ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ; 2ମୃତ, 10ରୁ ଊର୍ଦ୍ଧ୍ବ ଗୁରୁତର - pickup van accident - PICKUP VAN ACCIDENT

PICKUP VAN ACCIDENT: ଅସ୍ତରଙ୍ଗ ଜଗନ୍ନାଥପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଓଲଟିଲା ପାନ ବୋଝେଇ ପିକଅପ୍ ଭ୍ୟାନ । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

PICKUP VAN ACCIDENT
PICKUP VAN ACCIDENT (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 11:14 AM IST

Updated : Jun 14, 2024, 12:41 PM IST

ନିମାପଡ଼ା: ଭାରସାମ୍ୟ ହରାଇ ଓଲଟିଲା ପାନ ବୋଝେଇ ପିକଅପ୍ ଭ୍ୟାନ । ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ପହିଲି ରଜରେ ପାନଚାଷୀଙ୍କ ଚାଲିଗଲା ଜୀବନ । ଆଜି ପହିଲି ରଜ, ଓଡ଼ିଆ ମାନଙ୍କର ଏକ ନିଆରା ପର୍ବ । ରଜ ଆସିଗଲେ ପ୍ରତ୍ୟେକ ପରିବାରରେ ଯେମିତି ଖୁସିର ଲହରୀ ଖେଳିଯାଏ । ପିଠାପଣା ସହ ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ଖାଦ୍ୟ ଖାଇବା ସହିତ ବେଶ ମଜା ମିଳିଥାଏ ରଜ ପାନରେ କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ୨ଜଣ ପାନଚାଷୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛିି । ମୃତ ପାନଚାଷୀଙ୍କୁ ଭେଟିଲେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ।

PICKUP VAN ACCIDENT (ETV Bharat Odisha)

ପହିଲି ରଜରେ ଅନ୍ୟମାନଙ୍କୁ ପାନ ଯୋଗାଇ ବା ପାଇଁ ଆସୁଥିବା ଚାଷୀ ଭାଇଙ୍କର ଘଟିଛି ଅକାଳ ବିୟୋଗ । ଏହି ଦୁର୍ଘଟଣା ଘଟଣା ଘଟିଛି କାକଟପୁର ଜଗନ୍ନାଥପୁର ମୁଖ୍ୟ ସଡ଼କରେ । ଆଜି ସକାଳ ୫ଘଟିକା ସମୟରେ ଏକ ପିକ୍ଅପ ଡାଲା ଗାଡିରେ ଅସ୍ତରଙ୍ଗ ଅଞ୍ଚଳର ପ୍ରାୟ 16 ଜଣ ପାନଚାଷୀ ପାନ ଟୋକେଇ ଲୋଡ଼ କରି ନୟାହାଟ ପାନ ହାଟକୁ ଯାଉଥିବା ସମୟରେ ଗାଡିଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଘଟଣା ସ୍ଥଳରେରେ ସମସ୍ତ ପାନଚାଷୀ ଆହତ ହୋଇଥିଲେ । କିଛି ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସରେ ସେମାନଙ୍କୁ ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ଏହାମ ମଧ୍ୟ ପଢନ୍ତୁ .....କାନକଟା ଘାଟିରେ ଓଲଟିଲା ଆମ୍ବ ବୋଝୋଇ ପିକଅପ୍‌, 2 ମୃତ

ଏହା ମଧ୍ୟ ପଢନ୍ତୁ ...କୁଏତ ଅଗ୍ନିକାଣ୍ଡରେ 2 ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, କୋଚିରେ ପହଞ୍ଚିଲା 45 ଭାରତୀୟଙ୍କ ମରଶରୀର - KUWAIT FIRE INDIANS MORTAL REMAINS

ସେପଟେ ଗୁରୁତ୍ୱର ମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୨ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ଦୁଇ ଜଣ ହେଲେ ଛତିଆନାର ଯୋଗେନ୍ଦ୍ର ସ୍ୱାଇଁ ଓ କେନ୍ଦ୍ରାପଟି ଅଞ୍ଚଳର ଶରତ ସାହୁ ବୋଲି ଜଣାପଡିଛି । ଏହି ଘଟଣା ପରେ କାକଟପୁର ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି । ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଅନ୍ୟ ଗୁରୁତରମାନେ ହେଲେ ଅଧିର ସ୍ବାଇଁ, ବି.ବିଶ୍ବାଳ, ସିଦ୍ଧେଶ୍ଵର ସ୍ବାଇଁ, ପ୍ରକାଶ ପ୍ରଧାନ‌, ଅଶୋକ ପ୍ରଧାନ । ଅଧିକାଂଶଙ୍କ ହାତ ଓ ଗୋଡ଼ ଓ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ସେପଟେ ମୃତ ପାନଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ।

ଇଟିଭି ଭାରତ, ନିମାପଡ଼ା

Last Updated : Jun 14, 2024, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.