ETV Bharat / state

ସଡକ ଦୁର୍ଘଟଣା ରୋକିବାକୁ ବଡ଼ ପ୍ରୟାସ, ଅମାନିଆଙ୍କ ପାଇଁ ରାସ୍ତାରେ ଜଗିଛି ରାଡାର - Radar Surveillance System - RADAR SURVEILLANCE SYSTEM

Radar Surveillance System: ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାଆନ୍ତୁ ସାବଧାନ । ଏଥର ଆରମ୍ଭ ହୋଇଛି ରାଡାର ଟ୍ରାକିଂ । ଅଧିକ ପଢନ୍ତୁ

Radar Surveillance System
Radar Surveillance System (ETV Bharat Odisha)
author img

By ETV Bharat Odisha Team

Published : Jul 8, 2024, 8:50 PM IST

ଭୁବନେଶ୍ବର: ରାଜ୍ୟରେ ସଡକ ଦୁର୍ଘଟଣା କ୍ଷେତ୍ରରେ ବଡ଼ ପଦକ୍ଷେପ । NH (ଜାତୀୟ ରାଜପଥ) ଓ SH(ରାଜ୍ୟ ରାଜପଥ) କଡ଼ରେ ଆରମ୍ଭ ହୋଇଛି ରାଡାର ଟ୍ରାକିଂ । ଏଥିପାଇଁ ନୂତନ IEMS ସିଷ୍ଟମର ଶୁଭାରମ୍ଭ କରିଛି ପରିବହନ ବିଭାଗ । ଏହାସହ ଦୁର୍ଘଟଣା ରୋକିବା କ୍ଷେତ୍ରରେ ଉଲ୍ଲଙ୍ଘନକାରୀଙ୍କୁ ଜଗିବାକୁ ୭ଟି ସ୍ଥାନରେ ଚାଲୁ ହୋଇଛି ଏହି ରାଡାର ଟ୍ରାକିଂ ସିଷ୍ଟମ । ଏଥର ଅମାନିଆଙ୍କ ପାଇଁ ସୃଷ୍ଟି ହେବନି ଦୁର୍ଘଟଣା ଜନିତ ସମସ୍ୟା । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ରାଡାର ଟ୍ରାକିଂ ସିଷ୍ଟମ । ଅର୍ଥାତ ନୂଆ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମରେ ଅନେକ ଦିଗ ପ୍ରତି ନଜର ରଖିବା ଭଳି ସୁବିଧା ଉପଲବ୍ଧ ରହିଛି । ତିନି ଜଣିଆ ବାଇକ ଡ୍ରାଇଭିଂ ଟ୍ରାକ୍ କରିବା କ୍ଷମତାଠାରୁ ଆରମ୍ଭ କରି ଅଧିକ ଯାତ୍ରୀ ନେଇ ଯାଉଥିବା ତିନି ଚକିଆ ଅଟୋ ବା ସିଲ୍ଟ ବେଲ୍ଟ ନପିନ୍ଧି ଯାତାୟତ କରୁଥିବା ଚାରି ଚକିଆ ଯାନ ପ୍ରତି ନଜର ରଖାଯିବ ।

Radar Surveillance System (ETV Bharat Odisha)

ଦ୍ରୁତ ଗତିରେ ଗାଡିରେ ଯାତ୍ରା ହେଉ ବା ରଙ୍ଗରୁଟ ଡ୍ରାଇଭିଂ ଭଳି ବିପଦପୂର୍ଣ୍ଣ ଯାତାୟତ କରୁଥିବା ଯାନମାନଙ୍କୁ ସହଜରେ ଟ୍ରାକିଂ କରିବ ଏହି ରାଡାର ଟ୍ରାକିଂ । ଏହି ସିଷ୍ଟମରେ ଲାଗିଛି ହାଇଡେଫିନେସନ କ୍ୟାମେରା । ଯେଉଁଥିରେ ରାସ୍ତାର ଅନତି ଦୂରରୁ ଅତିକ୍ରମ କରୁଥିବା ପ୍ରତିଟି ଯାନର ଯାତାୟତ ଉପରେ ନଜର ରଖି ମନିଟର କରିବ । ନିୟମ ଉଲ୍ଲଙ୍ଘନ କରୁଥିଲେ ରେଡ ମାର୍କ କରି ତୁରନ୍ତ ସେହି ନମ୍ବରରେ ଚାଲାଣ କଟିବ ନଚେତ୍ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆଲର୍ଟ ହେବ । ଏହି ନୂତନ ଜ୍ଞାନକୌଶଳ ଏଥର ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାରେ ଏକ ମହତ୍ତ୍ୱପୂର୍ଣ ଭୂମିକା ବହନ କରିବ । ପବିତ୍ର ରଥଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରର କେଶୁରା ଛକ, ପିପିଲି ଏନଏଚ କୋଶଲ୍ୟାଗଙ୍ଗ ଛକ , ପୋଟଳ ଛକ, ବିରଭଦ୍ରପୁର ଛକ, ମାଳତିପାଟପୁର ଠାରେ ଏହି IEMS ରାଡାର ଟ୍ରାକିଂ ସିଷ୍ଟମ କାର୍ଯ୍ୟକାରୀ କରାଯିବ । ଏନେଇ ଗିରିସୋଲାଠୁ ଲକ୍ଷ୍ମଣାନାଥ ପର୍ଯ୍ୟନ୍ତ ଏହି ରାଡାର ଟ୍ରାକିଂ ଜରିଆରେ ନଜର ରଖିବାକୁ ବ୍ୟବସ୍ଥା ହେବାକୁ ଯାଉଛି ।

Radar Surveillance System
Radar Surveillance System (ETV Bharat Odisha)

ଏହା ବି ପଢନ୍ତୁ...ଏଣିକି ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ଆରମ୍ଭ ହେଲା DL ବାତିଲ ପ୍ରକ୍ରିୟା

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥର ୫୪୮ କିଲୋମିଟର ଦୂରତାକୁ IEMSରେ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ଆଗାମୀ ୫ ବର୍ଷରେ ୮୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପାଣିକୋଇଲିରୁ ରାମେଶ୍ବର, ଭୁବନେଶ୍ବରଠାରୁ ପୁରୀ, ପୁରୀଠାରୁ କୋଣାର୍କ, କୋଣାର୍କଠାରୁ ପିପିଲି ପର୍ଯ୍ୟନ୍ତ ରାସ୍ତା ଏହି ପର୍ଯ୍ୟାୟରେ ଏବେ କାର୍ଯ୍ୟକ୍ଷମ ହୋଇଛି। ଏନେଇ ପରିବହନ ବିଭାଗ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବରୁ କେବଳ ପାଣି କୋଇଲି ଏନଏଚରୁ ରାମେଶ୍ବର ପର୍ଯ୍ୟନ୍ତ ଏଭଳି କିଛି ପଦ୍ଧତି ଆପଣାଯାଇଥିଲା । ସେଥିରେ କେବଳ ସ୍ପିଡ୍ ଲିମିଟ ଉପରେ ନଜର‌ ରଖାଯାଉଥିଲା । ଯାହାଦ୍ବାରା ୪୦ପ୍ରତିଶତ ଦୁର୍ଘଟଣା ରୋକିବାରେ ସକ୍ଷମ ହୋଇଥିଲା । ହେଲେ ଏହି ନୂଆ ରାଡାର ଟ୍ରାକିଂ ସିଷ୍ଟମ ଦ୍ବାରା କେବଳ ସ୍ପିଡ୍ ଲିମିଟ ନୁହେଁ, ବିଭିନ୍ନ ଟ୍ରାଫିକ ନିୟମ ଉଲଙ୍ଘନ ଉପରେ ନଜର ରଖାଯାଇପାରିବ । ହେଲମେଟ ବ୍ୟବହାରଠାରୁ ଟ୍ରିପଲ ରାଇଡ୍ ଭଳି ସମସ୍ତ ଉଲଙ୍ଘନକାରୀଙ୍କ ଉପରେ କମ୍ପୁଟର ବେସଡ୍ ବା IEMS ଜରିଆରେ ରାଡାର ଦ୍ବାରା ନଜର ରଖାଯାଇପାରିବ । ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ସଚେତନତା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ହେଉଛି ବଡ଼ ପଦକ୍ଷେପ । ଏହି ସିଷ୍ଟମ ଦ୍ବାରା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରିବା, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଏକ ବଡ଼ ପଦକ୍ଷେପ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.