ETV Bharat / state

ଓଷ୍ଟା ଶିକ୍ଷକ ଆନ୍ଦୋଳନକୁ 8 ଦିନ, ଧାରଣାସ୍ଥଳରେ ପୂଜା ପାଇଲେ ବିଦ୍ୟାଦାତ୍ରୀ

author img

By ETV Bharat Odisha Team

Published : Feb 14, 2024, 7:52 PM IST

OSSTA Teacher Protest: ରାଜଧାନୀର ରାଜରାସ୍ତାରେ ହେଲା ସରସ୍ବତୀ ପୂଜା । ଆଜି ବିଦ୍ୟାଦାତ୍ରୀଙ୍କୁ ପୂଜା କଲେ ଧାରଣାରତ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ଓଷ୍ଟା ଶିକ୍ଷକଙ୍କ ଆନ୍ଦୋଳନକୁ ପୁରିଲା 8ଦିନ
ଓଷ୍ଟା ଶିକ୍ଷକଙ୍କ ଆନ୍ଦୋଳନକୁ ପୁରିଲା 8ଦିନ
ଓଷ୍ଟା ଶିକ୍ଷକଙ୍କ ଆନ୍ଦୋଳନକୁ ପୁରିଲା 8ଦିନ

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ହେଲା ସରସ୍ବତୀ ପୂଜା । ଆଜି ବିଦ୍ୟାଦାତ୍ରୀଙ୍କୁ ପୂଜା କଲେ ଧାରଣାରତ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଲୋୟର ପିଏମଜିରେ ଶିକ୍ଷକ ମାନଙ୍କ ଧାରଣାକୁ ପୁରିଛି 8 ଦିନ । ସେମାନଙ୍କ ଦାବି ସମୂହ ପୁରଣ ପାଇଁ ସରକାରଙ୍କୁ ସଦବୁଦ୍ଧି ପ୍ରଦାନ ପାଇଁ ବିଦ୍ୟାଦାତ୍ରୀଙ୍କ ନିକଟରେ ଆରାଧନା କରିଥିବା ସଂଘ ସମ୍ପାଦକ କହିଛନ୍ତି । ଆଜି ଭଳି ଦିନରେ ସ୍କୁଲ ପରିସର ଫାଙ୍କା ପଡିଥିବ ବୋଲି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଶିକ୍ଷକ ।

ଗାନ୍ଧୀ ମାର୍ଗରେ ସ୍ୱରସ୍ୱତୀଙ୍କୁ ଆରଧନା କଲେ ଧାରଣାରତ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମା' ସରସ୍ବତୀଙ୍କ ଆରଧନାରେ ଲୋୟର ପିଏମଜିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ହେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତ ଫେବୃଆରୀ 9 ତାରିଖ ଠାରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଷ୍ଟା । ଆଜିକୁ 8 ଦିନ ପୁରଣ ହୋଇଥିଲେ ମଧ୍ୟ ସରକାର ତାଙ୍କ ସମସ୍ୟା ଉପରେ ଦୃଷ୍ଟି ଆରୋପ କରୁ ନଥିବା ଅଭିଯୋଗ ଆସିଛି । ୩୦ ବର୍ଷରୁ ଊର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଚାକିରି କଲାପରେ ଶୂନ୍ୟହସ୍ତରେ ଅବସର ନେବା ଓ ୨୦ରୁ ୨୫ ବର୍ଷ ବିନା ଅନୁଦାନରେ ଚାକିରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଏନେଇ ସଂଘର ସାଧାରଣ ସଭାପତି ରଞ୍ଜନ କୁମାର ଦାସ କହିଛନ୍ତି ‘‘ ଆଜକୁ 8 ଦିନ ଧରି ଓଡ଼ିଶାର ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ନିଜ ଦାବି ପୂରଣ ପାଇଁ ଏହି ଗାନ୍ଧୀ ମାର୍ଗରେ ଅହରହ ଧାରଣା କରୁଛନ୍ତି । ଆଜି ଶ୍ରୀପଞ୍ଚମୀରେ ବିଦ୍ୟାଳୟରେ ପିଲାଙ୍କ ସହ ଆନନ୍ଦରେ ମା‘ଙ୍କ ପୂଜା କରିବା ପରିବର୍ତ୍ତେ ଏଠାରେ ପୂଜା କରୁଛୁ ।’’

ଏହା ମଧ୍ୟ ପଢ଼ନ୍ତୁ.... ରାଜରାସ୍ତାକୁ ଓହ୍ଲାଇଲା ଓଷ୍ଟା, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ରାଜ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍, ସରକାରୀକରଣ ହୋଇନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିଭିକ ଶିକ୍ଷକମାନଙ୍କୁ ନ୍ୟାସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ୨୮ଶହ, ୨୨ଶହ, ୧୯ଶହ ଗ୍ରେଡପେ ଥିବା ଅସଙ୍ଗତି ଦୂରୀକରଣ ଆଦି ଦାବି ରହିଛି ।

ସେହିପରି ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ ପ୍ରଦାନ ଭଳି ଦାବି ମଧ୍ୟ ରହିଛି । ଆଲେକେଡ଼ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି ସହ ଉର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ସହ ନୂତନ ପେନସନ୍ ସ୍କିମ୍ (NPS) ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମ୍ (OPS) ଲାଗୁ କରିବା ପାଇଁ ଦାବି କରିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.