ETV Bharat / state

ସଚେତନତା ଅଭାବରୁ କମୁଛି ଅଙ୍ଗ ଓ ଶରୀର ଦାନ, ଜାଣନ୍ତୁ ପୂରା ପ୍ରକ୍ରିୟା ସମ୍ପର୍କରେ - ORGAN DONATION

ରାଜ୍ୟର ମେଡିକାଲ କଲେଜରେ ପାଠପଢା ଓ ରିସର୍ଚ୍ଚ ପାଇଁ କମ ପଡିଲାଣି ମୃତଶରୀର । ସଚେତନତା ଅଭାବରୁ କମୁଛି ସଂଖ୍ୟା । ଏଥିପାଇଁ କଣ ରହିଛି ପ୍ରକ୍ରିୟା, ଜାଣନ୍ତୁ

ସଚେତନତା ଅଭାବରୁ କମୁଛି ଅଙ୍ଗ ଓ ଶରୀର ଦାନ: ଜାଣନ୍ତୁ ପୂରା ପ୍ରକ୍ରିୟା ସମ୍ପର୍କରେ
ସଚେତନତା ଅଭାବରୁ କମୁଛି ଅଙ୍ଗ ଓ ଶରୀର ଦାନ: ଜାଣନ୍ତୁ ପୂରା ପ୍ରକ୍ରିୟା ସମ୍ପର୍କରେ (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 6:23 PM IST

ଭୁବନେଶ୍ବର: ରାଜ୍ୟରେ ଅଙ୍ଗ କିମ୍ବା ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ରହିଛି ନିୟମ । ହେଲେ ସାଧାରଣ ଲୋକଙ୍କ ମଧ୍ୟରେ ଏ ସମ୍ପର୍କରେ ଉଚିତ ସଚେତନତା ନାହିଁ । ଯେଉଁ ପରିମାଣରେ ଅଙ୍ଗ ଓ ଶରୀର ଦାନ ହେବା କଥା, ସେହି ଅନୁସାରେ ହେଉନାହିଁ । ଫଳସ୍ବରୂପ ରାଜ୍ୟର ମେଡିକାଲ କଲେଜଗୁଡିକରେ ମେଡିକାଲ ପାଠପଢା ଓ ଗବେଷଣା ପାଇଁ ମାନବ ଶରୀର ଅଭାବ ରହିଛି । କିନ୍ତୁ ଏପଟେ ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କର ଶରୀର ଦାନ କରିବା ପାଇଁ ହେଲେ, କ’ଣ କରିବାକୁ ପଡିବ ଓ ଏନେଇ କଣ ପ୍ରକ୍ରିୟା ରହିଛି ସେନେଇ ବିସ୍ତୃତ ଭାବରେ କହିଛନ୍ତି ଅତିରିକ୍ତ ‘ଡିଏମଇଟି’ ଡାକ୍ତର ଉମାକାନ୍ତ ଶତପଥୀ ।

  • କିଭଳି କରିବେ ଶରୀର ଦାନ:-

ଶରୀରର ଦାନ ପାଇଁ ଏକ ଫର୍ମ ରହିଛି । ଯେଉଁଥିରେ ପରିବାର ବର୍ଗଙ୍କ ନୋମିନ ରହିବା ବାଧ୍ୟତାମୂଳକ ଆବଶ୍ୟକ । ଯଥା ଯଦି ସ୍ଵାମୀଙ୍କ ଶରୀର ଦାନ କରିବାକୁ ଚାହୁଁଛନ୍ତି, ତେବେ ବାପା-ମାଆ, ପତ୍ନୀ ଓ ପିଲାଙ୍କ ନୋମିନୀ ରହିବା ଆବଶ୍ୟକ । ଯଦି ପତ୍ନୀ ଶରୀରର ଦାନ କରିବାକୁ ଚାହୁଛନ୍ତି, ତେବେ ସେହି କ୍ଷେତ୍ରରେ ମଧ୍ୟ ବାପା-ମା, ସ୍ଵାମୀ ଓ ପିଲାମାନଙ୍କ ସହ ଗୋଟିଏ ଆଫିଡେପିଟି କରିବା ଆବଶ୍ୟକ । ଏହି କ୍ଷେତ୍ରରେ ସର୍ବାଧିକ ଦୁଇ ଜଣ ହି ନୋମିନ ରହିପାରିବେ । ଏହା ସହ ଫଟୋ ଏବଂ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ରହିବା ଆବଶ୍ୟକ । ସେହିପରି ବଞ୍ଚିଥିବା ସମୟରେ ଯଦି କୌଣସି ବ୍ୟକ୍ତି ଶରୀରର ଦାନ ପାଇଁ ଇଚ୍ଛା ପ୍ରକାଶ କରିଥିବ ତେବେ ଉକ୍ତ ବ୍ୟକ୍ତିଙ୍କୁ ଏକ କାର୍ଡ ଦିଆଯାଇଥିବ । ଯାହା ଫଳରେ ପରିବାର ଲୋକ ଚାହିଁଲେ ଶରୀର ଦାନ କରିପାରିବେ ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର କହିଛନ୍ତି ।

ସଚେତନତାର ଅଭାବରୁ କମୁଛି ଅଙ୍ଗ ଓ ଶରୀର ଦାନ: ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ସଚେତନତାର ଅଭାବରୁ କମୁଛି ଅଙ୍ଗ ଓ ଶରୀର ଦାନ: ଜାଣନ୍ତୁ କଣ ରହିଛି ପ୍ରକ୍ରିୟା (ETV Bharat Odisha)
  • ମୃତ୍ୟୁ ହେବାର କେତେ ସମୟ ମଧ୍ୟରେ ଶରୀର ଦାନ କରିପାରିବେ:-

ସାଧାରଣତଃ ମୃତ୍ୟୁ ହେବାର ୧୦ ଘଣ୍ଟା ମଧ୍ୟରେ ଶରୀର ଦାନ କରିବା ଆବଶ୍ୟକ । ଯେତେବେଳେ ଶରୀର ସଠିକ ଭାବରେ ରହିଥିବ । ଶରୀରରେ କୌଣସି ସ୍ଥାନରେ କିଛି ଅପରେସନ ହୋଇନଥିବ ବା ବ୍ୟବଚ୍ଛେଦ ମଧ୍ୟ ହୋଇନଥିବ । ତେବେ ମୃତ ଶରୀରରକୁ ଯେ କୌଣସି ମେଡିକାଲ କଲେଜକୁ ଦାନ କରିପାରିବାର ନିଷ୍ପତ୍ତିଗତ ସୁବିଧା ରହିଛି ।

ମେଡିକାଲ କଲେଜକୁ କେତେ ମୃତଶରୀର ଆବଶ୍ୟକ:

ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜକୁ ପିଲାଙ୍କ ପାଠ ପଢା ପାଇଁ ମୃତଶରୀରର ଆବଶ୍ୟକତା ରହିଛି । କିନ୍ତୁ ଯାହା ଜଣାପଡୁଛି, ବର୍ତ୍ତମାନ ସମୟରେ ମେଡିକାଲ ପାଠ୍ୟକ୍ରମ ଓ ରିସର୍ଚ୍ଚ ପାଇଁ ମୃତଶରୀରର ବହୁମାତ୍ରାରେ ଅଭାବ ପଡୁଛି । ‘ଏମ୍ସ’କୁ ପୂର୍ବରୁ ବର୍ଷକୁ ୧୦ଟି ପାଖାପାଖି ମୃତ ଶରୀରର ଦାନ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୫ ରୁ ୮ ଟି ଆସୁଛି । ଯେତିକି ମେଡିକାଲ କଲେଜ ଅଛି, ସେହି ଅନୁସାରେ ଅଧିକରୁ ଅଧିକ ଶରୀରର ଦାନ ଆବଶ୍ୟକ ପଡୁଛି ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର। ।

ସାଧାରଣ ଲୋକଟି ଜାଣିବ କିଭଳି:-

ଶରୀର ଦାନ ପାଇଁ ଅଧିକରୁ ଅଧିକ ସଚେତନତା ହେବା ଆବଶ୍ୟକ । ଏହା ସହ ସମସ୍ତ ମେଡିକାଲ ବା ମେଡିକାଲ କଲେଜରେ ଏକ ହେଲ୍ପ ଡେସ୍କ ରହିବା ଆବଶ୍ୟକ । ଘରୋଇ ସଂସ୍ଥାମାନେ ମଝିରେ ମଝିରେ ସଚେତନତା କାର୍ଯ୍ଯକ୍ରମ ଆୟୋଜନ କରିବା ଆବଶ୍ୟକ । ପାଠ ପଢା ପାଇଁ ମୃତ ଶରୀର ଦାନ କମ କରାଯାଉଛି । ତେଣୁ ଅଧିକରୁ ଅଧିକ କରିବା ଆବଶ୍ୟକ ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର।

ଓଡିଶାରେ ମେଡିକାଲ ପାଠ ପଢାରେ ପାଖାପାଖି ୨୦୦ ମୃତ ଶରୀର ଆବଶ୍ୟକ:-

ପ୍ରତ୍ଯେକଟି ମେଡିକାଲ କଲେଜରେ ଅତିକମରେ ବର୍ଷକୁ ୧୦ଟି ଶରୀରର ଆବଶ୍ୟକ। ଓଡିଶାରେ ୧୩ ଟି ସରକାରୀ ମେଡିକାଲ ରହିଛି। ଏହା ସହ ଘରୋଇ ମେଡିକାଲ କଲେଜ ମଧ୍ୟ ରହିଛି। ତେବେ ବର୍ଷକୁ ଓଡିଶାକଉ ଅତି କମ ରେ ୧୫୦ ରୁ ୨୦୦ ଶରୀରର ଆବଶ୍ୟକ ଯାହା ପିଲାଙ୍କ ରିସର୍ଚ୍ଚ ଏବଂ ପାଠ ପଢାରେ ଲାଗିବ । ଏପଟେ ବର୍ତ୍ତମାନ ସମୟରେ ଓଡିଶାରେ ଏବେ ୨୫ ରୁ ୩୦ଟି ଶରୀରର ରହୁଛି ପିଲାଙ୍କ ପାଠ ପଢା ପାଇଁ । ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର ।

ସ୍ୱାସ୍ଥ୍ୟ ବିଭାଗ ଆଣିବ ନୂଆ ବ୍ୟବସ୍ଥା:

ଏନେଇ ଅତିରିକ୍ତ ‘ଡିଏମଇଟି’ ଉମାକାନ୍ତ ଶତପଥି କହିଛନ୍ତି ଯେ, "ଶରୀରର ଦାନ ପାଇଁ ଆସିବ ନୂଆ ବ୍ୟବସ୍ଥା। ପାଠ ପଢିବା ପାଇଁ ଶରୀର ଅତ୍ୟନ୍ତ ଆବଶ୍ୟକ। ଯାହା ଏକ ଫର୍ମ ରେ ଲେଖିକି ଦେବେ ପରିବାର ବର୍ଗ। ପରିବାର, ବାପା ମା ପତି ପତ୍ନୀ ପୁଅ ଝିଅ ଆଦି ଦେଇପାରିବେ। ଶରୀର ଦାନ ପାଇଁ ପ୍ରୋସ୍ରାହନ ରାଶି ପାଇଁ ପ୍ରସ୍ତାବ। ଏହାକୁ ଆହୁରି କରାଯିବ ସରଳୀକରଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ଘଣ୍ଟା ମଧ୍ୟରେ ମେଡିକାଲ କଲେଜକୁ ଶରୀର ଦାନ କରିବା ଆବଶ୍ୟକ ଯାହା ପରେ ଏହାକୁ କେମିକାଲ ଦେଇ ଷ୍ଟୋରେଜ କରାଯାଇପାରିବ। ଅଟଚ ଏହି ଦାନ କରାଯାଇଥିବା ଶରୀର ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ" ବୋଲି କହିଛନ୍ତି ଅତିରିକ୍ତ ‘ଡିଏମଇଟି’ ଉମାକାନ୍ତ ଶତପଥୀ ।

ଯଦି ଜଣେ ଚାହିଁବେ ତେବେ ସିଧାସଳଖ ଭାବରେ ମେଡିକଲ କଲେଜକୁ ଶରୀର ଦାନ କରିପାରିବେ । ଯଦି ଜଣେ ବ୍ୟକ୍ତି ଚାହିଁବ ସିଏ ସିଧାସଳଖ ଭାବରେ ଯେ କୌଣସି ମେଡିକାଲ କଲେଜକୁ ଶରୀର ଦାନ କରିପାରିବ। କିନ୍ତୁ ଦାନ କରିବା ପୂର୍ବରୁ ପ୍ଲେଜ କରିଥିବା ଆବଶ୍ୟକ। ଏହା ସହ ଶରୀରରେ କୌଣସି କ୍ଷତି ହୋଇନଥିବା ଆବଶ୍ୟକ" ବୋଲି କହିଛନ୍ତି ଅତିରିକ୍ତ ‘ଡିଏମଇଟି’ ଉମାକାନ୍ତ ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.