ETV Bharat / state

ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ: ଶିଶୁଙ୍କ ବିକାଶରେ ନାଟକର ଭୂମିକା ନେଇ ଚର୍ଚ୍ଚା - Children Theatre Drama In Koraput - CHILDREN THEATRE DRAMA IN KORAPUT

Children Theatre Drama In Koraput: କୋରାପୁଟ ଜିଲ୍ଲାର ନାଲକୋ ଦାମନଯୋଡି ଠାରେ ଆୟୋଜିତ ଅଷ୍ଟାଦଶ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବରେ ସ୍କୁଲ ପିଲାଙ୍କ ଦ୍ବାରା ନାଟକ ପ୍ରଦର୍ଶନ । 'ସମାଜ ଗଠନରେ ନାଟକ' ଶୀର୍ଷକ ବିଷୟ ଉପରେ ନାଟକ ଆଲୋଚନା ଶିବିର ଏହି ମହୋତ୍ସବରେ ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

୧୮ତମ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ: ଶିଶୁଙ୍କ ବିକାଶରେ ନାଟକର ଭୂମିକା ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Apr 10, 2024, 7:51 AM IST

୧୮ତମ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ: ଶିଶୁଙ୍କ ବିକାଶରେ ନାଟକର ଭୂମିକା ନେଇ ଚର୍ଚ୍ଚା

କୋରାପୁଟ: ନାଟକ ବା ରଙ୍ଗମଞ୍ଚ ମଣିଷକୁ ମନୋରଞ୍ଜନ କରିବା ସହ ସୃଜନାତ୍ମକ ବିକାଶ ଓ ସାମାଜିକ ଚାଲିଚଳଣି ସହ ଅବଗତ କରାଇଥାଏ । ତେବେ ନାଟକ ଗୁଡିକରେ ଅଭିନୟ କରିବା ଦ୍ବାରା ଶିଶୁ ମାନଙ୍କ ମଧ୍ୟରେ ବ୍ୟକ୍ତିତ୍ବ ଗଠନ ଓ ଚରିତ୍ର ଗଠନ ହୋଇଥାଏ । କିନ୍ତୁ ଦିନକୁ ଦିନ ଶିଶୁ ନାଟକ ବା ଶିଶୁ କୈନ୍ଦ୍ରିକ ନାଟକ ପ୍ରଦର୍ଶନ ଧୀରେ ଧୀରେ କମି କମି ଆସିଲାଣି । କିନ୍ତୁ କୋରାପୁଟ ଜିଲ୍ଲାର ନାଲକୋ ଦାମନଯୋଡି ଠାରେ ଆୟୋଜିତ ଅଷ୍ଟାଦଶ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ ଏ ଧାରାକୁ ଏଯାବତ ବଞ୍ଚାଇ ରଖିଛି । 'ସମାଜ ଗଠନରେ ନାଟକ' ଶୀର୍ଷକ ବିଷୟ ଉପରେ ନାଟକ ଆଲୋଚନା ଶିବିର ଏହି ମହୋତ୍ସବରେ ଆୟୋଜିତ ହୋଇଥିଲା । ଯେଉଁଠି ଶିଶୁ ମାନଙ୍କ ଦ୍ବାରା ପୌରାଣିକ ଓ ସାମାଜିକ ନାଟକ ପ୍ରଦର୍ଶନ ହୋଇଥିଲା । ଦାମନଯୋଡି ଓ ତତ ସଂଲଗ୍ନ କିଛି ବିଦ୍ୟାଳୟର ଶିଶୁ କଳାକାରମାନେ ନାଟକ ପ୍ରଦର୍ଶନ କରିଥିଲେ ।

ଗୋଟିଏ ଦିନରେ ପାଞ୍ଚଟି ଶିଶୁ ନାଟକ ପ୍ରଦର୍ଶିତ ହେବା ସହ ଶିଶୁ ନାଟକର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନାଚକ୍ରରେ ବିଶିଷ୍ଟ ଅତିଥି , ଅଭିନେତା, ନାଟ୍ୟକାର ମାନେ ନିଜ ମତ ଉପସ୍ଥାପନ କରିଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଶିଶୁ ଅଭିନେତାଙ୍କ ଦ୍ବାରା ଦିଆଯାଇଥିବା ବକ୍ତବ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା । କୋରାପୁଟ ଅଞ୍ଚଳର ବହୁ ପ୍ରତିଷ୍ଠିତ ମଞ୍ଚ କଳାକାରଙ୍କ ସ୍ମୃତି ଚାରଣ କରି ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ନିର୍ଦେଶକ ଗିରିଜା ଚୌଧୁରୀ ଆଜିର ଯୁବପିଢି ପର୍ଯ୍ୟନ୍ତ ବହୁ କଳାକାର କୋରାପୁଟ ଜିଲ୍ଲାର ନାଟ୍ୟ ପରମ୍ପରାକୁ କିପରି ଗୌରବାନ୍ଵିତ କରିଛନ୍ତି ସେ ସମ୍ପର୍କରେ ନିଜ ମନ୍ତବ୍ୟ ରଖିଛନ୍ତି । ସମସ୍ତେ ମିଳିମିଶି କାର୍ଯ୍ୟ କରି ନାଟକର ମଞ୍ଚ ତଥା ସମଗ୍ର ବିଶ୍ଵର ଜୀବନ୍ତ ରଙ୍ଗମଞ୍ଚକୁ ଚଳଚଞ୍ଚଳ ଓ ବାସୋପଯୋଗୀ କରିବା ପାଇଁ ଚଳିତ ବର୍ଷ ଏହି ଉତ୍ସବରେ ବାର୍ତା ଦିଆଯାଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାଟକ ମଞ୍ଚସ୍ଥ କରୁଥିବା ସଂଗଠନ ଗୁଡିକର ସଂଖ୍ୟା ବୃଦ୍ଧି ଘଟିବା ଏକ ଶୁଭଙ୍କର ସୂଚନା ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ଝାଡୁ, ଅନ୍ୟ ରାଜ୍ୟରେ ରହିଛି ବେଶ୍ ଚାହିଦା - BROOM CULTIVATION BY TRIBAL WOMEN

ତେବେ ମଞ୍ଚ ନାଟକ କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଗୌରବମୟ ପରମ୍ପରାକୁ ପିଲାମାନେ ବଜାୟ ରଖିଥିବା ବେଳେ ନାଟକ ମଞ୍ଚସ୍ଥ କରୁଥିବା ଛାତ୍ରଛାତ୍ରୀ ଅନ୍ୟ ମାନଙ୍କ ଅପେକ୍ଷା ବହୁ ମାତ୍ରାରେ ଅଧିକ କ୍ଷେତ୍ରରୁ ଶିକ୍ଷା ଗ୍ରହଣ କରିଥାନ୍ତି । ଏଥି ସହିତ ନାଟକ ରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟର ଶ୍ରେଣୀଗୃହରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଉନ୍ନତ ମାନର ସମ୍ପୃକ୍ତି ପ୍ରଦର୍ଶନ କରୁଥିବା ଯୋଗୁଁ ନାଟକକୁ ଶିକ୍ଷଣ ପଦ୍ଧତିରେ ଏକ ସଫଳ ସହଯୋଗୀ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇପାରେ ବୋଲି ଇତିହାସକାର ତଥା ଶିକ୍ଷାବିତ ସୁନୀଲ ବିଶ୍ବାଳ ମତ ରଖିଛନ୍ତି ।

ବର୍ତ୍ତମାନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ମିଳିତ ପ୍ରୟାସରେ କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ ବିଦ୍ୟାଳୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ବିଷୟରେ ପ୍ରସ୍ତୁତ ହେଉଥିବା ନାଟକର ସଫଳ ମଞ୍ଚସ୍ଥ କରିପାରୁଥିବା ବେଳେ ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଭାଗ ନେଇ ଅନେକ ବାର ଏହି ଜିଲ୍ଲାର ଶିଶୁ କଳାକାର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ବୋଲି ନାଟ୍ୟକାର ଅଶୋକ କର କହିଛନ୍ତି । ଅଭିନୟ ମାଧ୍ୟମରେ ନିଜ ଅନ୍ତରର ଭାବକୁ ଉପଯୁକ୍ତ ଭାବେ ପରିପ୍ରକାଶ କରିପାରୁଥିବା ଯୋଗୁଁ ଶିଶୁ କଳାକାର ଉତ୍ସାହିତ ଥିବା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.