ETV Bharat / state

ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ - ପେଟ୍ ସିଟି ସ୍କାନ ମାମଲା

PET CT scan case in HC: ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । କେବେ ସୁଦ୍ଧା ୫ ସହରରେ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯିବ ଜଣାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ହାଇକୋର୍ଟରେ ପେଟ୍ ସିଟି ସ୍କାନ ମାମଲା
ହାଇକୋର୍ଟରେ ପେଟ୍ ସିଟି ସ୍କାନ ମାମଲା
author img

By ETV Bharat Odisha Team

Published : Feb 2, 2024, 1:17 PM IST

କଟକ: କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ କେବେ ସୁଦ୍ଧା ପେଟ୍ ସିଟି ସ୍କାନ ବ୍ୟବସ୍ଥା କରାଯିବ ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଝାରସୁଗୁଡ଼ା ସହିତ ଅନ୍ୟ ୪ଟି ସହରରେ କେବେ ସୁଦ୍ଧା ଏହି ବ୍ୟବସ୍ଥା କରାଯିବ ସେନେଇ ଜବାବ ତଲବ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପେଟ୍ ସିଟି ସ୍କାନ ସ୍ଥାପନ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି କୋର୍ଟ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର(ଏଏଚଆରସି)ରେ ପେଟ୍ ସିଟି ସ୍କାନ ସୁବିଧା ଉପଲବ୍ଧ ହୋଇଥିଲା । ତେବେ ଭୁବନେଶ୍ୱର,ବାଲେଶ୍ୱର, ବ୍ରହ୍ମପୁର ଓ ଝାରସୁଗୁଡାରେ ଏହି ସୁବିଧା ଉପଲବ୍ଧ ଦିଗରେ ରାଜ୍ୟ ସରକାର ସାନି ସମୀକ୍ଷା କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ।

ଝାରସୁଗୁଡା ସମେତ ଅନ୍ୟ ସହରଗୁଡିକରେ କେବେ ସୁଦ୍ଧା ପେଟ୍ ସିଟି ସ୍କାନ ସୁବିଧା ଉପଲବ୍ଧ ହୋଇପାରିବ ତାହାକୁ ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିତା ବୁଦ୍ଧିଆଙ୍କ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଝାରସୁଗୁଡା ଓ ବ୍ରହ୍ମପୁରକୁ ଦିଲ୍ଲୀ କିମ୍ବା ମୁମ୍ବାଇରୁ ସିଧାସଳଖ ବିମାନ ସେବା ନଥିବାରୁ ପେଟ୍ ସିଟି ସ୍କାନ ପାଇଁ ଆବଶ୍ୟକ ରେଡିଓ ଆଇସୋଟପ ସ୍ଥାନାନ୍ତର ସମସ୍ୟା ରହିଥିବା ନେଇ ପୂର୍ବରୁ ଏକ ସତ୍ୟପାଠ ଜରିଆରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଆଇନଜୀବୀ ଦର୍ଶାଇ ଥିଲେ ଯେ, ଝାରସୁଗୁଡାକୁ ବିମାନ ସେବା ଉପଲବ୍ଧ ଅଛି । ହାଇକୋର୍ଟ ଝାରସୁଗୁଡା ସମେତ ୪ ସହରର ହସ୍ପିଟାଲରେ କେବେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ ସେନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନିତା ବୁଦ୍ଧିଆ ପେଟ୍ ସିଟି ସ୍କାନ ବ୍ୟବସ୍ଥା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କର୍କଟ ଚିକିତ୍ସା କେନ୍ଦ୍ରରେ ପେଟ୍ ସିଟି ସ୍କାନ ମେସିନ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.