ETV Bharat / state

ଆଶ୍ରୟସ୍ଥଳୀରୁ ବାହାର କରିଦେଲେ ! ରାସ୍ତାକଡ ଗଛ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି - Elderly Couple Neglected

author img

By ETV Bharat Odisha Team

Published : Jun 10, 2024, 9:31 PM IST

Elderly Couple Neglected: ବିଏମସି ବାସହୀନ ଆଶ୍ରୟସ୍ଥଳରୁ ବୃଦ୍ଧ ଦମ୍ପତିଙ୍କୁ ଜବରଦସ୍ତ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି । ଆଶ୍ରୟସ୍ଥଳୀରୁ ବାହାରି ଗଛ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି । ଅଧିକ ପଢ଼ନ୍ତୁ

Elderly Couple Neglected
Elderly Couple Neglected (ETV Bharat Odisha)

ଭୁବନେଶ୍ବର: ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି । ଏତିକି ବେଳେ ଡହଡହ ଖରାରେ ରାସ୍ତା କଡରେ ଶୋଇଛନ୍ତି ଜଣେ ବୃଦ୍ଧ । ଆଉ ମୁଣ୍ଡ ପାଖରେ ବସି ରହି ବୃଦ୍ଧ ଜଣଙ୍କୁ ଜଗି ରହିଛନ୍ତି ତାଙ୍କ ପତ୍ନୀ । ଏ ଦୃଶ୍ୟ ଆଉ କୋଉଠି ନୁହେଁ ବରଂ ଖୋଦ ଭୁବନେଶ୍ବରରେ । ରାଜଧାନୀ ଛାତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଏମାନଙ୍କ ପାଖରେ ଛାତ ନାହିଁ । ବିଏମସି ବାସହୀନଙ୍କ ଆଶ୍ରୟସ୍ଥଳରେ ଏହି ଦମ୍ପତି ଆଶ୍ରୟ ନେଇଥିଲେ । ହେଲେ ସେଠାରୁ ସେମାନଙ୍କୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି ।

ଅବହେଳିତ ବୃଦ୍ଧ ଦମ୍ପତ୍ତି (ETV Bharat Odisha)
ସୂଚନା ଅନୁସାରେ, ବଲାଙ୍ଗୀର ଶାସ୍ତ୍ରୀନଗରର ରାମ ନାୟକ ଓ ତପସ୍ବିନୀ ନାୟକ । ନିଜର 3 ପୁଅଙ୍କୁ ହରାଇବା ପରେ ଏଣେତେଣେ ବୁଲୁଥିବା ବେଳେ ଦେଢ଼ ବର୍ଷ ତଳେ ଭୁବନେଶ୍ବର ଘାଟିକିଆ ବିଏମସି ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରା ପାଇଥିଲେ । ହେଲେ ଏବେ କିନ୍ତୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଏହି ଦମ୍ପତି । ସେମାନଙ୍କ ସହ ଖରାପ ବ୍ୟବହାର କରିବା ସହ ଖାଇବା ପିଇବାରେ ମଧ୍ୟ ପାତର ଅନ୍ତର କରାଯାଉଛି । ଏପରିକି ସମାଜସେବୀମାନେ ଦେଉଥିବା ଖାଇବା ଓ ଅନ୍ୟ ଜିନିଷକୁ ବି ଆଶ୍ରୟସ୍ଥଳୀ ଦାୟିତ୍ବରେ ଥିବା କର୍ମଚାରୀ ହଡ଼ପ କରିଦେଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ କିଛି ଦିନ ହେବ ନିଜ ସ୍ବାମୀଙ୍କ ପାଇଁ ଔଷଧ କିଣିବାକୁ ବାହାରେ ଆସି ବାସନ ମାଜୁଥିଲେ ତପସ୍ବିନୀ । କେବଳ ସେତିକି ନୁହେଁ ବାହାରେ କାମ କରି ଆଣିଥିବା ଟଙ୍କାକୁ ମଧ୍ୟ ତପସ୍ବିନୀଙ୍କୁ ମାଗୁଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେଠାରେ କର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀଙ୍କ ସହ ଜଣେ ସୁରକ୍ଷା କର୍ମୀ ଅନେକ ସମୟେର ସେମାନଙ୍କୁ ଅପମାନଜନକ କଥା କହିଛନ୍ତି । ଏପରିକି ସେଠାକୁ ଆସୁଥିବା ଖାଦ୍ୟକୁ ମଧ୍ୟ ବାହାରେ ବିକ୍ରି କରିଦେଉଥିବା ସହ ଫ୍ୟାନ ଥାଇ ମଧ୍ୟ ଆଶ୍ରିତ ଲୋକଙ୍କ ପାଇଁ ବ୍ୟବହାର କରୁନଥିବା ଅଭିଯୋଗ ଆଣିଛନ୍ତି ।ଅନ୍ୟପଟେ ଏଭଳି ଖବର ପାଇ ସହଯୋଗ ପାଇ ଧାଇଁ ଆସିଥିଲେ କିଛି ହୃଦୟବାନ ଲୋକ । ବୃଦ୍ଧ ଦମ୍ପତିଙ୍କ ସହ ଏପରି ବାରମ୍ବାର ଅତ୍ୟାଚାର ହେଉଛି । କିନ୍ତୁ ଏନେଇ ଦାୟିତ୍ବରେ ଥିବା ସରକାରୀ ବାସହୀନ‌ ଆଶ୍ରୟସ୍ଥଳୀର କର୍ତ୍ତୃପକ୍ଷ କୌଣସି ଦୃଷ୍ଟାନ୍ତ ପଦକ୍ଷେପ ନେଉନାହାନ୍ତି । ସରକାରୀ ସଂସ୍ଥା ପରିଚାଳିତ ଯୋଗୁଁ ଦେଖି ଅଣଦେଖା କରିବା ଭଳି ସ୍ଥିତିରେ ଚାଲୁଛି । ଏପରି ବୁଝାସୁଝା କରୁଥିବା ଲୋକଙ୍କ ସମ୍ପର୍କରେ ମଧ୍ୟ ନିୟମିତ ଯାଞ୍ଚ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ସମାଜସେବୀ । ସେପଟେ ଏନେଇ ଏଭଳି ଅବହେଳାର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଦାୟିତ୍ବରେ ଥିବା ଆଶ୍ରୟସ୍ଥଳୀର କର୍ମଚାରୀ । ସେ କହିଛନ୍ତି ଯେ, ଏହି ଦମ୍ପତିଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ହୋଇନାହିଁ ‌। ବୁଝାମଣା ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଏଠାରେ ସମସ୍ୟା ହେଲେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତି ନେବେ ।ଏହା ମଧ୍ୟ ପଢ଼ନ୍ତୁ...ନିରାଶ୍ରୟାଙ୍କୁ ଆଶ୍ରୟ ଦେଉଛି ଆନନ୍ଦାଶ୍ରମ, ଅନ୍ତେବାସୀଙ୍କ ଆଶାବାଡି ପାଲଟିଛନ୍ତି ସେବତୀ

ତେବେ ସହରରେ ବାସହୀନ ଓ ବେସାହାରାଙ୍କୁ ଏଣେତେଣେ ନ ବୁଲି ରହିବା ପାଇଁ ସରକାରୀ ପକ୍ଷରୁ ସହରାଞ୍ଚଳ ଆଶ୍ରୟସ୍ଥଳୀ କରାଯାଇଛି । ଯେଉଁଠି ଦୁଇ ଥର ଖାଦ୍ୟ ଦିଆଯିବା ସହ ରହିବା ପାଇଁ ମଧ୍ୟ ସୁବିଧା ରହିଛି । ହେଲେ ଏହି ଆଶ୍ରୟସ୍ଥଳି କିପରି ଚାଲିଛି ସେନେଇ BMC ପକ୍ଷରୁ ଯାଞ୍ଚ ହେବା ନିହାତି ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.