ETV Bharat / state

ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ଥାନାର ଦ୍ବାରସ୍ଥ ହେଲା OSRTC

Money for job fraud in LACCMI Bus : କଟରେ ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ କରାଇଦେବା କହି ବଲାଙ୍ଗୀରରେ ଏକ ଅଡିଓ ଓ ଭିଡ଼ିଓ ଭାଇରାଲ ହୋଇଥିଲା । ତେବେ ଏହାକୁ ନେଇ ଥାନାର ଦ୍ବାରସ୍ଥ ହେବା ସହ ଲୋକଙ୍କୁ ସଚେତନ କରାଇଛି OSRTC । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 10:33 PM IST

Etv Bharat
Etv Bharat
ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ଥାନାର ଦ୍ବାରସ୍ଥ ହେଲା OSRTC

ଭୁବନେଶ୍ବର: ନିକଟରେ ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ କରାଇଦେବା କହି ବଲାଙ୍ଗୀରରେ ଏକ ଅଡିଓ ଓ ଭିଡ଼ିଓ ଭାଇରାଲ ହୋଇଥିଲା । ତେବେ ଏହାକୁ ନେଇ OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ମାମଲା ରେ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ତେବେ ଏକ ସାମ୍ବାଦିକ ସମ୍ମିଳନୀ କରି OSRTCର ଅତିରିକ୍ତ ସମ୍ପାଦକ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ଯେ , OSRTC କିମ୍ବା ଲକ୍ଷ୍ମୀ ଯୋଜନା ରେ ନିଯୁକ୍ତି ପାଇଁ କାହା ଠାରୁ ଟଙ୍କାଟେ ନିଆ ଯାଉନାହିଁ । କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ OSRTC 7ଟି ଏଜେନ୍ସି ଙ୍କୁ ଦାୟିତ୍ବ ଦେଇଛି । ସେମାନେ ମଧ୍ୟ ନିଯୁକ୍ତି ପାଇଁ ପ୍ରାର୍ଥୀ ମାନଙ୍କ ଠାରୁ କୌଣସି ଟଙ୍କା ନେଉନାହାଁନ୍ତି । ଯଦି ଚାକିରୀ ପାଇଁ କୌଣସି ଏଜେନ୍ସି କିମ୍ବା କୌଣସି ବ୍ୟକ୍ତି ଟଙ୍କା ମାଗୁ ଥାଆନ୍ତି । ତେବେ ଟୋଲ ଫ୍ରି ନମ୍ବର 18003451122କୁ ଯୋଗାଯୋଗ କରିବା ପାଇଁ OSRTC ପକ୍ଷରୁ ଅପିଲ କରନ୍ତୁ । ଏହାସହ GRIEVANCE@OSRTC.ORG ୱେବସାଇଟରେ ଅଭିଯୋଗ ଜଣାନ୍ତୁ ବୋଲି କହିଛନ୍ତି ଅତିରିକ୍ତ ସମ୍ପାଦକ ।

ଏହା ମଧ୍ୟ ପଢନ୍ତୁ ... ଲକ୍ଷ୍ମୀ ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କ ନାମରେ ହରିବୋଲ ପକାଇଲେ ଗ୍ରାମବାସୀ

ସୂଚନା ଯୋଗ୍ୟ ଯେ ନିକଟରେ ବଲାଙ୍ଗୀର ଜିଲ୍ଲା ଜୋଗର୍ସ ପାର୍କ ଅଞ୍ଚଳରେ ଜଣେ ଠକ ବ୍ୟକ୍ତି ଲକ୍ଷ୍ମୀ ବସରେ ଡ୍ରାଇଭର, କଣ୍ଡକ୍ଟର ଓ ସୁପରଭାଇଜର ଚାକିରି ଦେବାକୁ କହି ଟଙ୍କା ନେଉଥିଲେ । ତେବେ ବଲାଙ୍ଗୀର ଅଞ୍ଚଳରେ ଲକ୍ଷ୍ମୀ ବସ ଯୋଜନାରେ ନିଯୁକ୍ତି ନିମନ୍ତେ ବଲାଙ୍ଗିର ଜିଲ୍ଲା ସମେତ ରାୟଗଡା, କଳାହାଣ୍ଡି , ଝାରସୁଗୁଡା, ବୌଦ୍ଧ, କୋରାପୁଟ ଭଳି ଜିଲ୍ଲାରୁ ଅନେକ ଯୁବକ ଆସିଥିଲେ । ଯାହାଙ୍କ ଠାରୁ ୨୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ଲକ୍ଷ୍ମୀ ବସରେ ଚାକିରୀ ଦେବାର ପ୍ରତିଶୃତି ଦେଇଥିଲା ଠକ ।

ପରେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ଗଣମାଧ୍ୟମକୁ ଖବର ଦେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଦୌଡିବାକୁ ଲାଗିଥିଲା ଠକ । ଠକ କୁ ଲୋକ ମାନେ କାବୁ କରି ପୋଲିସ ଜିମା ଦେଇଥିଲେ । କେବଳ ଏତିକି ନୁହେଁ ଠକ ନିକଟରୁ ମିଳିଥିବା ଖାତାରେ ଶହ ଶହ ପିଲାଙ୍କ ନାଁ ଓ ମୋବାଇଲ ନମ୍ବର ସହ ଆଧାର କାର୍ଡ ନମ୍ବର ମଧ୍ୟ ଉଲ୍ଲେଖ ଥିଲା । ଟଙ୍କା ଦେଲେ ଲକ୍ଷ୍ମୀ ବସରେ ନିଯୁକ୍ତି ମିଳିବ ବୋଲି ବୋଲି କହି ଫୋନ ଜରିଆରେ ଯୋଗାଯୋଗ କରୁଥିଲା ଠକ । ଏ ସମ୍ପୂର୍ଣ୍ଣ ଘଟଣାର ଅଡିଓ କଲ ମଧ୍ୟ ଭାଇରଲ ହୋଇଛି ଯେଉଁଥିରେ ଠକ ଚାକିରୀ ନିମନ୍ତେ ଆଶା ରଖିଥିବା ଯୁବକଙ୍କ ଠାରୁ ଟଙ୍କା ନେବାର ମଧ୍ୟ ଶୁଣିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.