ETV Bharat / state

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗଦେବେ ଐତିହାସିକ ହରମନ କୁଲକେ - Hermann Kulke join Odia Conference

Padmashree Hermann Kulke: ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିନରେ ଯୋଗ ଦେବେ ଐତିହାସିକ ପଦ୍ମଶ୍ରୀ ହରମାନ କୁଲକେ । ଅଧିକ ପଢ଼ନ୍ତୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
author img

By ETV Bharat Odisha Team

Published : Jan 23, 2024, 10:52 PM IST

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିନରେ ଯୋଗ ଦେବେ ଐତିହାସିକ ପଦ୍ମଶ୍ରୀ ହରମାନ କୁଲକେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜର୍ମାନୀର ବର୍ଲିନରେ ଜନ୍ମିତ ପ୍ରଫେସର ହରମାନ କୁଲକେ ଭାରତୀୟ ଉପମହାଦେଶର ଭାଷା, ସଂସ୍କୃତି, ସାହିତ୍ୟ ଓ ଇତିହାସ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଅଗାଧ୍ୟ ପାଣ୍ଡିତ୍ବ ରଖିଛନ୍ତି ।

ଓଡିଶା ସହ ହରମାନ କୁଲକେଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ଼ । ରାଜ୍ୟର କଳା, ସଂସ୍କୃତିକୁ ପ୍ରତି ମଧ୍ୟ ତାଙ୍କର ସ୍ବତନ୍ତ୍ର ରୁଚି ରହିବା ସହ ଓଡ଼ିଶାର ଇତିହାସକୁ ସେ ଅତି ନିକଟରୁ ଦେଖିଥିବା ଭଳି ପ୍ରତୀୟମାନ ହୁଏ । ସେ ଓଡ଼ିଶାର ଇତିହାସକୁ ନେଇ ଅନେକ ଗବେଷଣାତ୍ମକ ପ୍ରବନ୍ଧ ମାନ ପ୍ରକାଶ କରିଛନ୍ତି । ସେ ୧୯୭୦ରୁ ୭୫ ମସିହା ମଧ୍ୟରେ ଓଡିଶା ଗବେଷଣା ପ୍ରକଳ୍ପର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ସଂଯୋଜକ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି । ସେହିଭଳି ଉତ୍କଳ ବିଶ୍ବବିଦ୍ୟାଳୟରେ ୧୯୭୮ରୁ ୭୯ ମସିହା ମଧ୍ୟରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଓଡିଶା ଏବଂ ଭାରତର ସାଂସ୍କୃତିକ ଐକ୍ୟ, ଓଡ଼ିଶାର ରୂପରେଖ, ଗଜପତି ପରମ୍ପରା ଓ ଜଗନ୍ନାଥ ସଂସ୍କୃତି, ଓଡିଶା ଓ ବିଜୟନଗରର ମଧ୍ୟଯୁଗୀୟ ଇତିହାସ, ଓଡ଼ିଶାର କୁର୍ମୀ ସମ୍ପ୍ରଦାୟ ଉପରେ ବିଭିନ୍ନ ଲେଖାମାନ ଲେଖି ଓଡ଼ିଶାର ନିକଟତର ହୋଇଛନ୍ତି ପ୍ରଫେସର ହରମାନ କୁଲକେ ।

ଏହା ମଧ୍ୟ ପଢ଼ନ୍ତୁ...ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବେ ଛାତ୍ରଛାତ୍ରୀ, ଆରମ୍ଭ ହେବ କାଉନସେଲିଂ

ବହୁତ ବର୍ଷର ବ୍ୟବଧାନ ପରେ ପ୍ରଫେସର କୁଲକେଙ୍କ ପରି ଜଣେ ମହାନ ଐତିହାସିକଙ୍କ ଠାରୁ ଓଡ଼ିଶାବାସୀ ସାରଗର୍ଭକ ତଥ୍ୟଭିତ୍ତିକ ସୂଚନା ପାଇବାର ସୁଯୋଗ ପାଇବେ । ଏହାଦ୍ବାରା ରାଜ୍ୟର ଐତିହାସିକ, ଭାଷାବିତ୍‌, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଅନେକ କିଛି ଶିଖି ପାରିବେ ବୋଲି ଆଶା କରାଯାଉଛି । ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସୋପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.