ETV Bharat / state

ବାଣ ଭିଡିବା ବେଳେ ଅଘଟଣ, ଜଣେ ଗୁରୁତର - Firecracker Explosion

Firecracker Explosion: ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣ ଏତେ ତୀବ୍ରତର ଥିଲା ଯେ ଉଡି ଯାଇଛି ଘର ଆଜବେଷ୍ଟ ଭାଙ୍ଗି ଯାଇଥିଲା କାନ୍ଥ । ଘଟଣାରେ ଜଣ ଗୁରୁତର ଆହତ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : May 10, 2024, 8:04 PM IST

Firecracker Explosion
Firecracker Explosion (ETV Bharat Odisha)

ଖୋର୍ଦ୍ଧା: ବିସ୍ପୋରଣର ଶଦ୍ଦରେ ଥରି ଉଠିଲା ଗାଁ । ଗାଁ ଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ସେହି ଭୟଙ୍କର ଶଦ୍ଦକୁ ଅନୁଭବ କରିଥିଲେ ଲୋକ। ତେବେ ଏହି ଶଦ୍ଦ ଥିଲା ବାଣ ବିସ୍ପୋରଣର । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମରେ ଆଜି ଅପରାହ୍ନ ସମୟରେ ଘଟିଛି ଏକ ବିସ୍ପୋରଣ । ବାଣ ଭିଡୁଥିବା ବେଳେ ଅଚାନକ ବିସ୍ପୋରଣ ଘଟି ଉଡି ଯାଇଛି ଘର ଆଜବେଷ୍ଟ ଭାଙ୍ଗି ଯାଇଥିଲା କାନ୍ଥ । ଏହି ବିସ୍ପୋରଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଜଣେ କୁନି ଝିଅ ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ଘଟଣା ସ୍ଥଳରେ ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ବିସ୍ପୋରଣ ପରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲଖନପୁର ଗ୍ରାମର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ଚାଲିଥିଲା ବେଆଇନ ବାଣ ଭିଡା କାମ । ତେବେ ବାଣ ଭିଡ଼ା ହେଉଥିବା ବେଳେ ହଠାତ୍‌ କୌଣସି କାରଣରୁ ବାଣରେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଭିଡା ହେଉଥିବା ଘରର ଆଜବେଷ୍ଟ ସମୂର୍ଣ୍ଣ ବିକ୍ଷିପ୍ତ ହୋଇ ଏଣେତେଣେ ପଡିଥିଲା । ଅନ୍ୟପଟେ ବାରୁଦ ଏବଂ ନିଆଁ ଛିଟିକି ପାଖରେ ଥିବା ଚାରି ପାଞ୍ଚଟି ପାଳଗଦାରେ ନିଆଁ ଲାଗିବା ସହିତ ଝାଟିରେ ନିଆଁ ଲାଗି ଯାଇଥିଲା । ତେବେ ବିସ୍ପୋରଣରେ ଗୌରାଙ୍ଗ ଅଧା ପୋଡି ଯାଇ ଗୁରୁତର ଆହାତ ହୋଇଛନ୍ତି । ତାଙ୍କର ଚିକିତ୍ସା କରିବା ପାଇଁ ତାଙ୍କୁ ଭୁବନେଶ୍ୱର ନିଆଯାଇ ଥିବା ସୂଚନା ମିଳିଛି । ଅନ୍ୟପଟେ ଜଣେ କୁନି ଝିଅ ମଧ୍ୟ ଏହି ବିସ୍ପୋରଣରେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଅଗ୍ନିକାଣ୍ଡରେ ପୋଡିଗଲା ୨୦ରୁ ଊର୍ଦ୍ଧ୍ବ ଘର, ସର୍ବସ୍ବାନ୍ତ ହୋଇଗଲେ ପରିବାର ଲୋକ - Fire Broke Out In Mayurbhanj

ଖବର ପାଇ ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ବାଘମାରୀ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିଲେ ଗ୍ରାମବାସୀ । ତେବେ ଲେଖନପୁର ଗ୍ରାମରେ ବାରମ୍ବାର ବାଣ ବିସ୍ପୋରଣ ଘଟି ଧନ ଜୀବନ କ୍ଷୟକ୍ଷତି ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଚେତା ଆସୁନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଜିର ଏହି ବାଣ ବିସ୍ପୋରଣରେ ଦାୟୀ କିଏ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ । ତେବେ କାହିଁକି ଏପରି ବାରମ୍ବାର ଘଟୁଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ ପ୍ରସାସନ ଏବଂ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବିସ୍ପୋରଣ ବିଷୟରେ ପୋଲିସ ମୁହଁ ଖୋଲୁନଥିବା ବେଳେ ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଚାଲିଥିବା ଜଣା ପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.