ETV Bharat / state

କାର୍ତ୍ତିକରେ କନ୍ଦାଇଲାଣି ପିଆଜ, ବଜାର ଦର ଆକାଶ ଛୁଆଁ

କାର୍ତ୍ତିକ ମାସରେ ପିଆଜ ଦର ଆକାଶ ଛୁଆଁ । ଛତ୍ର ବଜାରରେ 60-65ରେ ବିକ୍ରି । ନାସିକକୁ ପିଆଜ ଆସିଲେ ଖସିବ ଦର । କହିଲେ ବ୍ୟବସାୟୀ ।

କାର୍ତ୍ତିକରେ କନ୍ଦାଇଲା ପିଆଜ
କାର୍ତ୍ତିକରେ କନ୍ଦାଇଲା ପିଆଜ (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 6:25 PM IST

Updated : Nov 13, 2024, 8:36 PM IST

କଟକ/ଭୁବନେଶ୍ବର: ଧର୍ମମାସ କାର୍ତ୍ତିକରେ କନ୍ଦାଇଲାଣି ପିଆଜ । ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ । ଏବେ ପଞ୍ଚୁକ ଚାଲିଥିବା ବେଳେ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ନିରାମିଷ ଭୋଜନ କିନ୍ତୁ ଏହା ସତ୍ତ୍ବେ ପିଆଜ ଓ ରସୁଣ ଆକାଶ ଛୁଆଁ ଦର ରହିଛି । ପିଆଜ ଓ ରସୁଣ ଗତ କିଛି ଦିନ ଧରି ଯେଉଁ ଭଳି ଉଚ୍ଚା ରହିଛି, ତାହା ଖାଉଟି ପକେଟକୁ ବାଧୁଛି । କଟକର ଛତ୍ର ବଜାରରେ ପିଆଜ କେଜି ପ୍ରତି ୬୦ରୁ ୬୫ ଟଙ୍କାରେ ଖୁଚୁରାରେ ବିକ୍ରି ହେଉଛି । ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି । ଯେମିତି ଦର ଖସିବାର ନାଁ ଧରୁନି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି ।

ଖସୁନି ରସୁଣ ଦର:

କାର୍ତ୍ତିକରେ କନ୍ଦାଇଲାଣି ପିଆଜ (ETV Bharat Odisha)

ରସୁଣ ଦର ପାଖାପାଖ ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ । ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି । ଏହାକୁ ନେଇ ଗ୍ରାହକ ଚିନ୍ତାରେ ଅଛନ୍ତି । ସେପଟେ ବ୍ୟବସାୟୀ କହିଛନ୍ତି ଏବେ କେବଳ ଆନ୍ଧ୍ର ପିଆଜ ବଜାରରେ ଉପଲବ୍ଧ ଥିବାରୁ ଦର ଉଚ୍ଚା ରହିଛି । କେବଳ ପିଆଜ ରସୁଣ ନୁହେଁ । ପରିବା ଦର ମଧ୍ୟ ଉଚ୍ଚା ରହୁଛି । ଯାହାର ପ୍ରଭାବ ହାଣ୍ଡିଶାଳରେ ପଡୁଛି ।

ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ଭରସା:

ପନିପରିବାକୁ ଛାଡି ଆଳୁ, ପିଆଜ, ରସୁଣକୁ ବାହାର ରାଜ୍ୟରୁ କିଣାଯାଇଥାଏ । ମୁଖ୍ୟତଃ ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ନିର୍ଭର କରିଥାଏ ଓଡ଼ିଶା l ଛତ୍ରବଜାରକୁ ଏହି ଦୁଇଟି ଅଞ୍ଚଳକୁ ପିଆଜ ଆସିଥାଏ । ଚଳିତବର୍ଷ ନାସିକରେ ବର୍ଷା ଅଧିକ ହୋଇଥିବାରୁ ସେଠାରେ ପିଆଜ ଦର ଉଚ୍ଚା ରହିଛି ।

ଆନ୍ଧ୍ରରୁ ଆସୁଥିବା ପିଆଜ ଦର କେଉଁଠି କେତେ ?

  • ଛତ୍ରବଜାରକୁ ଆନ୍ଧ୍ରରୁ ଆସୁଥିବା ପିଆଜ ଗୋଦାମରେ 55 ଟଙ୍କା
  • ଛତ୍ରବଜାରରେ 60 ଟଙ୍କା
  • କଟକର ବିଭିନ୍ନ ଅଞ୍ଚଳରେ 70 ଟଙ୍କାରେ ବିକ୍ରି ହେଉଛି

ନାସିକରୁ ଆସୁଥିବା ପିଆଜ ଦର କେଉଁଠି କେତେ ?

  • ନାସିକରୁ ଆସୁଥିବା ପିଆଜ ଗୋଦାମରେ 60ଟଙ୍କା
  • ଛତ୍ରବଜାରରେ 70ଟଙ୍କା
  • କଟକ ସହରରେ 75ରୁ 80 ଟଙ୍କାରେ ବିକ୍ରି ହେଉଛି

କଣ କହୁଛନ୍ତି ଗ୍ରାହକ ?
ସଞ୍ଜୟ ଦେବତା ନାମକ ଜଣେ ଗ୍ରାହକ କହିଛନ୍ତି, ‘ପିଆଜି କିଣିବାକୁ ଡର ଲାଗୁଛି । ଖାଇବା ତ ଦୂରର କଥା । କାର୍ତ୍ତିକ ମାସରେ ପିଆଜ ଦର 30ରୁ 40 ଟଙ୍କା ରୁହେ । ଏବେ କିନ୍ତୁ 60ରୁ 70ଟଙ୍କା ରହୁଛି । ଆମେ ଶୁଣିକି ପଳଉଛୁ । ଅଢେଇଶ(250ଗ୍ରାମ), ଅଧକେଜିରେ କାମ ଚଳଉଛୁ । କାର୍ତ୍ତିକ ମାସରେ 60 ହେଲାଣି ଦର କାର୍ତ୍ତିକ ପରେ ତ 100 ହେବ ଦର ।’

ଏହା ମଧ୍ୟ ପଢନ୍ତୁ:

ବାତ୍ୟା ଡରକୁ ବଢ଼ୁଛି ପରିବା ଦର, ଦାମ ଶୁଣି ଛାନିଆ ଖାଉଟି

ପରିବା ବଜାରରେ ନିଆଁ ! ବାତ୍ୟା ପାଇଁ ହଠାତ୍‌ ବଢ଼ିଗଲା ଦର, ବାପରେ କି ରେଟ୍‌

ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ - Vegetables Price Hike

କଣ କହୁଛନ୍ତି ବ୍ୟବସାୟୀ ?

ଏନେଇ ବ୍ୟବସାୟୀ କାଳନ୍ଦୀ ପରିଡା କହିଛନ୍ତି, ‘କାର୍ତ୍ତିକ ମାସ ପୂର୍ବରୁ 40 ରୁ 50 ଟଙ୍କା ଭିତରେ ଥିଲା । ଏବେ ପୁରୁଣା ପିଆଜ 65ଟଙ୍କା ହେଲାଣି । ଆଉ 15 ଦିନ ପର୍ଯ୍ୟନ୍ତ ଏଭଳି ରେଟ୍‌ ରହିବ ତା ପରେ କମିଯିବ । ନାସିକ ପିଆଜ ଆସିଲେ ଦର କମିଯିବ । ସେହିପରି ରସୁଣ ଦର ଅଛି, 300 ଟଙ୍କା 280 ଟଙ୍କା । ଏହି ବର୍ଷ ରସୁଣ ଦର ଅଧିକ ଉଚ୍ଚା ରହିଛି । 200 ତଳକୁ ରସୁଣ ନାହିଁ ।’

ପିଆଜ ଦରବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି । 45 ଟଙ୍କା କେଜି ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ବାହାରେ ଉଚ୍ଚ ଅଛି । ଆମର ଉତ୍ପାଦନ ଯେହେତୁ ନାହିଁ । ନାଫେଡ଼ ଜରିଆରେ ପିଆଜ କେଜି ପିଛା 30 ଟଙ୍କାରେ ବିକିବାକୁ କୁହାଯାଇଛି ।’

ଇଟିଭି ଭାରତ, କଟକ

Last Updated : Nov 13, 2024, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.