ETV Bharat / state

ତାତିରୁ ମିଳିଲା ଆଶ୍ବସ୍ତି, 2ଦିନ କୂଆପଥର ବର୍ଷାକୁ ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ - Odisha Weather - ODISHA WEATHER

Odisha Weather Update: ରାଜ୍ୟରେ କୋହଲା ପାଗ ଅନୁଭୁତ ହେଉଛି । ବିଜୁଳି ଘଡଘଡି ସହ କୂଆ ପଥର ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ରାଜ୍ୟରେ 2 ଦିନ ବର୍ଷା
ରାଜ୍ୟରେ 2 ଦିନ ବର୍ଷା
author img

By ETV Bharat Odisha Team

Published : Apr 7, 2024, 5:42 PM IST

ରାଜ୍ୟରେ 2 ଦିନ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗ । ଓଡ଼ିଶାବାସୀଙ୍କୁ ତାତିରୁ ଅଶ୍ବସ୍ତି ମିଳିଛି । ୪ ଦିନର ଅଗ୍ନୀବର୍ଷା ପରେ ଆଜି କୋହଲା ପାଗ ସହ ପାରଦ ତଳମୁହାଁ ହୋଇଛି, ଫଳରେ ତାତି କମିଛି । ଯଦିଓ ଆଦ୍ରତାର ମାତ୍ରାକୁ ନେଇ ଗୁଳୁଗୁଳି ଅନୁଭୂତ ହେଉଛି କିନ୍ତୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି । ସେପଟେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ କୂଆ ପଥର ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆଜିଠାରୁ ଭିଜିବ ସାରା ଓଡ଼ିଶା । ଆଜି ଓ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରବାଭରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ସହ କୂଆ ପଥର ବର୍ଷାର ସମ୍ଭାବନା ରହିଛି । ଝଡି ପବନ ସହ ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୂଆ ପଥର ବର୍ଷାକୁ ନେଇ ୮ ଜିଲ୍ଲା ଯେପରିକି ଢେଙ୍କାନାଳ, ନୟାଗଡ଼, ଅନୁଗୋଳ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ବିଜୁଳି ଘଡଘଡି ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୋଳ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଓ କଳାହାଣ୍ଡି ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୯ରୁ ପୁଣିଥରେ ପାଗ ବଦଳିବା ସହ କୌଣସି ସତର୍କ ସୂଚନା ନଥିବା କହିଛି ପାଣିପାଗ ବିଭାଗ । ପାଗ ବଦଳିବା ସହ ଧୀରେ ଧୀରେ ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବ ।

ଏହା ମଧ୍ୟ ପଢ଼ନ୍ତୁ...ଚାଷୀ ଉପରେ ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ, ପ୍ରଭାବିତ ହେଉଛି ପରିବା ଚାଷ - Khordha Vegetable Farmers

ତେବେ ଗତ ୨୪ ଘଣ୍ଟାରେ ୧୪ଟି ସହରରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଏହି କ୍ରମରେ ରାଜ୍ୟରେ ଅନୁଗୋଳରେ ସର୍ବାଧିକ ୪୩.୫ ଡ଼ିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି । ଏହାସହ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଗଜପତିରେ ସର୍ବାଧିକ ୯.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଅନୁଗୋଳ, ବୌଦ୍ଧ ଓ ମାଲକାନଗିରିରେ ଗ୍ରୀଷ୍ମ ପ୍ରବାହ ସହ ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର, ଫୁଲବାଣୀ ଓ ଟିଟିଲାଗଡ଼ରେ ଉଷ୍ମ ରାତ୍ରିର ସ୍ଥିତି ଲାଗିରହିଥିଲା ।

ଇଟିଭି ବାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.