ETV Bharat / state

ଜଳ ସଂରକ୍ଷଣ ଓ ପରିଚାଳନାରେ ସବୁ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

ଜଳ ସଂରକ୍ଷଣକୁ ନେଇ ସମସ୍ତ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା । ଜାତୀୟ ଜଳ ପୁରସ୍କାର ତାଲିକାରେ ଏକ ନମ୍ବର ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର ।

5TH NATIONAL WATER AWARDS
5TH NATIONAL WATER AWARDS (ETV Bharat Odisha)
author img

By ETV Bharat Odisha Team

Published : Oct 16, 2024, 7:06 AM IST

ଭୁବନେଶ୍ବର: ଜାତୀୟ ଜଳ ପୁରସ୍କାର ଘୋଷଣା । ଶ୍ରେଷ୍ଠ ରାଜ୍ୟ ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗୀର ମନୋନୀତ । ୨୨ ତାରିଖରେ ଦିଲ୍ଲୀ ବିଜ୍ଞାନ ଭବନରେ ମିଳିବ ପୁରସ୍କାର । ଜାତୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରିବା ପରେ ଓଡିଶା ପାଇଁ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି।କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କରାଯାଇଛି ।

ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାମ କରୁଥିବା ଯୋଗୁଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ମିଳିଛି । ସେହିପରି ବଲାଙ୍ଗୀରକୁ ଶ୍ରେଷ୍ଠ ଜିଲ୍ଲା, ପୁରୀକୁ ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ଓ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି । ଏହି ୪ ବର୍ଗରେ ଓଡ଼ିଶା ଜାତୀୟ ଜଳ ପୁରସ୍କାର ପାଇବ । ଆସନ୍ତା ୨୨ ତାରିଖରେ ଦିଲ୍ଲୀ ବିଜ୍ଞାନ ଭବନରେ ରାଜ୍ୟକୁ ପୁରସ୍କୃତ କରାଯିବ । ଶ୍ରେଷ୍ଠ ରାଜ୍ୟ ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର ଜାତୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

5TH NATIONAL WATER AWARDS (ETV Bharat Odisha)
‘ସୁପରିଚାଳନା ନେଇ ଓଡିଶାକୁ ଏଭଳି ପୁରସ୍କାର’

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ଖୁସିବ୍ୟକ୍ତ କରିବା ସହ ETV Bharatକୁ କହିଛନ୍ତି,"ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ପଞ୍ଚମ ଜାତୀୟ ଜଳ ପୁରସ୍କାର ରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହା ଆମ ପାଇଁ ଅତ୍ୟନ୍ତ ଖୁସି ଆଉ ଆନନ୍ଦର ବିଷୟ । ଜଳ ସମ୍ପଦ ସଂରକ୍ଷଣ ତଥା ଜଳ ସୁପରିଚାଳନା ନେଇ ଓଡିଶାକୁ ଏଭଳି ପୁରସ୍କାର ମିଳିଛି । 22 ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ଏହି ଆୱାର୍ଡ ପ୍ରଦାନ କରିବେ । ବଲାଙ୍ଗୀର ଏବଂ ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ଆୱାର୍ଡ ମିଳିବ । "

ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ଏହି ପୁରସ୍କାର ମିଳିବ । ବିଭିନ୍ନ କ୍ଷେତ୍ରରେ ଯଥା ମେଜର ,ମିଡିୟମ, ମାଇନର ଉଠା ଜଳ ସେଚନ ,ମେଗା ଉଠା ଜଳ ସେଚନ ,ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ,ବୈତରଣୀ ବାମ ପାର୍ଶ୍ଵ, ହରଭଙ୍ଗା ମଧ୍ୟମ ଜଳ ପ୍ରକଳ୍ପ ସମ୍ପ୍ରସାରଣ ,59 ଟି ମେଗା ଲିଫ୍ଟ ପ୍ରକଳ୍ପ ଭଳି ବହୁ କାର୍ଯ୍ୟ ସମ୍ପାଦନ କରି 2 ଲକ୍ଷ 21 ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚିତ ସୁବିଧା କରିଛୁ । ସେହିପରି 144 ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ପୁନରୁଦ୍ଧାର,317 ଚେକ ଡ୍ୟାମର କର୍ଯ୍ୟ, ଅମୃତ ସରୋବର ଯୋଜନାରେ 2385 ପୋଖରୀ ପୁନରୁଦ୍ଧାର କରାଯାଇଛି । ଜଳ ସଂରକ୍ଷଣ କ୍ଷେତ୍ରରେ 22777 ଟି ପ୍ରକଳ୍ପ ଦ୍ବାରା 369 ମିଲିୟନ କ୍ୟୁବିକ ମିଟର ଜଳ ସଂରକ୍ଷିତ କରାଯାଇ ପାରିଛି । ଭୂତଳ ଜଳ ,କାଡା ନାଳୀ ,6ଟି ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି । 200 କିମି ଲୁଣା ବନ୍ଧ କାର୍ଯ୍ୟ କରାଯାଉଛି । ଜଳଶକ୍ତି ଅଭିଯାନ ହାତକୁ ନାଇଯାଉଛି ।

ଏହା ମଧ୍ୟ ପଢନ୍ତୁ ...ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ......ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଏକ ନମ୍ବର, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର, ମିଳିବ ଜାତୀୟ ଜଳ ପୁରସ୍କାର

ଜଳ ଶକ୍ତି ବିଭାଗରେ ଥିବା ନଦୀ ଉନ୍ନୟନ, ଜଳ ସମ୍ପଦ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ,ଶ୍ରେଷ୍ଠ ଗ୍ରାମପଞ୍ଚାୟତ,ଟପ ଅର୍ବାନ ଲୋକାଲ ବଡି,ଟପ ୟୁନିଭରସିଟି ,କଲେଜ ଭଳି ପ୍ରାୟ 9 ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । 2023 ଜାତୀୟ ଜଳ ପୁରସ୍କାର 38 ଜଣ ବିଜେତା ଙ୍କ ନାମ ଘୋଷଣା କରିଛି । ଓଡିଶା ପ୍ରଥମ ରାଜ୍ୟ ଭାବେ ପୁରସ୍କୃତ ହୋଇଛି । ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ,ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ,ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ବିଜେତାଙ୍କୁ ନଗଦ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.