ETV Bharat / state

ରାଜ୍ୟରେ ଜାରି ରହିଛି ବର୍ଷା, ହେଲେ ମିଳିବନି ଗୁଳୁଗୁଳିରୁ ଆଶ୍ବସ୍ତି - Odisha Weather Update

author img

By ETV Bharat Odisha Team

Published : Jun 18, 2024, 9:05 PM IST

Odisha Weather Update: ରାଜ୍ୟରେ ହୋଇଛି ବର୍ଷାର ଆଗମନ। ତେବେ ଆଗାମୀ ଦିନରେ ବର୍ଷା ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗର କଣ ରହିଛି ପୂର୍ବାନୁମାନ ଆସନ୍ତୁ ଜାଣିବା ।

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଛି ପାଗର ମିଜାଜ। ରାଜଧାନୀରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଅସହ୍ୟ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ନିସ୍ତାର। ସେପଟେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ଥିବା ସୀଚନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୨୦ ତାରିଖରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ହେଲେ ଆଗାମୀ ତିନିଦିନରେ ଗୁଳୁଗୁଳି ବଢିବାର ସମ୍ଭାବନା ରହିଥିବାରୁ ପାଣିପାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ,ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋବାର ସମ୍ଭାବନା ରହିଛି। ଅନ୍ୟପଟେ ସେହି ଅଞ୍ଚଳରେ ପବନର ବେଗ ୩୦ରୁ ୪୦ କିମି ରହିବା ସମ୍ଭାବନା ରହିଛି । ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ଆଗାମୀ ତିନିଦିନ ଯାଏ ଉପକୂଳରେ ପ୍ରବଳ ଗୁଳୁଗୁଳି ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିଥିବା ବେଳେ ଉପକୂଳ ଓଡ଼ିଶା ଅର୍ଥାତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଆସୁଛି ବର୍ଷା, ଏସବୁ ଜିଲ୍ଲାରେ ପ୍ରବଳ ଛେଚିବ - Odisha Weather

ଅନ୍ୟପଟେ ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ହୋଇପାରେ ଲଘୁଚାପ ଯାହା ପାଇଁ ବଢିପାରେ ବର୍ଷାର ପରିମାଣ । ସେପଟେ ଆଗାମୀ ୪ ଦିନ ଭିତରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ଅନୁକୂଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟକୁ ଛୁଇଁଥିବା ବେଳେ, ୪ ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ । ଜୁନ ୮ରୁ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତକୁ ଛୁଇଁଥିଲେ ବି, ୧୦ ଦିନ ହେଲା ତାହା ଆଉ ଆଗେଇବାର ନାଁ ଧରୁନାହିଁ । ଗତ ୨୪ ଘଣ୍ଟାରେ ଗରମ ସହ ଗୁଳୁଗୁଳି ରହିଥିବା ବେଳେ ବାରିପଦାରେ ସର୍ବାଧିକ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରର ଝରି ଗାଁରେ ସର୍ବାଧିକ ୪୨.୧ ମିମି ବର୍ଷ ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.