ETV Bharat / state

ଦେହ ବ୍ୟବସାୟ ନିର୍ଯାତନା ସହି ନପାରି ହଙ୍ଗାମା, ନ୍ୟାୟ ନ ପାଇଁ ରାସ୍ତା ମଝିରେ ବାର ଗାର୍ଲ - Allegation Of Torture - ALLEGATION OF TORTURE

Allegation Of Torture :ରାଜଧାନୀରେ ଖୋଲିଲା ଡ୍ୟାନ୍ସ ବାରର ଗୁମର। ନ୍ୟାୟ ନ ପାଇଁ ରାସ୍ତା ମଝିରେ ବାର ଗାର୍ଲ । ଅଧିକ ପଢନ୍ତୁ

Allegation Of Torture
Allegation Of Torture (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 10:03 AM IST

Allegation Of Torture (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ଖୋଲିଲା ଡ୍ୟାନ୍ସ ବାରର ଗୁମର। ରାସ୍ତା ମଝିରେ ଯୁବତୀ ବଖାଣିଲେ ଅତ୍ୟାଚାରର ସତ। ଦେହ ଧନ୍ଦା ପାଇଁ ବାଧ୍ୟ କରାଯାଉଥିବାବେଳେ ନମାନିଲେ ନିର୍ଦ୍ଧୁମ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ନିର୍ଯାତନା ସହି ନପାରି ନିଜ ଜୀବନ ବଞ୍ଚାଇ ପଳାଇ ଆସିଥିବା କହିଛନ୍ତି ଯୁବତୀ । ଏପରିକି ଥାନାରେ ଅଭିଯୋଗ ନ ଶୁଣିବାରୁ ଶେଷରେ ସେ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି ।
ଲକ୍ଷ୍ମିସାଗର ଥାନା ସାମ୍ନାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ରାସ୍ତା ଉପରେ ବସି ନ୍ୟାୟ ପାଇ ଆକୁଳ ନିବେଦନ କରିଛନ୍ତି ଯୁବତୀ । ଥାନା ସାମ୍ନା ରାସ୍ତାରେ ବସି ଲୋକଙ୍କୁ କରିଛି ହାତଯୋଡି ଗୁହାରୀ ହୋଇଛନ୍ତି ସେ । ପାଖାପାଖି ଅଧଘଣ୍ଟା ଧରି ରାସ୍ତାରେ ବସି ଗୁହାରୀ କରିଥିଲେ ବି କେହି ଶୁଣିନାହାନ୍ତି ।

ଶେଷରେ ଲୋକ ଏକାଠି ହୋଇ ଭିଡ଼ ଜମିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ,ତାଙ୍କୁ ଜଣେ ଦଲାଲ ବାରରେ କାମ କରାଇବା ପାଇଁ ମୁମ୍ବାଇରୁ ଆଣିଥିଲେ। ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ଏକ ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ । ଅନ୍ୟ ବାର ଗାର୍ଲମାନେ ରହୁଥିବା ମେସରେ ତାଙ୍କୁ ରଖାଯାଇଥିଲା । ହେଲେ ଗୋଟିଏ ଦିନ ରହିବା ପରେ ତାଙ୍କ ସହ ଆରମ୍ଭ ହୋଇଥିଲା ଅତ୍ୟାଚାର । ଡ୍ୟାନ୍ସ ବାର ଆଳରେ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିଲା। ଏକଥା ଜାଣିବା ପରେ ସେ ମନା କରିଥିଲେ ଓ ବିରୋଧ କରିଥିଲେ। ହେଲେ ମେସ ରେ ରହୁଥିବା ଅନ୍ୟ ବାର ଗାର୍ଲ୍ ତାଙ୍କୁ ଏଠାରେ ଏଭଳି ହୋଇଥାଏ ବୋଲି କହି ଦେହ ବ୍ୟବସାୟ ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ପୁରୀ ରେଳୱେ ଷ୍ଟେସନରେ ସାଙ୍ଗକୁ ଛୁରି ମାଡ କଲା ସାଙ୍ଗ

ଯୁବତୀ ଜଣଙ୍କ ଅମଙ୍ଗ ହେବାରୁ ୫ରୁ ୬ଜଣ ବାର‌ଗାର୍ଲ ମିଶି ତାଙ୍କୁ ଅତ୍ୟାଚାର କରିଥିବା ସେ ଅଭିଯୋଗ ଆଣିଛନ୍ତି । ବାର ଗାର୍ଲ ଓ ଦଲାଲ ମିଶି ମାଡ଼ ମାରି ଲହୁ ଲୁହାଣ କରିଥିଲା। ଏହି ହଙ୍ଗାମା ପରେ ପୋଲିସକୁ ଫୋନ କରିବାରୁ ପିସିଆର ପହଞ୍ଚି ତାଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଉଦ୍ଧାର କରି ଆଣିଥିଲା। ହେଲେ ବାର ଗାର୍ଲ୍ ଜଣଙ୍କ ଥାନାରେ‌ ପହଞ୍ଚିବା ପରେ ପୋଲିସ ଅଭିଯୋଗ ଶୁଣି ନଥିବା ସେ କହିଛନ୍ତି। ତେବେ ଆପୋଷ ବୁଝାମଣା ପରେ‌ ତାଙ୍କୁ ଘରେ ଛାଡି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.