ETV Bharat / state

ରାସ୍ତା ପାର୍‌ ହେଉଥିଲେ, ମହିଳାଙ୍କ ଉପରେ ମାଡିଗଲା ଟ୍ରକ - BHUBANESWAR ROAD ACCIDENT

ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ପଳାଶୁଣିରେ ଓଭର ବ୍ରିଜ ନିର୍ମାଣ ଦାବିରେ ୨ ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଲା ମୃତଦେହ ।

BHUBANESWAR ROAD ACCIDENT
BHUBANESWAR ROAD ACCIDENT (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 5:24 PM IST

Updated : Nov 21, 2024, 5:35 PM IST

ଭୁବନେଶ୍ବର: ପୁଣି ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଗଲା ଜଣେ ମହିଳାଙ୍କ ଜୀବନ ।ପରିବା କିଣି ରାସ୍ତା ପାର ହେଉଥିବା ବେଳେ ଜଣେ ମହିଳାଙ୍କୁ ଉପରେ ଚଢିଗଲା ଟ୍ରକ । ଦୁର୍ଘଟଣାକୁ ନେଇ ତାତିଲେ ଲୋକେ ୨ ଘଣ୍ଟା ଧରି ଟ୍ରାଫିକ ଜାମ । ରାସ୍ତାରେ ଅଟକି ରହିଲା ଶହ ଶହ ଯାନବାହନ, ହନ୍ତସନ୍ତ ହେଲେ ଲୋକେ ।

BHUBANESWAR ROAD ACCIDENT (ETV Bharat Odisha)

ପଳାଶୁଣି ଛକରେ ସଡ଼କ ଦୁର୍ଘଟଣା:

ଆଜି (ଗୁରୁବାର) ଜଣେ ମହିଳା ପରିବା କିଣି ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରଥମେ ତାଙ୍କୁ ଗୋଟିଏ ବାଇକ ଧକ୍କା ଦେଇଥିଲା ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କ ଉପରେ ଏକ ଟ୍ରକ ଚଢି ଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ଫୁଟ୍ ଓଭର ବ୍ରିଜ ନିର୍ମାଣ ଦାବିରେ ତାତିଥିଲେ ଲୋକେ । ଦୀର୍ଘ ସମୟ ଧରି ରାସ୍ତାରେ ମୃତଦେହ ପଡ଼ି ରହିଥିବା ଯୋଗୁଁ ଉଭୟେ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା ।

ଫୁଟ ଓଭର୍ ବ୍ରିଜ ନିର୍ମାଣ ଦାବି:

ସେପଟେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ୧୦ ବର୍ଷ ଧରି ଏଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପ୍ରକାର ପଦେକ୍ଷପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଫୁଟ ଓଭର୍ ବ୍ରିଜ ନିର୍ମାଣ ଦାବି ନେଇ ତାତି ଥିଲେ ଲୋକେ । ଘଟଣା ସ୍ଥଳରେ ହୋହଲ୍ଲା କରିବା ସହ ଏକ ପ୍ରକାର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ଟ୍ରକ ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଏହା ମଧ୍ୟ ପଢନ୍ତୁ...ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ

ଏହା ମଧ୍ୟ ପଢନ୍ତୁ...କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି,"ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଥିବା ନିତିଦିନିଆ କଥା ହୋଇଗଲାଣି । ରାସ୍ତା ପାର ହେଲା ବେଳେ ବହୁତ ଡ଼ର ଲାଗୁଛି । ଏଠାରେ ଏକ ଫୁଟଓଭର ବ୍ରିଜ ନିର୍ମାଣ କରାଗଲେ ଦୁର୍ଘଟଣାକୁ ରୋକା ଯାଇପାରନ୍ତା ।"

ସେପଟେ ଦୁର୍ଘଟଣାର ୨ ଘଣ୍ଟା ପରେ ବି ମୃତଦେହ ରାସ୍ତାରେ ପଡ଼ି ରହିଥିବାବେଳେ ହସ୍ପିଟାଲ ଟିମ ଆସି ମୃତଦେହକୁ ଉଠାଇବା ସମୟରେ ପୋଲିସ ସହ ସ୍ଥାନୀୟ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ନିରିହ ଲୋକଙ୍କ ଜୀବନ ଯାଉଥିବାରୁ ଓଭର ବ୍ରିଜ ପାଇଁ ଲିଖିତ ପ୍ରତିଶ୍ରୃତି ପରେ ପ୍ରତିବାଦରୁ ହଟିବା ପାଇଁ କହିଥିଲେ ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 21, 2024, 5:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.