ETV Bharat / state

ଫେରିଯିବ ମୌସୁମୀ, ପୂଜାକୁ ଫିକା କରିବ ବର୍ଷା ନା କଲବଲ କରିବ ତାତି ?

ମୌସୁମି ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ତେବେ ଦଶହରାରେ ବର୍ଷା ପାଇଁ ପୂଜା ଫିକା ପଡ଼ିବ ନା ଗରମ ଅନୁଭୂତ ହେବ, ଜାଣନ୍ତୁ ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମେଘୁଆ ପାଗ ସହ କାଁ ଭାଁ ବର୍ଷା ସମ୍ଭାବନା । କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ସୂଚନା ଅନୁସାରେ,"ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ ।"

ମିଶ୍ରିତ ପାଗ:

ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପୂର୍ବାହ୍ନରେ ପ୍ରଚଣ୍ଡ ଖରା ଏବଂ ଅପରାହ୍ନରେ ବଜ୍ରପାତ ଜନିତ ବର୍ଷା ଅନୁଭୂତ ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ୨ଟି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରଚୁର ପରିମାଣର ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହି ଦୁଇଟି ନିୟାମକ ପରସ୍ପର ପ୍ରତିକ୍ରିୟାଶୀଳ ହୋଇ ଆକସ୍ମିକ ଭାବରେ ଘଡଘଡି ବିଜୁଳି ସହ ବର୍ଷା କରାଇବାରେ ସହାୟକ ହେଉଛି । ରାଜ୍ୟରେ କାଁ ଭାଁ ବର୍ଷାର ସମ୍ଭାବନା ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ।

Odisha Weather Update
Odisha Weather Update (IMD)

ଏହା ବି ପଢନ୍ତୁ...୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ, ଦଶହରାରେ କେମିତି ରହିବ ପାଗ ?

ଏହା ମଧ୍ୟ ପଢ଼ନ୍ତୁ...୧୧ରୁ ବଢ଼ିବ ବର୍ଷା, ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଏହି ଦିନ ସାରା ଓଡ଼ିଶାରେ ବର୍ଷିବ - Odisha Weather Latest Update

ଫେରିଯିବ ମୌସୁମୀ:

Odisha Weather Update
Odisha Weather Update (IMD)

ସେହିପରି "ଦକ୍ଷିଣ ଓଡ଼ିଶାରେ ମାଲକାନଗିରି, ରାୟଗଡା, କୋରାପୁଟ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ବର୍ତ୍ତମାନ ସୁଦ୍ଧା କୌଣସି ସତର୍କ ସୂଚନା ନାହିଁ। ଆସନ୍ତାକାଲି ପରଠୁ ଆରମ୍ଭ କରି 17/18 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ଜିଲ୍ଲାମାନଙ୍କରେ ପାଗ ଶୁଷ୍କ ରହିବାର ସମ୍ଭାବନା ଅଛି। ଏହାସହ ଦିନ ତାପମାତ୍ରାରେ ବୃଦ୍ଧି ଓ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ପାଗ ଶୁଖିଲା ସହ କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ତେବେ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ସର୍ବାଧିକ ୪୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି" ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ କ୍ଷୀରୋଦ ବଳ ।

Odisha Weather Update
Odisha Weather Update (IMD)

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.