ETV Bharat / state

ସାନ୍ଦୁଲ ବ୍ୟାରେଜରୁ ଧସିଲା ମାଟି ଅତଡା, ଜଣେ ମୃତ

Landslide in Kalahandi: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସାଲେପାଲି ନିକଟସ୍ଥ ସାନ୍ଦୁଲ ବ୍ୟାରେଜରେ ସେଣ୍ଟ୍ରିଙ୍ଗ କାମ କରିବା ବେଳେ ଧସିଲା ମାଟି ଅତଡା । ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତ ଆହତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 28, 2024, 12:58 PM IST

Updated : Feb 28, 2024, 1:07 PM IST

Landslide in Kalahandi
Landslide in Kalahandi
landslide in kalahandi

ଭବାନୀପାଟଣା: ବ୍ୟାରେଜରେ ସେଣ୍ଟ୍ରିଙ୍ଗ କାମ କରିବା ବେଳେ ଧସିଲା ମାଟି ଅତଡା । ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସାଲେପାଲି ନିକଟସ୍ଥ ସାନ୍ଦୁଲ ବ୍ୟାରେଜରେ ଏଭଳି ଘଟଣା ଘଟିଛି । ତେବେ ମୃତ ଶ୍ରମିକ ଜଣକ ହେଲେ ମହାରାଷ୍ଟ୍ରର ବୁଲଦେନା ଜିଲ୍ଲାର ଧ୍ୟାନଭିତୋ କୁସଲକର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନ ସମୟରେ କଳାହାଣ୍ଡି ଗସ୍ତରେ ଆସି ମଦନପୁର ରାମପୁରଠାରେ ସାନ୍ଦୁଲ ବ୍ୟାରେଜ ନିର୍ମାଣ ନେଇ ଘୋଷଣା କରିଥିଲେ । ଏହି ବ୍ୟାରେଜ ଚାଷୀଙ୍କୁ ଜଳ ଯୋଗାଇବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯାହାକୁ ନେଇ କଳାହାଣ୍ଡି ଜିଲ୍ଲା ମଦନପୁର ନିକଟସ୍ଥ ସାନ୍ଦୁଲ ବ୍ୟାରେଜର ଅଧପନ୍ତରିଆ କାମକୁ ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକର ୨୯ଟି ଗାଁର ୧୨,୫୦୦ ଏକର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ । ପ୍ରାୟ ୨ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସାନ୍ଦୁଳ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ତେବେ ଏହି ବ୍ୟାରେଜ ତରବରିଆ ଭାବରେ ଉଦଘାଟନ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଗତକାଲି (ମଙ୍ଗଳବାର) ଅଧପନ୍ତରିଆ ସାନ୍ଦୁଲ ଵ୍ୟାରେଜରେ ଶ୍ରମିକମାନେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ହଠାତ୍ ମାଟି ଅତଡା ଖସି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ - ରଙ୍ଗମାଟି ଖୋଳିବା ବେଳେ ଖସିଲା ମାଟି ଅତଡା, ମହିଳା ମୃତ

ଏହା ମଧ୍ୟ ପଢନ୍ତୁ - ପାହାଡରୁ ରେଳ ଲାଇନକୁ ଖସିଲା ମାଟି ଅତଡା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଫଳରେ ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ସଂପୃକ୍ତ ଠିକା ସଂସ୍ଥା କର୍ମଚାରୀ ପହଞ୍ଚି ସମସ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କୁ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ଶ୍ରମିକଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Feb 28, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.