ETV Bharat / state

ORHDC ଘୋଟାଲା ମାମଲା: ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ, ନିର୍ବାଚନ ଲଢିବା ନେଇ ଏମିତି କହିଲେ ଆଇନଜୀବୀ - MOHAMMED MOQUIM - MOHAMMED MOQUIM

ORHDC corruption case: ସୁପ୍ରିମକୋର୍ଟରୁ ମୋକିମଙ୍କୁ ମିଳିଲା ବେଲ । ହାଇକୋର୍ଟଙ୍କ ରାୟକୁ କରିଥିଲେ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ

ORHDC ଘୋଟାଲା ମାମଲା: ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ, ଫିଟିଲା ନିର୍ବାଚନ ଲଢିବା ରାସ୍ତା

author img

By ETV Bharat Odisha Team

Published : Apr 23, 2024, 12:55 PM IST

Updated : Apr 23, 2024, 2:06 PM IST

ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ

କଟକ: ବହୁଚର୍ଚ୍ଚିତ ORHDC ଋଣ ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଆଶ୍ବସ୍ତି ମିଳିଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରୋକ ଲଗାଇବା ମନା କରିବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ମୋକିମ ।

ଚଳିତମାସ (ଏପ୍ରିଲ) 14 ତାରିଖରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ORHDC ଦୁର୍ନୀତି ମାମଲାରେ ତଳକୋର୍ଟ (ଭିଜିଲାନ୍ସ କୋର୍ଟ) ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ତଳକୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟରେ ମୋକିମଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ହାଇକୋର୍ଟ କୌଣସି ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନା କରିବା ସହ ପୂର୍ବ ଦଣ୍ଡାଦେଶକୁ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ମୋକିମ ସିଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ନିର୍ବାଚନ ଲଢିବା ସମ୍ଭବାନା ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ସେ ଆଜି ବେଲ ପାଇଛନ୍ତି । ତେଣୁ ବର୍ତ୍ତମାନ ସେ ପ୍ରାର୍ଥୀ ହେବାରେ କୌଣସି ସମସ୍ୟା ନାହିଁ ।

ଏହା ମଧ୍ୟ ପଢନ୍ତୁ :- ସୁପ୍ରିମକୋର୍ଟ ଗଲେ ମୋକିମ, ତଳକୋର୍ଟ ରାୟକୁ ଚାଲେଞ୍ଜ କରି ମାମଲା ଦାୟର - Moquim moves SC

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ଓଆରଏଚଡିସି’ ଋଣ ଦୁର୍ନୀତି ମାମଲାରେ ୨୦୨୨ ମସିହା ଅକ୍ଟୋବର ମାସରେ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ ୩ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ କୁମାର, ବିଲ୍ଡର ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଥିଲା । ଏହି ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରବ୍ଦ ହେବାର ଆଶଙ୍କା ବଢିଥିଲା । ଏହାପରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟ ଯାଇଥିଲେ । ଏବେ ସେ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି ପାଇଛନ୍ତି ।

କିଛି ମାସ ପୂର୍ବରୁ ପୂର୍ବ ନିର୍ବାଚନ (2019) ନାମାଙ୍କନ ସତ୍ୟପାଠରେ ଭୁଲ ତଥ୍ୟ ଦେବା ଓ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇବା ମାମଲାରେ ମଧ୍ୟ ମୋକିମ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ତଳକୋର୍ଟଙ୍କ ରାୟରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.