ETV Bharat / state

୮୦,୧୨୫ କୋଟିର ୭ ବୃହତ ପ୍ରକଳ୍ପକୁ HLCର ମଞ୍ଜୁରୀ, ୨୪,୫୫୨ଙ୍କୁ ନିଯୁକ୍ତି ସୁଯୋଗ - High Level Clearance Authority

HLC Authority Approves 7 Industrial Projects: ରାଜ୍ୟରେ ୮୦,୧୨୫.୮୦କୋଟି ଟଙ୍କାର ୭ଟି ବୃହତ ପ୍ରକଳ୍ପକୁ ଏଚଏଲସିଏଙ୍କ ମଞ୍ଜୁରୀ । ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଏହି ପ୍ରକଳ୍ପ ସ୍ଥାପନ ହେବ । ଅଧିକ ପଢନ୍ତୁ

High Level Clearance Authority
High Level Clearance Authority
author img

By ETV Bharat Odisha Team

Published : Mar 8, 2024, 9:10 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବା ଏଚଏଲସିଙ୍କ ବୈଠକ । ବୈଠକରେ ୮୦,୧୨୫.୮୦କୋଟି ଟଙ୍କାର ୭ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଏହି ପ୍ରକଳ୍ପ ସ୍ଥାପନ ହେବ । ଏହାଦ୍ୱାରା ପ୍ରାୟ ୨୪,୫୫୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗ୍ରୀନ ଏନର୍ଜି, ଫାର୍ମାସ୍ୟୁଟିକାଲ, କେମିକାଲ ଓ ଇସ୍ପାତ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀନ ଏନର୍ଜି ଉପକରଣ ନିର୍ମାଣ ପାଇଁ ୩୫,୬୦୦ କୋଟି ଟଙ୍କା ନିବେଶ କରିବ ଏସିଏମଇ ଗ୍ରୀନଟେକ ଉର୍ଜା ପ୍ରାଇଭେଟ ଲିମିଟେଡ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୬,୨୭୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ଆକ୍ସନ ଇସ୍ପାତ ଝାରସୁଗୁଡାରେ ନିଜର ଇସ୍ପାତ ପ୍ଲାଣ୍ଟ ଉତ୍ପାଦନ କ୍ଷମତାକୁ ବାର୍ଷିକ ସାଢ଼େ ୭ ନିୟୁତ ଟନକୁ ବୃଦ୍ଧି କରିବ । ଏହାସହ ଅନ୍ୟାନ୍ୟ ସୁବିଧା ପାଇଁ ୨୧ ହଜାର କୋଟି ଟଙ୍କା ବିନିଯୋଗ କରିବ । ଏଥିରେ ଅତିରିକ୍ତ ୧୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଗୋପାଳପୁରର ଟାଟା ଏସଇଜେଡରେ ଗ୍ରାନଉଲସ ଲାଇଫ ସାଇନ୍ସ ଓ ଗ୍ରାନଉଲସ କେଜ୍ରୋ ପ୍ରାଃ ଲିମିଟେଡ ଯଥାକ୍ରମେ ୧୧୦୦ କୋଟି ଓ ୨ ହଜାର କୋଟି ଟଙ୍କା ନିବେଶ କରିବେ । ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଏହି ନିବେଶ ହେବ । ଏହା ଦ୍ୱାରା ପ୍ରାୟ ୨୪୮୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଏହା ମଧ୍ୟ ପଢନ୍ତୁ-ନର୍ଲାରେ ହେବ ରେଳଡବା ମରାମତି କାରଖାନା, ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଜଗତସିଂହପୁର ଜିଲ୍ଲାରେ ଗ୍ରୀନ ହାଇଡ୍ରୋଜେନ ଆଣ୍ଡ ଗ୍ରୀନ ଆମୋନିଆ କ୍ଷେତ୍ରରେ ୧୨୪୮୦ କୋଟି ଟଙ୍କା ନିବେଶ ହେବ । ୱାରି କ୍ଲିନ ଏନର୍ଜି ସଲ୍ୟୁସନ ପ୍ରାଃ ଲିମିଟେଡ ବାର୍ଷିକ ୧.୨୦ ମେଟ୍ରିନ ଟନ ଗ୍ରୀନ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ୩୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଭଦ୍ରକର ଧାମରାରେ ଓଏଫବି ଟେକ ପ୍ରାଇଭେଟ ଲିମିଟେଡ ୧୬୧୫ କୋଟି ଟଙ୍କା କେମିକାଲ କ୍ଷେତ୍ରରେ ବିନିଯୋଗ କରିବ । ଏହି ପ୍ରକଳ୍ପ ସ୍ଥାପନ ହେବା ଦ୍ୱାରା ୧୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଗୋପାଳପୁରରେ ଟାଟା ଏସଇଜେଡ ପରିସରରେ ଇଜି ସୋଲୱିନ ହାଇବ୍ରିଡ ପ୍ରାଇଭେଟ ଲିମିଟେଡ ବାର୍ଷିକ ୦.୩୦ ମେଟ୍ରିକ ଟନ ଗ୍ରୀନ ଆମୋନିଆ ପ୍ଲାଣ୍ଟ ସ୍ଥାପନ ହେବ । ଏଥିନିମନ୍ତେ ସଂସ୍ଥା ୬୩୩୦ କୋଟି ଟଙ୍କା ବ୍ୟୟ କରିବ । ଏଥିରେ ୧୦୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.