ETV Bharat / state

ଝାରସୁଗୁଡ଼ାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ଅସନ୍ତୁଷ୍ଟ ଚାଷୀ - PADDY PROCUREMENT

ଝାରସୁଗୁଡାରେ ଆରମ୍ଭ ହେଲା ଧାନ କ୍ରୟ । ଚଳିତ ବର୍ଷ ଜିଲ୍ଲାରେ 7 ଲକ୍ଷ 9 ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ।

paddy procurement begins in Jharasuguda
paddy procurement begins in Jharasuguda (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 7:47 PM IST

ଝାରସୁଗୁଡା: ଜିଲ୍ଲାର ବଡ଼ମାଲ ସ୍ଥିତ ଆର୍.ଏମ୍.ସି ବଜାର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୋମବାର ସକାଳ 10 ଟାରେ ଏହି ଧାନ କିଣା ଶୁଭାରମ୍ଭ ହେବାସହ ଜିଲ୍ଲାରେ ଆଜି ଠାରୁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି l ଚାଷୀମାନେ କିପରି ସୁରୁଖୁରୁରେ ଧାନ ବିକ୍ରି କରିବେ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି l

ଝାରସୁଗୁଡାରେ ଧାନ କ୍ରୟ ଆରମ୍ଭ:

paddy procurement begins in Jharasuguda (ETV Bharat Odisha)

ଚଳିତ ବର୍ଷ ଝାରସୁଗୁଡା ଜିଲ୍ଲାରେ 7 ଲକ୍ଷ 9 ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ 21 ହଜାର 7 ଶହ 30 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି l ସେମାନଙ୍କ ଠାରୁ ଧାନ କିଣିବା ପାଇଁ 64ଟି ସ୍ଥାନରେ ପେଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର ଖୋଲାଯାଇଛି l ଏନେଇ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ କହିଛନ୍ତି, "ଆଜି ଝାରସୁଗୁଡ଼ା ଜିଲ୍ଲାରେ RMC ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲା । ୭ ଲକ୍ଷ ୯ ହଜାର କ୍ବିଣ୍ଟାଲ ଧାନ କିଣା ଯିବାର ଧାର୍ଯ୍ୟ କରାଯାଇଛି । ପ୍ରାୟ ୨୧ ହଜାର ୭ଶହ ୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଚାଷୀ ତାଙ୍କର ଧାନ ବିକ୍ରି କରିପାରିବେ । ୬୪ ଗୋଟି ସ୍ଥାନରେ ପ୍ରୋକ୍ୟୁରମେଣ୍ଟ ସେଣ୍ଟର କରାଯାଇଛି । ଏହି ସ୍ଥାନରେ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ । ଓଡ଼ିଶା ସରକାରଙ୍କ ଚାଷୀମାନଙ୍କ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ ପରେ ଆଜି ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଅଛି।"

ଧାନ କିଣା ଆରମ୍ଭରୁ ବିବାଦ:

ଅନ୍ୟପଟେ ଝାରସୁଗୁଡା ଜିଲ୍ଲାରେ ଧାନ କିଣା ଆରମ୍ଭରୁ ବିବାଦ ଦେଖାଦେଲାଣି l ଜିଲ୍ଲାର ଧାନ ଚାଷୀ ରୁଦ୍ରପ୍ରତାପ ପଟେଲ କହିଛନ୍ତି,"ଏଫ.ଏ.କ୍ୟୁ ଧାନ ଝାରସୁଗୁଡ଼ା ଜିଲ୍ଲାରେ ଅସମ୍ଭବ । ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେବାକଥା ।" ଛତିଶଗଡ଼ ରାଜ୍ୟ ମଡେଲରେ ଧାନ କିଣାଯାଉ ବୋଲି ଦାବି କରିଛନ୍ତି ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଘର ସଭାପତି ଦିଲ୍ଲୀପ ବଢ଼େଇ l

ଏହାମଧ୍ୟ ପଢନ୍ତୁ:ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କଲେ ମୁଖ୍ୟମନ୍ତ୍ରୀ

ଏହାମଧ୍ୟ ଦେଖନ୍ତୁ: କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ ବଢ଼େଇ କହିଛନ୍ତି, "ଝାରସୁଗୁଡା ଜିଲ୍ଲାରେ ଚଳିତ ବର୍ଷ 40 ପ୍ରତିଶତ କମ ବର୍ଷା ହେବାରୁ ଧାନ ମରିଯାଇଛି l ମାନ ଠିକ ଭାବରେ ଆସିନାହିଁ l ଯାହାଫଳରେ ଏଫଏକ୍ୟୁ ମାନର ଧାନ ହେବା ମୁସ୍କିଲ ଅଟେ l ଅନ୍ୟପଟେ କଳକାରଖାନା ଏବଂ ଶିଳ୍ପ ବହୁଳ ଝାରସୁଗୁଡା ଜିଲ୍ଲାର ପ୍ରଦୂଷଣ ଧାନରେ ମିଶି ଧାନର ମାନକୁ ହ୍ରାସ କରୁଛି l ତେଣୁ ଓଡିଶା ସରକାର ମଧ୍ୟ ଛତିଶଗଡ଼ ମଡେଲରେ ଧାନ କ୍ରୟ କରନ୍ତୁ କିମ୍ବା ପ୍ରତ୍ୟେକ ଚାଷୀଙ୍କୁ ସଟେକ୍ସ ମେସିନ ଦିଅନ୍ତୁ l ଯେଉଁଥିଲେ ଧାନକୁ ସଫା କରି ଏଫଏକ୍ୟୁ କ୍ୱାଲିଟିର ଧାନ ଚାଷୀ ବିକ୍ରି କରିବା ପାଇଁ ଆଣିବ l

ଝାରସୁଗୁଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.