ETV Bharat / state

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର, ପ୍ରଶାସନ ଅବହେଳା ଅଭିଯୋଗ - Padma Shri Maguni Kuanr - PADMA SHRI MAGUNI KUANR

Padma Shri Maguni Kuanr: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଶାସନିକ ଅବହେଳା ନେଇ ଅଭିଯୋଗ ଆସିଛି । କାଠି କଣ୍ଢେଇ ନୃତ୍ୟ ଗୁରୁ ଭାବେ ପରିଚିତ ଗୁରୁ ମାଗୁଣି କୁଅଁରଙ୍କ ଆଜି ଦେହାନ୍ତ ଦୋଇଥିଲା । ଅଧିକ ପଢନ୍ତୁ

Padma Shri Maguni Kuanr's Last Ritual
Padma Shri Maguni Kuanr's Last Ritual (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 8:49 PM IST

କେନ୍ଦୁଝର: ଆଜି ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ ତାଙ୍କ ନିଜସ୍ଵ ଘର ପୁରୁଣା ସହରର ବୈଦ୍ୟରାଜ ସାହିରେ ତାଙ୍କ ମୃତ୍ୟୁ ହୋଇଛି । ସେ କିଛି ଦିନ ହେବ ଗୁରୁତର ଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।

Padma Shri Maguni Kuanr's Last Ritual (ETV Bharat Odisha)

ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ । ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ପ୍ରଶାସନ ପକ୍ଷରୁ ତାଙ୍କୁ ସସମ୍ମାନ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ଥିଲା । ଏହା ସହ ତାଙ୍କ ମର ଶରୀରକୁ ସହର ପରିକ୍ରମା କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଘର ଲୋକଙ୍କ ସହ ଆଲୋଚନା ହୋଇଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏକ ବିନା ସୁସଜ୍ଜିତ ଆମ୍ବୁଲାନ୍ସ ଘର ନିକଟକୁ ପଠାଇ ଦେଇଥିଲା । ଏହାକୁ ନେଇ ପରିବାର ଲୋକଙ୍କ ସହ ବୁଦ୍ଧିଜୀବୀ ବିରୋଧ କରିଥିଲେ । ଫଳରେ ଆମ୍ବୁଲାନ୍ସଟିକୁ ଫେରିବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ .... କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Maguni Kuanr Passes Away

ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଶୁଭେଚ୍ଛୁଙ୍କ ସହାୟତାରେ ଏକ ସୁସଜ୍ଜିତ ଗାଡିରେ ମୃତ ପଦ୍ମଶ୍ରୀଙ୍କ ମର ଶରୀରକୁ କେନ୍ଦୁଝର ବଜାର ପରିକ୍ରମା କରାଯାଇଥିଲା । ପରେ ତାଙ୍କ ଘର ନିକଟସ୍ଥ ଶ୍ମଶାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପହାର ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ପରେ ତାଙ୍କ ମର ଶରୀରକୁ ତାଙ୍କ ନାତି ମୁଖାଗ୍ନି ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନର ପଦ୍ମଶ୍ରୀଙ୍କୁ ଅବହେଳା ନେଇ ଅଭିଯୋଗ କରିଥିବା ବେଳେ ବିଜେପି ନେତାମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନକୁ ପଚାରିବାରୁ ତାଙ୍କ ଘର କାର୍ଯ୍ୟ ନେଇ ଅସନ୍ତୋଷ ରହିଛି ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ସିଇଓ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ସହ ବହୁ ପୋଲିସ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.