ETV Bharat / state

ଅର୍ଦ୍ଧନିର୍ମିତ ଫ୍ଲାଇଓଭର ଉପରୁ ଖସିଲା ବୋଲେରୋ: ଜଣେ ମୃତ, 10 ଆହତ - Sambalpur Road Accident

author img

By ETV Bharat Odisha Team

Published : Jun 3, 2024, 9:46 AM IST

Sambalpur Road Accident: ସମ୍ବଲପୁର ଝାଙ୍କରପାଲି ନିକଟରେ ସଡକ ଦୁର୍ଘଟଣା । ଅର୍ଦ୍ଧନିର୍ମିତ ବିଜ ଉପରୁ ତଳକୁ ଖସିଲା ବୋଲର । ଜଣେ ମୃତ, ୧୦ ଆହତ । ଅଧିକ ପଢନ୍ତୁ

Sambalpur Accident
Sambalpur Accident (ETV Bharat Odisha)

ସମ୍ବଲପୁର : ଅର୍ଦ୍ଧନିର୍ମିତ ଫ୍ଲାଇ ଓଭର ଉପରୁ ଖସିଲା ବୋଲେରୋ । ସମ୍ବଲପୁର ଜିଲ୍ଲାର ଝାଙ୍କରପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଜଣେ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରେଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି l ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି l ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବୋଲେରୋରେ ଥିବା ଯାତ୍ରୀମାନେ ଛତିଶଗଡରୁ ପୁରୀ ଯାଉଥିବା ନେଇ ସୂଚନା ରହିଛି ।

Sambalpur Accident (ETV Bharat Odisha)

ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁର-କଟକ 55 ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l 55 ନମ୍ବର ଜାତୀୟ ରାଜପଥରେ ହାତୀ କରିଡର ପାଇଁ ତିଆରି ହେଉଥିବା ଅଧ୍ୟନିର୍ମିତ ଫ୍ଲାଏଓଭର ଉପରୁ ଏକ ବୋଲେରୋ ଗାଡି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ସମ୍ବଲପୁର ପଟୁ କଟକ ଆଡକୁ ଗାଡିଟି ଯାଉଥିବା ବେଳେ ହାତୀ କରିଡର ପାଇଁ ନିର୍ମାଣ ହେଉଥିବା ଫ୍ଲାଇଓଭର ଉପରକୁ ଭୁଲରେ ଚାଲି ଯାଇଥିଲା l ଫଳରେ 200 ମିଟର ଯିବା ପରେ ଆଗକୁ ବ୍ରିଜର ଛାତ ପଡି ନଥିବାରୁ ଗାଡିଟି ତଳକୁ ଖସିପଡିଥିଲା ।

Sambalpur Accident
Sambalpur Accident (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଦୁଇ ମୃତ - Sundargarh Accident

ଏହାମଧ୍ୟ ପଢନ୍ତୁ.. ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ; ଜଣେ ଆହତ ଓ ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ - Bus Accident In KamakhyaNagar

Sambalpur Accident
Sambalpur Accident (ETV Bharat Odisha)

ବ୍ରିଜର ଓଭର ପାର୍ଶ୍ଵରେ ନୂତନ ପିଚୁ ପଡ଼ିଥିଲେ ମଧ୍ୟ ରାତିରେ କୌଣସି ସଂକେତ ସ୍ପଷ୍ଟ ଜଣା ପଡୁନଥିବା ସ୍ଥାନୀୟ ଲୋକେମାନେ କହିଛନ୍ତି l ଯାହାଫଳରେ ବୋଲେରୋ ଗାଡିଟି ଫ୍ଲାଇ ଓଭରକୁ ଚଢିଥିବା ବେଳେ ଆଗକୁ ରାସ୍ତା ନଥିବା ନେଇ ଡ୍ରାଇଭର ରାତିରେ ଅନ୍ଧାରରେ ଅନୁମାନ କରି ପାରିନଥିଲେ l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇ ବୁର୍ଲା ଭିମସାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଖାପାଖି 20 ଫୁଟ ଉପରୁ ଗାଡିଟି ଖସି ପଡିଥିବାରୁ ଚୁରମାର ହୋଇଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଜୁଜୁମୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନେ ଛତିଶଗଡରୁ ପୁରୀ ଯାଉଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.