଧିକ ଅଭିଭାବକମାନେ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଦେଖା କରିବାକୁ ଗଲାପରେ ସେଠାରେ କିଛି ସନ୍ତୋଷ ଜନକ ଉତ୍ତର ପାଇନଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ଅଭିଭାବକ ମହାସଂଘ ନବୀନ ନିବାସରେ ଅଭିଯୋଗ କରିବାକୁ ଯିବା ବାଟରେ ନବୀନ ନିବାସ ନିକଟରେ ପୋଲିସ ଅଟକାଇଥିଲା । ତେବେ କୌଣସି ସ୍ଥାନରେ ସଠିକ ଭାବରେ ସନ୍ତୋଷ ଜନକ ଉତ୍ତର ପାଇପାରିନଥିବା ବେଳେ ଆଜି ଭୁବନେଶ୍ବର ବିଇଓଙ୍କୁ ଏକ ଟିମ ସାକ୍ଷାତ କରି ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ଯାଇଥିବା ବେଳେ ପୋଲିସ ଆଗୁଆ ଅଫିସ ଗେଟ ବନ୍ଦ କରିଥିବା ନଜରକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ.... 5T ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ମିଛ କହିଲେ ସିପି, ୩ ଜଣଙ୍କ ନାଁରେ ମାମଲା ରୁଜୁ - VK Pandian Security Info Leak Case

ତେବେ କୌଣସି ଅଭିଭାବକ ମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ତେବେ ଏହାକୁ ନେଇ ଶତାଧିକ ଅଭିଭାବକ ମାନେ ଖରାରେ ରାସ୍ତାରେ ବସିବା ସହ ବିକ୍ଷୋଭ କରିଥିଲେ । ସୂଚନା ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ ପଢିପାରିବେ । ତେଣୁ ପ୍ରତ୍ୟେକ ସ୍କୁଲରେ ୨୫ ପ୍ରତିଶତ ସିଟରେ ଏମାନଙ୍କର ନାମଲେଖା କରାଯିବା ଆବଶ୍ୟକ । ହେଲେ ଅନେକ ସ୍କୁଲ ନାମ ଲେଖାଇବା ପାଇଁ ଅନୁମତି ଦେଉନାହାଁନ୍ତି । ଯାହା ଫଳରେ କି ଅନେକ ପଛୁଆ ବର୍ଗର ପିଲାମାନେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢିବା ପାଇଁ ବଞ୍ଚିତ ହେଉଛନ୍ତି । ଏନେଇ ଅଭିଭାବକ ମହାସଂଘ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସଫଳତା ମିଳୁନାହିଁ । ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ମାତ୍ର ସଠିକ ଭାବରେ ଆରଟିଇରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଉନଥିବା ଅଭିଯୋଗ ହୋଇଆସୁଛି । ଏହା ସହ ପିଲାଙ୍କୁ ମାଗଣାରେ ଡ୍ରେସ ସମେତ ମାଗଣାରେ ବହି ମଧ୍ୟ ଯୋଗାଇ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଅଭିଭାବକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.