ETV Bharat / state

ଏନ୍ତୁଡ଼ିଶାଳରେ ପରିଚୟ ହରାଉଛି ଓଡିଆ ଭାଷା; ସରକାର ଭୁଲିଗଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ! - Maharaja Krushna Chandra Gajapati - MAHARAJA KRUSHNA CHANDRA GAJAPATI

Maharaja Krushna Chandra Gajapati : ଭାଷା ଓ ସଂସ୍କୃତି ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ଏବଂ ଅବଦାନ ନିଜର ପରିଚୟ ଖୋଜିବା ଭଲି ସ୍ଥିତିରେ । ଏଥିପାଇଁ ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ସ୍ବାଭିମାନୀ ଓଡିଆ । ଅଧିକ ପଢ଼ନ୍ତୁ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
author img

By ETV Bharat Odisha Team

Published : Apr 1, 2024, 8:27 PM IST

ମହାରାଜା କୃଷ୍ଣଚନ୍ଦ୍ର ଗଜପତି

ପାରଳାଖେମୁଣ୍ଡି: ଆଜି ସାରା ରାଜ୍ୟ ପାଳୁଛି ଉତ୍କଳ ଦିବସ । 1936 ମସିହା ଏପ୍ରିଲ 1 ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମହାନ ବରପୁତ୍ରମାନଙ୍କର ଅବଦାନ ଥିଲା ସେମାନଙ୍କ ଭିତରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ଅନ୍ୟତମ ବିନ୍ଧାଣୀ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରହିଛି ଅନେକ ଅବଦାନ । ଭାଷା, ସଂସ୍କୃତି ଓ ପରମ୍ପରାକୁ ଏହି ସହର ନୂଆ ଦିଗ ଦେଇଥିଲା । ତେଣୁ ଏହା ଓଡିଶାର ଏନ୍ତୁଡିଶାଳ ଭାବେ ପିରିଚିତ । ହେଲେ ଏଠାରେ ବର୍ତ୍ତମାନ ଭାଷା ଓ ସଂସ୍କୃତି ରାଜାଙ୍କ ସ୍ମୃତି ଏବଂ ଅବଦାନ ନିଜର ପରିଚୟ ଖୋଜିବା ଭଲି ସ୍ଥିତିରେ ରହିଛି । ଯାହାକୁ ନେଇ ସ୍ବାଭିମାନୀ ଓଡିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ।

ପାରଳାଖେମୁଣ୍ଡିକୁ ଓଡିଶାର ଏନ୍ତୁଡିଶାଳ କହିଲେ କିଛି ଭୂଲ ହେବ ନାହିଁ । କାରଣ ସ୍ବତନ୍ତ୍ର ଓଡିଶା ଗଠନ ପାଇଁ କୁଳବୃଦ୍ଧ ମଧୂସୁଦନ ଦାଶ ଦେଖିଥିବା ସ୍ବପ୍ନ ସାକାର ପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସଫଳ ହୋଇଥିଲା । ଆଉ ତାହାର ମୂଳଦୁଆ ପାରଳା ମାଟିରେ ହୋଇଥିବା ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ ବେଳେ ହିଁ ପଡିଥିଲା । ତେବେ ଆଜି ଏଠାରେ ଭାଷାର ଅବସ୍ଥା ନିଜ ଆଖିରେ ନଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ । ଏପରିକି ଭାଷା ନିଜର ପରିଚୟ ଖୋଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାରଳାଖେମୁଣ୍ଡି ସହରର ଯେଉଁ ସ୍ଥାନକୁ ଗଲେ ବି ରାଜାଙ୍କ ନିର୍ମିତ ଅନେକ ବନ୍ଧ, ସାଗର, ରାଜଉଆସ, ବିଦ୍ୟାଳୟ, ଏଭଳି ଅନେକ ଦୃଷ୍ଟିଗୋଚର ହେବ । ଚାଷୀଙ୍କ ଆରମ୍ଭ କରି ଶିକ୍ଷା ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ରାଜାଙ୍କ ଅବଦାନ ଅତୁଳନୟ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଆଜି ନବଉତ୍କଳ ନିର୍ମାତା ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରଙ୍କ ସ୍ମୃତି ଚାରଣ କରି ତାଙ୍କରି ସ୍ମୃତି ଓ ଅବଦାନ ଆଜି ଅସୁରକ୍ଷିତ ଭଳି ମନେ ହେଉଥିବା କହିଚନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜିବୀ।

ପାରଳାରେ ଥିବା ରାଜଉଆସ ଓ ବୃନ୍ଦାବନ ପ୍ୟାଲେସ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ । ରାଜାଙ୍କ ନିର୍ମିତ ଅନେକ ସାଗର ଅବସ୍ଥା ନକହିବା ଭଲ । ରାଜାଙ୍କ ନିର୍ମିତ ବାଳକ ଓ ବାଳିକା ବିଦ୍ୟାଳୟର ଯଦି ଓ କିଛି ପୁନରୁଦ୍ଧାର ହୋଇଛି କିନ୍ତୁ ଅନେକ କିଛି ପରିବର୍ତ୍ତନର ଆବଶ୍ୟକତା ରହିଥବା କହିଛନ୍ତି ସନୀୟ ବାସିନ୍ଦା । କେବଳ ସେତିକି ନୁହେଁ ସର୍ବପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଶୟଂସାସିତ କଲେଜରେ ମଧ୍ୟ କିଛି ମରାମତିର ଆବଶ୍ୟକ ରହିବା ସଙ୍ଗେ ସଙ୍ଗେ ଏହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟର ବିଷୟ । ଏହାସହ ଏଁନ୍ତୁଡ଼ିଶାଳ ପାରଳାଖେମୁଣ୍ଡି ଓ ସ୍ବାଭିମାନ ଓଡ଼ିଆ ପାରଳା ରାଜାଙ୍କ ପ୍ରତି ଏହା ଅଣଦେଖା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ସେତିକି ନୁହଁ ଭାଷା ସୁରକ୍ଷା ପାଇଁ ମଧ୍ୟ ରାଜାଙ୍କ ଅବଦାନ ଅତୁଳନୀୟ ଥିଲା । ସରକାର ଏବେ ମହିଳା ଶିକ୍ଷା କଥା ଚିନ୍ତା କରୁଛନ୍ତି । ହେଲେ ପ୍ରାୟ ଶହେ ବର୍ଷ ତଳେ ପାରଳାଖେମୁଣ୍ଡି ଠାରେ ବାଳିକା ବିଦ୍ୟାଳୟ ନିର୍ମାଣ କରି ମହିଳାଙ୍କୁ ଶିକ୍ଷିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଯାହା ପାରଳା ମହାରାଜାଙ୍କ ଦୂରଦୃଷ୍ଟିକୁ ସୂଚାଉଛି । କେବଳ ସେତିକି ନୁହେଁ, ଓଡିଆଙ୍କ ଶିକ୍ଷା ପାଇଁ ମହାରାଜା ହାଇସ୍କୁଲ ଏବଂ କଲେଜ ନିର୍ମାଣ କରିବା ସହ ଅନେକ ବର୍ଷ ଯାଏଁ ନିଜର ପୃଷ୍ଠପୋଷକତାରେ ଏହାକୁ ପରିଚାଳନା କରିଥିଲେ । ପରବର୍ତ୍ତି ସମୟରେ ଏସବୁର ପରିଚାଳନା ଦାୟିତ୍ଵ ସରକାର ନିଜ ହାତକୁ ନେଇଥିଲେ । ବେସରକାରୀ ଅନୁଷ୍ଠାନ କିମ୍ବା ପ୍ରତିଷ୍ଠାନ କଥା ଛାଡନ୍ତୁ ସରକାରୀ ସ୍ତରରେ ବି ଓଡିଆ ଭାଷାର ପ୍ରଚଳନ ହୋଇପାରୁନାହିଁ । ଯଦି ଭାଷାର ସୁକ୍ଷା ପାଇଁ ସ୍ୱତନ୍ତ୍ର ଭାଷା ଆଇନ ରହିଛି ଏବଂ ଇତି ମଧ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲାଣି,ତଥାପି ଏଭଳି ଅବସ୍ଥା ରହୁଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ତେବେ ଭାଷାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ରହିଛି । ହେଲେ ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ । ଓଡିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ସବ ପାଳନ କରାଯାଇଥିଲା । ସେତେବେଳେ ସମସ୍ତଙ୍କ ମନରେ ଏକ ଭାବନା ସୃଷ୍ଟି ହୋଇଥିଲା ଯେ, ଏଥର ଅନ୍ତତଃ ଭାଷା ଆଇନ ଲାଗୁ ହେବ ଏବଂ ଭାଷାର ସୁରକ୍ଷା କରିବା ଦିଗରେ ସରକାରୀ ସ୍ତରରେ ପ୍ରୟାସ ହେବ । କିନ୍ତୁ ସେମିତି କିଛି ହେଲା ନାହିଁ । ଉପାନ୍ତ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବେବି ଅଣ ଓଡିଆ ଭାଷାରେ ହିଁ ନଥିପତ୍ର କାମ ହେଉଛି । ଓଡିଆ ଭାଷାକୁ ନ୍ୟୁନ ଦେଖାଇବା ପାଇଁ କରାଯାଉଥିବା ଭଳି ମନେ ହେଉଛି । ଓଡିଆ ଭାଷାକୁ ବ୍ୟବହାର ନକରିବା ଭାଷା ସୁରକ୍ଷା ଆଇନର ପରିପନ୍ଥୀ । ତେଣୁ ଏହି ଆଇନରେ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇ ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁମାନେ ନିଜର ସର୍ବସ୍ବ ତ୍ୟାଗ କରିଥିଲେ ସେଥିପାଇଁ ଆଜି ସବୁକିଛି ଉପଭୋଗ କରୁଛେ । ହେଲେ ସ୍ବତନ୍ତ୍ର ରାଜ୍ୟ ମହାପୁରୁଷମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ବର୍ତ୍ତମାନ ଯାଏଁ ପୁରଣ ହେବା ତ ଦୂରର କଥା ଯେଉଁ ଲକ୍ଷ୍ୟନେଇ ଏହା ଗଠନ ହୋଇଥିଲା ତାହାର ଓଲଟା ସ୍ଥିତି ବର୍ତମାନ ପରିଲିକ୍ଷିତ ହେଉଛି । ମହାନ ଓଡିଆ ଭାଷା ଓ ରାଜାଙ୍କ ସ୍ମୃତି ଓ ଅବଦାନକୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ରୂପେ ଅବହେଳା କରାଯାଉଛି । ଏଥିପାଇଁ ସରକାର ଏବଂ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ହିଁ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି ବୁଦ୍ଧିଜୀବି । କେବଳ ଉତ୍କଳ ଦିବସକୁ ପାଳନ କରିଦେଇ ସମସ୍ତେ ନିଜର ଦାୟିତ୍ବ ସରିଗଲା ବୋଲି ଭାବୁଛନ୍ତି । ଏଥିପାଇଁ ଭବିଷ୍ୟତର ପିଢି ଆମକୁ ଏଥିପାଇଁ ଆଦୌ କ୍ଷମା ଦେବ ନାହିଁ । ତେଣୁ ଏବେ ଠାରୁ ସମସ୍ତେ ସଚେତନ ହୋଇ ଏସବୁକୁ ସୁରକ୍ଷା ଦିଗରେ ଯତ୍ନବାନ ହେବାର ପରାମର୍ଶ ମଧ୍ୟ ଦେଇଛନ୍ତି ବୁଦ୍ଧିଜୀବି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆଙ୍କ ଅସ୍ମିତା ଉତ୍କଳ ଦିବସ : ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ - Utkal Divas

ଓଡିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ରାଜକୋଷ ଖର୍ଚ୍ଚରେ ଅନେକ ସ୍କୁଲ, କଲେଜ, ପଖୋରୀ, ଜଳସେଚନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ କରିଥିଲେ । ତେବେ ଏହି ଓଡିଆ ଜାତି ପାଇଁ ସେ ସବୁ କିଛି କରିଥିବା ବେଳେ ଓଡିଆ ଜାତି କିନ୍ତୁ ତାଙ୍କୁ ଯେଉଁ ସମ୍ମାନ ପ୍ରଦର୍ଶନ କରିବା କା ତାହା ଆଜି ଯାଏଁ କରିନାହିଁ । ରାଜ୍ୟର ବିଭିନ୍ନ ବରପୁତ୍ରଙ୍କ ନାମରେ ବହୁ ଯୋଜନା ନାମିତ ହୋଇଛି । ତେବେ ଗୋଟିଏ ବି ଯୋଜନା ମହାରାଜାଙ୍କ ନାମରେ ନାହିଁ । ସେହିଭଳି ମହାରାଜାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଜଣେ ହେଲେ ଓଡିଆ ଏଯାଏଁ ଦାବିଟିଏ ମଧ୍ୟ କରିନାହାନ୍ତି । ପ୍ରତିବର୍ଷ ଜୟନ୍ତୀରେ କେବଳ ତାଙ୍କ ସମାଧୀରେ କିମ୍ବା ପ୍ରତିମୂର୍ତିରେ ମାଲ୍ୟାର୍ପଣକୁ ବାଦଦେଲେ ଆଉ କିଛି କରିନାହିଁ ଏହି ଓଡିଆ ଜାତି । ଅନ୍ୟ କଥା ଦୂରେ ଥାଉ ତାଙ୍କ ସ୍ଵାଭିମାନକୁ ମଧ୍ୟ ରକ୍ଷା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ରାଜାଙ୍କ ଅନେକ ସ୍ମୃତି ଓ ଅବଦାନ ଦିନକୁ ଦିନ ବିପଦ ମଧ୍ୟକୁ ଠେଲି ହୋଇଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ ସରକାରଙ୍କ ନିଦ କେବେ ଭାଙ୍ଗୁଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.