ETV Bharat / state

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; OSEPA ମେରିଟ୍‌ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ - High Court on OSEPA Merit List - HIGH COURT ON OSEPA MERIT LIST

High Court on Junior Teacher Merit List: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ । OSEPAର ମେରିଟ୍‌ ଲିଷ୍ଟ କାଏମ । ମେରିଟ୍‌ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ପ୍ରଦାନ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

High Court on Junior Teacher Merit List
High Court on Junior Teacher Merit List (Orissa High Court)
author img

By ETV Bharat Odisha Team

Published : Jun 18, 2024, 2:25 PM IST

Updated : Jun 18, 2024, 3:12 PM IST

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । OSEPAର ମେରିଟ୍‌ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ । ଏହା ସହିତ ମେରିଟ୍‌ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ପ୍ରଦାନ କରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶକ୍ରମେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିର ବାଟ ଫିଟିଛି । ପୂର୍ବରୁ ଓପେସା ପ୍ରଥମେ ପ୍ରିଫରେନ୍ସ ପରେ ମେରିଟ୍‌କୁ ଆଧାର କରି ତାଲିକା ଜାରି କରିଥିଲା । ଯାହାକୁ ନେଇ ଆବେଦନକାରୀ ହାଇକୋର୍ଟରେ ରିଟ୍‌ ଅପିଲ କରିଥିଲେ ।

High Court on Junior Teacher Merit List (ETV Bharat Odisha)

ପୂର୍ବରୁ ଓସେପାର ମେରିଟ୍‌ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟର ଜଣିକିଆ ବେଞ୍ଚ । ଜିଲ୍ଲାୱାରୀ ମେରିଟ ଲିଷ୍ଟ ବି ପୂର୍ବରୁ ଖାରଜ କରିଥିଲେ ହାଇକୋର୍ଟ । କେବଳ ସେତିକି ନୁହେଁ, ସାନି ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁନିଅର ଟିଚର୍‌ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଓଡ଼ିଶା ହାଇକୋର୍ଟ । ଏଥିସହ ନିଯୁକ୍ତି ଉପରେ ଲାଗିଥିବା ଅଙ୍କୁଶକୁ ବଳବତ୍ତର ରଖିଥିଲେ କୋର୍ଟ । ଚୟନ ପ୍ରକ୍ରିୟା ସରିଥିଲେ ବି ନିଯୁକ୍ତି ଉପରେ ପୂର୍ବରୁ ରୋକ ଲଗାଇଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପ୍ରକ୍ରିୟା ଜାରି ରହିବ, ମାତ୍ର ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ବର୍ତ୍ତମାନ ଏହି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।

ଏହା ମଧ୍ୟ ପଢ଼ନ୍ତୁ...କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ପ୍ରକାଶ ଥାଉ କି, ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଚୂଡାନ୍ତ ଚୟନ ତାଲିକା ଜାରି ବା ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଓସେପା ପକ୍ଷରୁ ୨୦ହଜାର କନିଷ୍ଠ ଶିକ୍ଷକ ପଦରେ ଶିକ୍ଷକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତବର୍ଷ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା । ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା । ଏହାପରେ ସମସ୍ତ ପରୀକ୍ଷା ଶେଷ ହୋଇଥିବାବେଳେ ଦୁଇ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥାନ୍ତା । ହେଲେ ଏହି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଏପରିକି ନିଯୁକ୍ତି ବିଜ୍ଞପ୍ତିର ନିୟମ ଆଧାରରେ ଚୂଡାନ୍ତ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରାଯାଇନାହିଁ ବୋଲି ଅଭିଯୋଗ ହୋଇଥିଲା । ତେଣୁ ଏହା ବେଆଇନ ବୋଲି ଦର୍ଶାଇ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ।

ଇଟିଭି ଭାରତ, କଟକ

Last Updated : Jun 18, 2024, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.