ETV Bharat / state

ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା, 5ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - Heavy Rain Across The State

Weather Update: ଆହୁରି ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ସହ କୋହଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳର 5 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଅଧିକ ପଢନ୍ତୁ

Weather Update
Weather Update
author img

By ETV Bharat Odisha Team

Published : Mar 20, 2024, 7:38 PM IST

Weather Update

ଭୁବନେଶ୍ବର: ତାତିରେ ଲାଗିଛି ବ୍ରେକ୍ । ଦୁଇ ଦିନ ଧରି ଲଗାଣ ବର୍ଷାରେ ଭିଜୁଛି ରାଜ୍ୟ। ଆହୁରି ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ସହ କୋହଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନଜରରେ ରଖି ଉପକୂଳର 5 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିପାରେ । ତେବେ ଗତ ୫ ବର୍ଷ ହେବ ମାର୍ଚ୍ଚ ୧୬ ରୁ ୨୦ ତାରିଖ ଭିତରେ ଏଭଳି ପାଗ ପରିଲକ୍ଷିତ ହେଉଥିବା କହିଛି ପାଣିପାଗ ବିଭାଗ।

ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । ତାପମାତ୍ରା ଖସିଥିବାବେଳେ ପରିବେଶ ଥଣ୍ଡା ରହିଛି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଘଡଘଡି ବିଜୁଳି ସାଙ୍ଗକୁ ୭ ରୁ ୧୧ ମିମି ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିଭଳି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେ଼ଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୁରଭ଼ଞ୍ଜରେ ଝଡ଼ ତୋଫାନ ସାଙ୍ଗକୁ ଘଡଘଡି ବିଜୁଳି ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ପଶ୍ଚିମାଝଡ଼ ସହ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଆସିଥିବା ଜଳୀୟବାଷ୍ପ ଭାରି ବର୍ଷା କରାଇବାରେ ସହାୟକ ହୋଇଛି ବୋଲି କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ...'ପଖାଳ ଦିବସ'କୁ ସାମାନ୍ୟ ଫିକା କଲା ବର୍ଷା, ତଥାପି ପାଳିଲେ କଟକବାସୀ

ଆସନ୍ତାକାଲିଠାରୁ ପୁଣି ପାଗରେ ପରିବର୍ତ୍ତନ ହେବାକୁ ଥିବାବେଳେ ୨୨ ତାରିଖରୁ ପୁଣି ବଢିବ ଖରା । ତାପମାତ୍ରା ୮ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ବିଭାଗ । ୨୪ ତାରିଖ ବେଳକୁ ଦିନ ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୧୯ ଠାରୁ ଏହି ସମୟରେ ପଶ୍ଚିମାଝଡ଼ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬% ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଗତ ୨୪ଘଣ୍ଟାରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଗନ୍ଦିଆରେ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନରେ ୭୨ମିମି, ଆଠମଲ୍ଲିକରେ ୬୮ମିମି, କନ୍ଧମାଳରେ ୬୬.୨ମିମି ବର୍ଷା ରେକର୍ଡ ହୋଇଛି। ଗତ ୧୨ତାରିଖରୁ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.