ETV Bharat / state

୨୦ ତାରିଖ ଯାଏଁ ପ୍ରବଳ ବର୍ଷା ! ଆଜି ଏହି ୧୨ ଜିଲ୍ଲାକୁ ଆଲର୍ଟ ଜାରି - Heavy rainfall in Odisha

author img

By ETV Bharat Odisha Team

Published : Aug 18, 2024, 12:48 PM IST

Updated : Aug 18, 2024, 4:38 PM IST

Heavy rainfall in Odisha: ସକ୍ରିୟ ଲଘୁଚାପ ପ୍ରଭାବରେ ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସେହି ସବୁ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ! ଏହି ୬ ଜିଲ୍ଲାକୁ ୟେଲୋ ଆଲର୍ଟ
ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ! ଏହି ୬ ଜିଲ୍ଲାକୁ ୟେଲୋ ଆଲର୍ଟ (ETV Bharat Odisha)

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୁଦୃଶ ଲଘୁଚାପ ଏବେ ସକ୍ରିୟ ରହିଛି । ଏହା ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୱେଲ-ମାର୍କଡ ଲୋ-ପ୍ରସରର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ,କେନ୍ଦୁଝର, ସୁନ୍ଦରଗଡ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ,କୋରାପୁଟ ଓ କଳାହାଣ୍ଡି । ପାଣିପାଗ ବିଭାଗ ପକ୍ଷରୁ ଏହି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୦ ତାରିଖ ଯାଏଁ ପ୍ରବଳ ବର୍ଷା (ETV Bharat Odisha)
  • ୩ ଦିନ ଏହିସବୁ ଜିଲ୍ଲାରେ କାଚିବ:

ସକ୍ରିୟ ଲଘୁଚାପ ପ୍ରଭାବରେ ୧୯ ତାରିଖରେ (ସୋମବାର) ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୧ରୁ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଗତକାଲି (ଶନିବାର) ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ବିଲରେ ଚାଷ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ବର୍ତ୍ତମାନ ଚାଷ କାର୍ଯ୍ୟ ସମୟ ହୋଇଥିବାରୁ ଚାଷୀମାନେ କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହେଉଛନ୍ତି । ବର୍ଷା ହେବା କ୍ଷଣି ଆକାଶରୁ ଖସୁଛି ମୃତ୍ୟୁ । ଏହି ବଜ୍ରପାତ ଜନିତ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ତେବେ ଚଳିତ ମୌସୁମୀରେ ୭୬୦.୦ ମିମି ବର୍ଷା ହେବା କଥା । ମାତ୍ର ଜୁନ ପହିଲାରୁ ରାଜ୍ୟରେ ଅଦ୍ୟାବଧି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବଜ୍ରପାତ ନେଲା 9 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan Announces Compensation

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2024, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.