ETV Bharat / state

ଅଭିଯୁକ୍ତକୁ ଜାମିନରେ ବୃକ୍ଷ ରୋପଣ ସର୍ତ୍ତ, 200 ଗଛ ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ORISSA HIGH COURT

author img

By ETV Bharat Odisha Team

Published : May 7, 2024, 3:39 PM IST

Bail On The Condition Of Plantation: ଜାମିନ ପାଇଁ ହାଇକୋର୍ଟଙ୍କ ସର୍ତ୍ତ । 200 ବୃକ୍ଷ ରୋପଣ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଅଭିଯୁକ୍ତକୁ ଜାମିନରେ ବୃକ୍ଷ ରୋପଣ ସର୍ତ୍ତ, 200 ଗଛ ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଭିଯୁକ୍ତକୁ ଜାମିନରେ ବୃକ୍ଷ ରୋପଣ ସର୍ତ୍ତ, 200 ଗଛ ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ (ETV Bharat Odisha)

କଟକ: ଜାମିନ ପାଇଁ କୋର୍ଟ ଅନେକ ସର୍ତ୍ତ ରଖିବା କଥା ଆପଣମାନେ ଜାଣିଥିବେ ଓ ଶୁଣିଥିବେ । କିନ୍ତୁ ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ ପାଇଁ ଏକ ଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ । ଅଭିଯୁକ୍ତକୁ ଜାମିନରେ ବୃକ୍ଷ ରୋପଣ ପାଇଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଆଉ ସର୍ତ୍ତରେ ୨୦୦ଟି ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ସର୍ତ୍ତ ଯଦିଓ ପ୍ରଥମ ଥର ନୁହେଁ କନ୍ତୁ ଦୀର୍ଘ ଦିନ ପରେ ଏପରି କଥା ଆପଣମାନେ ଶୁଣୁଛନ୍ତି । ଯାହାକି ଆଲୋଚନାର ବିଷୟ ପାଲଟିଛି । କାରଣ ଦିନକୁ ଦିନ ଗଛ କାଟିବା ଦ୍ୱାରା ପରିବେଶରେ ଅନେକ ସମସ୍ୟା ଉପୁଜୁଥିବାରୁ ଏଭଳି ସମସ୍ୟା ଦୂର କରିବା ପାଇଁ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ସମାଜକୁ ଏକ ଭଲ ବାର୍ତ୍ତା ଦେବ ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ଦାୟର ଏକ ନାବାଳିକା ଆତ୍ମହତ୍ୟା ମାମଲାର ଅଭିଯୁକ୍ତ କାର୍ତ୍ତିକ ମାଝୀ ଓରଫ ବଦ୍ରୀନାଥକୁ ୨୦୦ଟି ବୃକ୍ଷ ରୋପଣ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତର ନିଜ ଗାଁ ଅମ୍ପାନୀ ଥାନା ଅନ୍ତର୍ଗତ ରେଇଁଗୁଡା ଗାଁ ଆଖପାଖରେ ଆମ୍ବ ଏବଂ ତେନ୍ତୁଳି ଗଛ ଲଗାଇବାକୁ କୋର୍ଟ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ବର୍ଷା ଋତୁ ଆରମ୍ଭରେ କାର୍ତ୍ତିକ ଏହି ବୃକ୍ଷରୋପଣ କରିବା ସହ ଗଛ ଗୁଡିକର ଯତ୍ନ ନେବେ । ଏଥିପାଇଁ ଜିଲ୍ଲା ନର୍ସରୀ ସହଯୋଗର ହାତ ବଢ଼ାଇବାକୁ କୋର୍ଟ କହିଛନ୍ତି । କାର୍ତ୍ତିକ ବୃକ୍ଷରୋପଣ କରୁଛନ୍ତି ନା ନାହିଁ ସେନେଇ ଅମ୍ପାନୀ ଥାନା ତଦାରଖ କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସର୍ତ୍ତ ସହ ଅନ୍ୟାନ୍ୟ ସର୍ତ୍ତ ଆଧାରରେ କୋର୍ଟ କାର୍ତ୍ତିକଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ORHDC ଘୋଟାଲା ମାମଲା: ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ, ନିର୍ବାଚନ ଲଢିବା ନେଇ ଏମିତି କହିଲେ ଆଇନଜୀବୀ - MOHAMMED MOQUIM

ମାମଲାର ବିବରଣୀରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ୨୦୧୯ ନଭେମ୍ବର ୪ ତାରିଖରେ ନାବାଳିକାଙ୍କୁ ଗଣବଳାତ୍କାର ସଂକ୍ରାନ୍ତ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ୨୦୧୯ ନଭେମ୍ବର ୭ରୁ ଗିରଫ ହୋଇ ଜେଲରେ ରହି ଆସୁଛି । ସେହିପରି ନିକଟରେ ଏହି ମାମଲାର ଟ୍ରାଏଲ ଶେଷ ହେବାର ନାହିଁ । ସବୁ ଘଟଣାକୁ ବିଚାର କରି ଅଭିଯୁକ୍ତକୁ ୩ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.