ETV Bharat / state

ପାରାଦ୍ବୀପରେ ଗିରଫ ଚାଇନା ଜାହାଜକୁ ମୁକ୍ତ ନିର୍ଦ୍ଦେଶ - Arrested Chinese Ship Release Order

author img

By ETV Bharat Odisha Team

Published : Aug 11, 2024, 4:17 PM IST

Chinese Ship Release Order: ପାରାଦ୍ବୀପ ବନ୍ଦରରେ ଚାଇନା ଜାହାଜ ଗିରଫ ଘଟଣା । ଉକ୍ତ ଜାହାଜକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ଅଧିକ ପଢନ୍ତୁ

Orissa High Court
Orissa High Court (ETV Bharat Odisha)

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦରରେ ଚାଇନା ଜାହାଜ ଗିରଫ ଘଟଣା । ଗତ ଜୁଲାଇ 29 ତାରିଖରେ HAI IMO-୯୫୬୭୪୭୭ ନାମକ ଚାଇନ ଜାହାଜକୁ ଗିରଫ କରାଯାଇଥିଲା । ଯାହାକୁ ମୁକ୍ତ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଏହାପରେ ଶନିବାରଠୁ ଖଲାସ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମାମଲାରେ ପ୍ରତିପକ୍ଷଙ୍କ ତରଫରୁ 88 ଲକ୍ଷ 35 ହଜାର ଟଙ୍କାର ଡିମାଣ୍ଡ ଡ୍ରାଫକୁ ଏକ ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଣ ମାମଲା ?

ମାମଲାରୁ ଜଣାଯାଇଛି ଯେ, 'ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍' କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଚାଇନା କମ୍ପାନୀ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଜାହାଜର ମାଲିକ ଟ୍ରେଡିଂ ସଂସ୍ଥାକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ କାହାଜ ମାଲିକ ଏହି ଅର୍ଥ ନ ଦେବାରୁ ଆବେତନକରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଡମିରାଲିଟି ଆଇନର (ଜୁରିସଡିକ୍ସନ୍ ଆଣ୍ଡ ସେଟେଲ୍‌ମେଣ୍ଟ ଅଫ୍ ମ୍ୟାରିଗଇମ୍ ବ୍ରେସ୍‌)-୨୦୧୭ ଧାରା (୪)(୧)(ଆଇ)ରେ ଏହି ମାମଲା ରୁଜୁ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ ଏବଂ ଯୁକ୍ତି ଉପସ୍ଥାପନ କରାଯିବା ପରେ, ଏଥିରେ କିଛି ସତ୍ୟତା ଥିବା ଅନୁଭବ କରି ମାମଲା ବିଚାର ପାଇଁ କୋର୍ଟ ଏହାକୁ ଗ୍ରହଣ କରିଥିଲେ ।

29ତାରିଖରେ ଗିରଫ ହୋଇଥିଲା ଚୀନ ଜାହାଜ:-

ଜାହାଜଟି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ ନେଇ ପାରାଦ୍ବୀପ ଆସିଥିଲା । ଜାହାଜ ଉପରେ ଓଡ଼ିଶାର ଏକ ସଂସ୍ଥାର ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ରହିଥିଲା । ଜାହାଜ ମାଲିକ ଏହି ବକେୟା ଅର୍ଥ ପ୍ରଦାନ ନ କରିବାରୁ ସଂସ୍ଥା ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାକୁ ବିଚାର କରି ଉକ୍ତ ଜାହାଜକୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ କୁଜଙ୍ଗ ସବ୍‌ କୋର୍ଟର ବିଚାରପତି ପାରାଦ୍ବୀପ ବନ୍ଦରରେ ଅଟକ ଥିବା ଚାଇନା ଜାହାଜକୁ ଗିରଫ କରିଥିଲେ ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ଗିରଫ ହେଲା ଚୀନ ଜାହାଜ; ହେଲେ କ'ଣ କାରଣ ?

ଏହା ବି ପଢନ୍ତୁ- ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା

ସୂଚନା ଥାଉ କି, ଗତ ଜୁଲାଇ 26 ତାରିଖରେ ଗଭୀର ସମୁଦ୍ରରେ ଚାଇନା ଜାହାଜକୁ ଅଟକ ରଖାଯାଇଥିଲା । ମୋବାଇଲ ସାଟେଲାଇଟ ମାଧ୍ୟମରେ ଫଟୋ ଉଠାଉଥିବା ଏକ ଚାଇନା ଜାହାଜକୁ ଅଟକ ରଖିଛି ତଟରକ୍ଷୀ ବାହିନୀ । ଉକ୍ତ ଜାହାଜର ସମସ୍ତ କାଗଜପତ୍ରକୁ ତଟରକ୍ଷୀ ବାହିନୀ କର୍ମଚାରୀମାନେ ଯାଞ୍ଚ କରିଥିଲେ । ଉକ୍ତ ଜାହାଜଟି ଚାଇନାର ବୋଲି ସୂଚନା ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.