ETV Bharat / state

ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ କଲା ପାଣିପାଗ ବିଭାଗ, ଏଲୋ ଓ୍ବାର୍ଣ୍ଣିଂ ଜାରି - Heavy rain alert to 5 districts

author img

By ETV Bharat Odisha Team

Published : Aug 19, 2024, 9:49 AM IST

Updated : Aug 19, 2024, 2:17 PM IST

Odisha Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ସଦୃଶ ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ପୂର୍ବାନୁମାନ । ଆଜି 5 ଜିଲ୍ଲାକୁ ଏଲୋ ଓ୍ବାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ

Odisha Weather Update
Odisha Weather Update (ETV BHARAT ODISHA)

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି । ଆଜି ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୱେଲ-ମାର୍କଡ ଲୋ-ପ୍ରେସର ବା ସଦୃଶ ଲଘୁଚାପ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି 5 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ସ୍ଥାନରେ 70ରୁ 110 ମି.ମି ବର୍ଷା ହୋଇପାରେ ।

  • କାଲି ମଧ୍ୟ ବର୍ଷିବ:

ଆଜି 5 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ମଧ୍ୟ ବର୍ଷାର ପରିମାଣ ଅଧିକ ହେବ । ଆସନ୍ତାକାଲି (ମଙ୍ଗଳବାର) ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ତାରିଖରୁ କ୍ରମଶଃ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ କମିବ ବର୍ଷା; ଏହି ଦିନଠାରୁ ପୁଣି ପ୍ରବଳ ବର୍ଷିବ - Rain In Odisha

  • ୱେଲ-ମାର୍କଡ ଲୋ-ପ୍ରେସରର ରୂପ ନେବ ଲଘୁଚାପ:

ଘୂର୍ଣ୍ଣିବଳୟ ପ୍ରଭାବରେ ଗତ 16 ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିଥିଲା । ଆଜି ଏହା ଅଧିକ ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

  • ଏଥର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ପହିଲାରୁ ଏପର୍ଯ୍ୟନ୍ତ 680.5 ମିମି ବର୍ଷା ରେକର୍ଡ ହୋଇଛି । ଏବେ ରାଜ୍ୟରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ରହିଛି । ସ୍ୱାଭାବିକ ଭାବେ ୭୬୦.୦ ମି.ମି ବର୍ଷା ହେବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 19, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.