ETV Bharat / state

ରାଜଧାନୀରେ ବନ୍ଦ ହେବ ମୁକୁଳା ଡ୍ରେନ; ମାସକ ଭିତରେ ସରିବ ବ୍ୟାରିକେଡ କାମ - Slabbing Of Open Drains

author img

By ETV Bharat Odisha Team

Published : Jun 25, 2024, 7:49 PM IST

Slabbing Of Open Drains In Bhubaneswar: ବର୍ଷାଦିନେ ରାଜଧାନୀରେ ହେବନି ଡ୍ରେନ ସମସ୍ୟା । ମାସକ ମଧ୍ୟରେ ଭୁବନେଶ୍ବରରେ ସମସ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପଡ଼ିବା କାର୍ଯ୍ୟ ଶେଷ ହେବ । ଅଧିକ ପଢନ୍ତୁ

Slabbing Of Open Drains
Slabbing Of Open Drains (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ବର୍ଷାଦିନେ ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ଭାବରୋ ଉଭା ହୋଇଥାଏ । ଆଉ ଏବେ ବର୍ଷାଦିନ ଆସୁଥିବା ବେଳେ ତତ୍ପରତା ଦେଖାଇଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ଓ ବିଏମସି । ଏନେଇ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଡ୍ରେନ ଉପରେ ସ୍ଲାବ ପଡ଼ିବା କାର୍ଯ୍ୟ ଚାଲିଥିବା ବେଳେ ନାଳ ଓ ମହାନାଳକୁ ବ୍ୟାରିକେଡ଼ କରାଯାଉଛି । ଆସନ୍ତା ମାସକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ବିଏମସି କମିଶନର ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୁକୁଳା ଡ୍ରେନ ଉପରେ ବ୍ୟାରିକେଡ ହୋଇଯାଇଛି । ଏବେ ଆସ୍ଥାୟୀ ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ନିୟମିତ ବ୍ୟାରିକେଡ଼ ମଧ୍ୟ ହେବ । ଯେଉଁଠାରେ ସମ୍ଭବ ସେଠାରେ ନିୟମିତ ବ୍ୟାରିକେଡ଼ କରାଯିବ । ଯେଉଁଠି ଡ୍ରେନ ଉପରେ ସ୍ଲାବ ପଡିବା କଥା, ସେ ନେଇ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି । ପଦକ୍ଷେପ ମଧ୍ୟ ନେଇଛନ୍ତି । ବର୍ଷା ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୁଁ ଏହାର ସମୀକ୍ଷା କରିବି ।"

ସେପଟେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, "ବର୍ଷା ଆରମ୍ଭ ହୋଇଛି । ସହରରେ ଥିବା ତିନି ପ୍ରକାର ଡ୍ରେନର ସଫା କାର୍ଯ୍ୟ ଜାରୀ ରହିଛି । କିଛିର ସ୍ଲାବ ବାହାର କରି ସଫା କରୁଛୁ । ଆଉ କିଛି ସ୍ଥାନରେ ଡ୍ରେନ ମୁକୁଳା ରହିଛି । ସମ୍ପୂର୍ଣ୍ଣ ବନ୍ଦ କରି ଚ୍ୟାମ୍ବର ବସାଇ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ଲାଗି ପଦକ୍ଷେପ ନିଆଯାଉଛି । କାମ ଆରମ୍ଭ କରି ମାସକ ଭିତରେ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ମୁକୁଳା ଡ୍ରେନ ଉପରେ ସ୍ଲାବ ମାସକ ଓ ସପ୍ତାହକ ଭିତରେ ଡ୍ରେନ ବାରିକେଡ କାମ ସରିବ ।"

ବିଏମସି କମିଶନ ମଧ୍ୟ କହୁିଛନ୍ତି, "ଭୁବନେଶ୍ଵର ସହରରେ ମୋଟ 1800 କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ 1380 କିଲୋମିଟର ଡ୍ରେନ ଅଛି । ସେହିପରି 340 କିଲୋମିଟର PWD ପରିଚାଳିତ ଡ୍ରେନ ରହିଛି । 65 କିଲୋମିଟର ଜାତୀୟ ରାଜପଥ ପ୍ରାଧିକାରଣ ଅନ୍ତର୍ଗତ ରହିଛି । ଏହା ଭିତରୁ 27 କିଲୋମିଟର ମୁକୁଳା ଡ୍ରେନ ରହିଛି । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ଫଳରେ ବିଭିନ୍ନ ସମୟରେ ଏହା ଚୋକ ହୋଇଯାଉଛି । ଭବିଷ୍ୟତରେ ଏପରି ଯେମିତି ନହେବ ସେ ନେଇ ପଦକ୍ଷେପ ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଡ୍ରେନରେ ବୁଡି ନାବାଳକ ମୃତ୍ୟୁ ଘଟଣା, ସହକାରୀ ଯନ୍ତ୍ରୀ ନିଲମ୍ବିତ - BMC Assistant Engineer Suspended

ସେ ଆହୁରି ମଧ୍ୟ କହିଛନ୍ତି, "ବ୍ୟାରିକେଡ଼ ପାଇଁ 34ଟି ସ୍ଥାନ ଚିହ୍ନଟ ହୋଇଛି । ଏହାର କାମ ଆରମ୍ଭ ହୋଇଯାଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡ୍ରେନ ମଧ୍ୟ ଜବରଦଖଲ ହୋଇ ରହିଛି । କିଛି ସ୍ଥାନରେ ଡ୍ରେନ ସମ୍ପ୍ରସାରଣ ମଧ୍ୟ କରାଯାଉଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଛେଦ ପାଇଁ ପଦକ୍ଷେପ ନିଆଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.