ETV Bharat / state

ମିଳିଲା ପ୍ରତିଶୃତି ହଟିଲା ଆନ୍ଦୋଳନ, କଟକରେ ଗଡିଲା OSRTC ବସ - OSRTC Bus Strike Withdraws

author img

By ETV Bharat Odisha Team

Published : Mar 21, 2024, 1:10 PM IST

OSRTC Bus employees Protest: ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ଓଏସଆରଟିସି ବସ୍ କର୍ମଚାରୀ । ବକେୟା ପାଉଣା ପ୍ରାପ୍ୟ ଓ ଆନୁସଙ୍ଗିକ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ କର୍ମଚାରୀ । ଅଧିକ ପଢନ୍ତୁ

OSRTC Bus employees stage protest
OSRTC Bus employees stage protest
OSRTC Bus employees stage protest

କଟକ: ଆନ୍ଦୋଳନରୁ ଓହରିଲେ ଓଏସଆରଟିସି ବସ୍ କର୍ମଚାରୀ । OSRTC ବସ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାସକର ବକେୟା ପାଉଣା ପ୍ରାପ୍ୟ ଦାବିରେ ବସ ଚଳାଚଳ ବନ୍ଦ କରିଥିଲେ । ଜିଲ୍ଲାପାଳ ଏନେଇ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ବସ୍ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଫଳରେ ବସ ଚଳାଚଳ ସ୍ବାଭାବିକ ହୋଇଛି ।

ସୂଚନା ମୁତାବକ, କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଓଏସଆରଟିସି ବସ୍ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିଲେ । ମାସକର ବକେୟା ପାଉଣା ପ୍ରାପ୍ୟ ଓ ଆନୁସଙ୍ଗିକ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନରେ ବସିଥିଲେ କର୍ମଚାରୀ । ଫଳରେ ବାଦାମବାଡ଼ି ବସଷ୍ଟାଣ୍ଡରୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା । କାପ୍ରୋ ନାମକ ଏକ ଘରୋଇ ସଂସ୍ଥା ଅଧିନରେ ଥିବା କର୍ମଚାରୀମାନେ ଧାରଣା ଦେଇଥିବାରୁ ଦୂର ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏନେଇ ଜିଲ୍ଲାପାଳ ଖବର ପାଇ ଜିଲ୍ଲାପାଳ ବସ୍ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ - ରେଳ ସଂଯୋଗୀକରଣ ଓ ଲକ୍ଷ୍ମୀ ବସକୁ ଟ୍ରକ-ବସ ମାଲିକ ସଂଘର ତୀବ୍ର ବିରୋଧ, 24 ଘଣ୍ଟିଆ କେନ୍ଦୁଝର ବନ୍ଦ

ଏହା ମଧ୍ୟ ପଢନ୍ତୁ - ସ୍ବାଭାବିକ ରହିବ ଟ୍ରକ ବସ୍ ଚଳାଚଳ! ଧର୍ମଘଟକୁ ସମର୍ଥନ ଦେଲାନି ମାଲିକ ସଂଘ

ତେବେ ଚାଳକମାନେ ଅଭିଯୋଗ କରିଥିଲେ, ଯେଉଁ ସଂସ୍ଥା ଚାଳକମାନଙ୍କୁ ନିଯୁକ୍ତି ଦେଇଛି ସେ ବର୍ତ୍ତମାନ ମାସିକ ଦରମା ଦେବା ପାଇଁ ନାରାଜ । ଏଗ୍ରିମେଣ୍ଟରେ 10ରୁ 12 ତାରିଖ ମଧ୍ୟରେ ଦରମା ଆସିବା କଥା । ହେଲେ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଦରମା ପାଇ ନାହାନ୍ତି OSRTC ବସ ଚାଳକ ଓ କଣ୍ଡକ୍ଟର । ତେବେ ଯେ ପର୍ଯ୍ୟନ୍ତ ଦରମା ନ ମିଳିଛି ସେ ପର୍ଯ୍ୟନ୍ତ ବସ ଗଡିବନି ବୋଲି ଚେତାବନୀ ଦେଇଥିଲା ଡ୍ରାଇଭର ସଂଘ । ଫଳରେ ଆଜି କଟକରୁ OSRTCର ଅନେକ ବସ ଚଳାଚଳ ବନ୍ଦ ରହିଥିଲା । ସେହିପରି ପୂର୍ବରୁ ଘରୋଇ ବସ ମାଲିକ ମାନେ ଅନେକ ମାତ୍ରାରେ ଧାରଣା ଦେଇଥିଲେ । ଲକ୍ଷ୍ମୀ ବସ ଯୋଜନା କୁ ଟାର୍ଗେଟ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ରାଜ୍ୟ ଘରୋଇ ବସ ମାଲିକ ସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.