ETV Bharat / state

ରାୟଗଡ଼ା କୋର୍ଟ ଓକିଲ ସଂଘ ନିର୍ବାଚନ, ସଭାପତି ପଦ୍ନନାଭ ଓ ସଂପାଦକ ଭାବେ ବିଶ୍ୱନାଥ ନିର୍ବାଚିତ - Rayagada Bar Association Election - RAYAGADA BAR ASSOCIATION ELECTION

Rayagada Bar Association Election: ରାୟଗଡା କୋର୍ଟରେ ଓକିଲ ସଂଘର ନିର୍ବାଚନରେ ସଭାପତି ଭାବେ ପଦ୍ମନାଭ ଦାଶ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ରାୟଗଡ଼ା କୋର୍ଟ
ରାୟଗଡ଼ା କୋର୍ଟ
author img

By ETV Bharat Odisha Team

Published : Mar 30, 2024, 9:56 PM IST

ରାୟଗଡ଼ା କୋର୍ଟ

ରାୟଗଡ଼ା: ଆଜି (ଶନିବାର) ରାୟଗଡା କୋର୍ଟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବିଜୟୀ ହୋଇଛନ୍ତି ପଦ୍ମନାଥ ଦାଶ । ରାୟଗଡା ଓକିଲ ସଂଘର ସଭାପତି ଭାବେ ପଦ୍ମନାଭ ଦାଶ ନିର୍ବାଚିତ ହେବା ପରେ ସର୍କିଟ କୋର୍ଟକୁ ସ୍ଥାୟୀ କୋର୍ଟ, ବୀମା, ଡେଥ ବେନିଫିଟ ସ୍କିମ ଭଳି ଅନ୍ୟାନ୍ୟ ସମସ୍ୟା ଦୂର କରିବା ନେଇ ପ୍ରକାଶ କରିଛନ୍ତି ।

ଆଜି ରାୟଗଡା ଓକିଲ ସଂଘ ନିର୍ବାଚନ ରାୟଗଡ କୋର୍ଟ ପରିସରରେ ଶେଷ ଅନୁଷ୍ଠିତ ହୋଇଥିଲା । ସକାଳ 8ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ପରେ ଅପରାହ୍ନ 4ଟା ଠାରୁ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଥିଲା । ତେବେ ରାୟଗଡା ଓକିଲ ସଂଘର ସଭାପତି ପଦ ପାଇଁ ପଦ୍ମନାଭ ଦାଶ, ବିଭୁଦ କୁମାର ପ୍ରଧାନ ଓ ପି.ଜଗନ ମୋହନ ରାଓ ପ୍ରତିଦ୍ୱନ୍ଦିତା କରିଥିଲେ । ପଦ୍ମନାଥ ଦାଶ ୫୯ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ବିଭୁଦଙ୍କୁ ୪୯ ଏବଂ ଜଗନଙ୍କୁ ୫୬ଟି ଭୋଟ ମିଳିଥିଲା ।

ସେହିପରି ସଂପାଦକ ଭାବେ ବିଶ୍ୱନାଥ ଗନ୍ତାୟତ ଏବଂ ଉପ-ସଭାପତି ଭାବେ ୱାଇ.ଶ୍ରୀନିବାସ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ସହ ସଂପାଦକ ଭାବେ ଜି.କ୍ରିଷ୍ଣାଦାଶ ଓ ଶୁଭ୍ରାକାନ୍ତି ବେହେରା ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଶୁଭ୍ରାକାନ୍ତି ୯୦ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ପଦ ପାଇଁ ନିଳାଚଳ ବିଷୋୟୀ ଓ ଜଳନ୍ଧର କୁଲଦିପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ନିଳାଚଳ ୧୧୯ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ସେପଟେ ବିଜୟୀ ପ୍ରତିଯୋଗୀଙ୍କୁ ପୂର୍ବତନ ସଭାପତି ଦେବୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ତଥା ପ୍ରେସ କ୍ଲବର ଆଇନ ପରାମର୍ଶଦାତା ମଦନ ମୋହନ ପାଢୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ମୁଖ୍ୟ ସହକାରୀ ନିର୍ବାଚନ ଅଧିକାରୀଙ୍କ ଦିନିକିଆ ରାୟଗଡ଼ା ଗସ୍ତ - Review Of Election Preparations

ତେବେ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଗଣତି ପରେ ନିର୍ବାଚନ ଅଧିକାରୀ ନବ କିଶୋର କାଣ୍ଟା ସଭାପତି ଭାବେ ପଦ୍ମନାଭ ଦାଶ, ୱାଇ. ଶ୍ରୀନୁ ଉପସଭାପତି, ଟ୍ରେଜେରୀ ନୀଳାଚଳ ବିଶୋଇ, ସେକ୍ରେଟାରୀ ବିଶ୍ଵନାଥ ଗନ୍ତାୟତ, ଯୁଗ୍ମ ସେକ୍ରେଟାରୀ ଭାବେ ଶୁଭରାକାନ୍ତି ବେହେରା ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ପଦ୍ମନାଭ ଦାଶ ରାୟଗଡ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେବା ପରେ ସର୍କିଟ କୋର୍ଟକୁ ସ୍ଥାୟୀ କୋର୍ଟ, ବୀମା, ଡେଥ ବେନିଫିଟ ସ୍କିମ ଭଳି ଅନ୍ୟାନ୍ୟ ସମସ୍ୟା ଦୂର କରିବା ନେଇ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.